fbpx
BSKY
BJD YOUTH SKY
BJD MS SKY

ନେପାଳ ପ୍ରଧାନମନ୍ତ୍ରୀ ପ୍ରଚଣ୍ଡଙ୍କ ପତ୍ନୀଙ୍କର ହାର୍ଟ ଆଟାକରେ ପରଲୋକ

ନୂଆଦିଲ୍ଲୀ: ନେପାଳ ପ୍ରଧାନମନ୍ତ୍ରୀଙ୍କ ପତ୍ନୀଙ୍କର ପରଲୋକ ଘଟିଛି । ପ୍ରଧାନମନ୍ତ୍ରୀ ପୁଷ୍ପ କମଲ ଦହଲ ପ୍ରଚଣ୍ଡଙ୍କର ପତ୍ନୀ ସୀତା ଦହଲ ଗତ କିଛି ଦିନ ଧରି ଖରାପ ସ୍ୱାସ୍ଥ୍ୟ ଦେଇ ଗତି କରୁଥିଲେ । ବୀମାରୀ କାରଣରୁ ସୀତାଙ୍କର ଚିକିତ୍ସା ନର୍ବିକ ଇଣ୍ଟରନ୍ୟାସନାଲ ହସ୍ପିଟାଲରେ ଚାଲିଥିଲା । ଆଜି ସୀତା ହାର୍ଟ ଆଟାକରେ ମୃତ୍ୟୁବରଣ କରିଥିବା ଜଣାପଡ଼ିଛି ।

ହସ୍ପିଟାଲ ପକ୍ଷରୁ ଜାରି ବୟାନ ମୁତାବକ, ସୀତା ଡାଇବେଟିସ ଓ ଉକ୍ତ ରକ୍ତଚାପ ସମେତ ଅନେକ ବିମାରୀ କାରଣରୁ ଚିକିତ୍ସିତ ହେଉଥିଲେ । ଆଜି ସକାଳ ୮ଟା ସମୟରେ ସୀତା ଅନ୍ତିମ ନିଃଶ୍ୱାସ ତ୍ୟାଗ କରିଥିଲେ । ଦୀର୍ଘ ଦିନ ଧରି ସୀତାଙ୍କର ଚିକିତ୍ସା ଚାଲିଥିଲା । ଚିକିତ୍ସା କରାଇବା ପାଇଁ ଦୁଇବର୍ଷ ପୂର୍ବରୁ ପ୍ରଚଣ୍ଡ ସୀତାଙ୍କୁ ନେଇ ଭାରତ ଆସିଥିଲେ ।

ନେପାଳ ପ୍ରଧାନମନ୍ତ୍ରୀ ପତ୍ନୀ ସୀତାଙ୍କୁ ମୃତ୍ୟୁ ବେଳକୁ ୬୯ ବର୍ଷ ବୟସ ହୋଇଥିଲା । ଆଜି ସକାଳ ୮ଟା ସମୟରେ ତାଙ୍କୁ ସୀତାଙ୍କୁ ହାର୍ଟ ଆଟାକ ଆସିଥିବା ଡାକ୍ତରମାନେ କହିଛନ୍ତି । ସକାଳ ୮.୩୩ ସମୟରେ ହସ୍ପିଟାଲରେ ଡାକ୍ତର ତାଙ୍କୁ ମୃତ ଘୋଷିତ କରିଥିଲେ । ପାଖାପାଖି ୨ ବର୍ଷ ପୂର୍ବରୁ ପ୍ରଚଣ୍ଡ ନିଜ ପତ୍ନ ସୀତାଙ୍କ ଚିକିତ୍ସା କରାଇବା ପାଇଁ ମୁମ୍ବାଇ ଆଣିଥିଲେ । ସୀତା ଦୀର୍ଘ ସମୟ ଧରି ପୀଡ଼ିତ ରହିଥିଲେ । ସେ ପାର୍କିନସନ ଲକ୍ଷଣ ଥିବା ମସ୍ତିଷ୍କ ଜନିତ ରୋଗରେ ପୀଡ଼ିତ ଥିଳେ ।

Get real time updates directly on you device, subscribe now.