ନେପାଳରେ ବେକାବୁ ସ୍ଥିତି, ପ୍ରଧାନମନ୍ତ୍ରୀଙ୍କ ପରେ ଇସ୍ତଫା ଦେଲେ ରାଷ୍ଟ୍ରପତି
ପ୍ରଧାନମନ୍ତ୍ରୀ କେପି ଶର୍ମା ଓଲିଙ୍କ ପରେ ଇସ୍ତଫା ଦେଲେ ରାଷ୍ଟ୍ରପତି।
ନେପାଳ: ନେପାଳ ରାଷ୍ଟ୍ରପତି ରାମଚନ୍ଦ୍ର ପୌଡେଲଙ୍କ ଇସ୍ତଫା। ପ୍ରଧାନମନ୍ତ୍ରୀ କେପି ଶର୍ମା ଓଲିଙ୍କ ପରେ ଇସ୍ତଫା ଦେଲେ ରାଷ୍ଟ୍ରପତି। ନେପାଳରେ ପ୍ରତିବାଦ ସମୟରେ ରାଜଧାନୀ କାଠମାଣ୍ଡୁରେ ପୁଣି ହିଂସା ଦେଖାଦେଇଛି।
ରାଜଧାନୀ କାଠମାଣ୍ଡୁରେ ଅନିର୍ଦ୍ଦିଷ୍ଟ କାଳ ପାଇଁ କର୍ଫ୍ୟୁ ଜାରି ହୋଇଥିଲେ ମଧ୍ୟ ହିଂସା ସମୟରେ ପୋଲିସ ଏବଂ ବିକ୍ଷୋଭପ୍ରଦର୍ଶନକାରୀଙ୍କ ମଧ୍ୟରେ ଜୋରଦାର ସଂଘର୍ଷ ଦେଖିବାକୁ ମିଳିଛି।
ପରିସ୍ଥିତି ଏପରି ହୋଇଛି ଯେ ନେପାଳରେ ପ୍ରଦର୍ଶନକାରୀମାନେ ନେତାଙ୍କ ଘର ଉପରେ ଆକ୍ରମଣ କରିଛନ୍ତି। ମନ୍ତ୍ରୀ, ପୂର୍ବତନ ପ୍ରଧାନମନ୍ତ୍ରୀ ଏବଂ କେନ୍ଦ୍ରୀୟ ବ୍ୟାଙ୍କ ଗଭର୍ଣ୍ଣରଙ୍କ ବାସଭବନକୁ ମଧ୍ୟ ଟାର୍ଗେଟ୍ କରିଛନ୍ତି।
ନେପାଳରେ ପ୍ରତିବାଦ ସମ୍ପର୍କରେ ଜାତିସଂଘ ମହାସଚିବଙ୍କ ମୁଖପାତ୍ର କହିଛନ୍ତି ଜାତିସଂଘ ଗଭୀର ଚିନ୍ତାର ସହିତ ଏହି ପରିସ୍ଥିତି ଉପରେ ନଜର ରଖିଛି।