କର୍କଟ ଭଳି ମାରାତ୍ମକ ରୋଗଠୁ ରକ୍ଷା କରିବା ସହ ହାର୍ଟ ସମସ୍ୟାକୁ ବି ଦୂର କରିଥାଏ ସୀତାଫଳ

ଓଡ଼ିଶା ଭାସ୍କର: ସୀତାଫଳ ଏକ ପ୍ରକୃତିର ବରଦାନ କହିଲେ ଅତ୍ୟୁକ୍ତି ହେବ ନାହିଁ । କାରଣ ଏହାର ରହିଛି ଅନେକ ଲାଭକାକରୀ ଫାଇଦା । ଏହି ଫଳରେ ପ୍ରଚୁର ମାତ୍ରାରେ ପ୍ରୋଟିନ୍, ଭିଟାମିନ୍ ଓ ଫାଇବର୍ ଭରପୁର ରହିଛି । ଏହା କ୍ୟାନସର ଭଳି ମାରାତ୍ମକ ରୋଗ ଠାରୁ ରକ୍ଷା କରିଥାଏ । ସବୁଠାରୁ ବଡ଼ କଥା ଏହା ମାନସିକ ସ୍ଥିତିକୁ ସନ୍ତୁଳିତ କରି ମନକୁ ଶାନ୍ତି ଦେଇଥାଏ ।

ଯେଉଁ ମାନଙ୍କ ହଜମ ପ୍ରକ୍ରିୟାରେ ସମସ୍ୟା ରହିଛି ସେମାନଙ୍କ ପାଇଁ ବହୁ ମାତ୍ରାରେ ଲାଭକାରୀ ହୋଇଥାଏ । ଏଥିରେ ଏପରି ଗୁଣ ରହିଛି ଯାହା ହୃଦଘାତ ଭଳି ସମସ୍ୟାକୁ ବି ଦୂର କରିଦେଇଥାଏ । ସୀତାଫଳ ସେବନ ଦ୍ଵାରା ଆଖିର ସମସ୍ୟା ବି ଦୂର କରିଥାଏ । ଦୃଷ୍ଟିଶକ୍ତିକୁ ବୃଦ୍ଧି କରିଥାଏ । ଏହା ଆପଣଙ୍କ ଚର୍ମର ସୁରକ୍ଷା କରିବା ସହ ବିଭିନ୍ନ ସମସ୍ୟାକୁ ଦୂର କରିଥାଏ । ଶରୀରର ଥକାପଣକୁ ଦୂର କରିଥାଏ ସୀତାଫଳ ।

Get real time updates directly on you device, subscribe now.