fbpx

Video; ବାପା-ମାଆଙ୍କୁ ମାରି ପୋତିଦେବା ଘଟଣା, ୬ଦିନ ପରେ ଘରେ ପହଞ୍ଚିଲା ମା’…

ବାଲେଶ୍ୱର: (ଓଡ଼ିଶା ଭାସ୍କର) ୬ଦିନ ପରେ ନିଖୋଜ ଚମ୍ପା ବେହେରା ଉଦ୍ଧାର । ସିମୁଳିଆ ଥାନା ଅନ୍ତର୍ଗତ ଗରସଙ୍ଗ ଗ୍ରାମରେ ସ୍ୱାମୀର ମୃତ ଦେହ ଉଦ୍ଧାର ପରେ ଆଜି ସ୍ତ୍ରୀ ଚମ୍ପାବତି ଘରେ ପହଞ୍ଚିଲେ । ଗତ ୬ ଦିନ ତଳେ ସ୍ୱାମୀ ପ୍ରଭାକର ବେହେରାର ମୃତଦେହ ଘର ପଛ ବିଲରୁ ପୋତାଯାଇଥିବା ବେଳେ ଉଦ୍ଧାର କରିଥିଲା ପୋଲିସ । ବିଭିତ୍ସ , ଅମାନବୀୟ ଆଉ ନାରକୀୟ କାଣ୍ଡ ଆଜିକୁ ଠିକ୍ ୬ ଦିନ ତଳେ ବାପା ମାଙ୍କୁ ମାରି ମାଟି ତଳେ ପୋତି ହଳ ବୁଲେଇ ଦେଇଥିଲା ପୁଅ । ହେଲେ ଦୀର୍ଘ ୬ ଦିନ ପରେ ଆଜି ଘରକୁ ଫେରିଛି ମା’ , ଶବ ହୋଇ ନୁହେଁ ବରଂ ଜୀବିତ ଅବସ୍ଥାରେ ।

ସେ ପୁଣି ନିଜେ ଆସି ଅଟୋରେ ଘରେ ପହଞ୍ଚିଛି, ଯାହାକୁ ଦେଖି ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି ସାହି ପଡିଶାଙ୍କ ଠାରୁ ଆରମ୍ଭ କରି ପରିବାର ଲୋକ । ଇଏ କିପରି ସମ୍ଭବ ଯେଉଁ ବାପା-ମାଆଙ୍କୁ ପୁଅ ମାରି ମାଟି ତଳେ ପୋତି ହଳ ବୁଲେଇ ଦେଇଥିଲା ସେ ମା’ ବଂଚିଲା କେମିିତି , ଏମିତି କି ମା” ମୁଣ୍ଡରେ ଶକ୍ତ ଆଘାତ ଲାଗିଥିବା ମଧ୍ୟ ଦେଖିବାକୁ ମିଳିଛି । ମୃତା ଭାବୁଥିବା ମା’ ଯଦି ଘରକୁ ଫେରିଲା , ତେବେ କଣ ଖୋଲି ପାରିବ କି ଘର ବାହି ପଛପଟେ ପୋତା ହୋିଥବବା ବାପାଙ୍‌କର ମୃତ୍ୟୁ ସଠିକ୍ ରହସ୍ୟ । ସେପଟେ ଏ ହତ୍ୟାକାଣ୍ଡର ପ୍ରତ୍ୟକ୍ଷଦର୍ଶୀ ଚମ୍ପାବତୀ ଚୁପ୍ ବସିଛନ୍ତି ।

Get real time updates directly on you device, subscribe now.