ବାଣ ଗୋଦାମରେ ଭୟଙ୍କର ବିସ୍ଫୋରଣ, ଜୀଅନ୍ତା ଜଳିଗଲେ 6 ଶ୍ରମିକ, ଉଦ୍ଧାର କାର୍ଯ୍ୟ ଜାରି
ତାମିଲନାଡ଼ୁ ଶିବକାଶୀ ଜିଲ୍ଲାରେ ଅବସ୍ଥିତ ଏକ ବାଣ ଗୋଦାମରେ ଭୟଙ୍କର ବିସ୍ଫୋରଣ । ଏହି ବିସ୍ଫୋରଣରେ 2 ଜଣ ମହିଳାଙ୍କ ସମେତ 6 ଜଣ ଶ୍ରମିକଙ୍କର ମୃତ୍ୟୁ ହୋଇଥିବା ବେଳେ ଉଦ୍ଧାର କାର୍ଯ୍ୟ ଜାରି ରହିଛି ।
ଶିବକାଶୀ: ତାମିଲନାଡ଼ୁ ଶିବକାଶୀ ଜିଲ୍ଲାରେ ଅବସ୍ଥିତ ଏକ ବାଣ ଗୋଦାମରେ ଭୟଙ୍କର ବିସ୍ଫୋରଣ । ଏହି ବିସ୍ଫୋରଣରେ 2 ଜଣ ମହିଳାଙ୍କ ସମେତ 6 ଜଣ ଶ୍ରମିକଙ୍କର ମୃତ୍ୟୁ ହୋଇଥିବା ବେଳେ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ଏନେଇ ପୋଲିସ ଘଟଣା ସମ୍ପର୍କରେ ସୂଚନା ଦେଇଛି । ସୂଚନା ଅନୁଯାୟୀ ବିସ୍ଫୋରଣର ଶବ୍ଦ ଏତେ ଭୟଙର୍କର ହୋଇଥିଲା ଯେ, ଆକାଶରେ ଧୂଆଁର ବାଦଲ ଖେଳାଇ ହୋଇଯାଇଥିବା ଦେଖିବାକୁ ମିଳିଛି ।
ଏହି ବିସ୍ଫୋରଣ ଏତେ ଭୟଙ୍କର ଥିଲା ସମ୍ପୂର୍ଣ୍ଣ .ୟୁନିଟରେ ନିଆଁ ଲାଗିଯାଇଥିବା ସୂଚନା । ଏହି ଦୁର୍ଘଟଣାରେ ଅନେକ ଲୋକ ଆହତ ହୋଇଥିବା ଜଣାପଡ଼ିଛି । ଘଟଣା ପରେ ପୋଲିସ,ଅଗ୍ନିଶମ ବାହିନୀ ଏବଂ ଉଦ୍ଧାର ସେବା କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ଆହତମାନଙ୍କୁ ତୁରନ୍ତ ଡାକ୍ତରଖାନା ପଠାଇଥିଲେ ।
ତେବେ ଏହି ବିସ୍ଫୋରଣ କାହିଁକି ଏବଂ କିପରି ହେଲା, ସେନେଇ ତଦନ୍ତ ଜାରି ରଖିଛି ପୋଲିସ । ଏବେ ନିଆଁକୁ ନିୟନ୍ତ୍ରଣ କରାଯାଇଛି ବୋଲି ଅଗ୍ନିଶମ ବିଭାଗର ଜଣେ କର୍ମଚାରୀ କହିଛନ୍ତି ।
ତେଲେଙ୍ଗାନା ବିସ୍ଫୋରଣରେ 35 ଜଣଙ୍କର ମୃତ୍ୟୁ
ଆପଣଙ୍କୁ ଜଣାଇ ଦେଉଛୁ ଯେ, ଏହା ପୂର୍ବରୁ ସୋମବାର ତେଲେଙ୍ଗାନାର ପଶ୍ଚିମିଲାରାମରେ ସିଗାଚି ରାସାୟନିକ ଶିଳ୍ପରେ ମଧ୍ୟ ଏକ ଭୟଙ୍କର ବିସ୍ଫୋରଣ ହୋଇଥିଲା। ଏହି ଦୁର୍ଘଟଣାରେ 35 ଜଣ ପ୍ରାଣ ହରାଇଥିଲେ ଏବଂ ଅନେକ ଆହତ ହୋଇଥିଲେ। ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ କହିଛନ୍ତି ଯେ ବିସ୍ଫୋରଣ ସମୟରେ ପ୍ରାୟ 90 ଜଣ ଲୋକ ପ୍ଲାଣ୍ଟରେ କାମ କରୁଥିଲେ ।