fbpx

ଗୋଟିଏ ପରିବାରର ୬ ଜଣଙ୍କୁ ହତ୍ୟା !

ପାଟଣାଗଡ,୧୧ ।୧୧(ଓଡିଶା ଭାସ୍କର): ପାଟଣାଗଡରେ ଗୋଟିଏ ପରିବାରର ୬ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଗୋଟିଏ ଘର ଭିତରେ ସମସ୍ତଙ୍କ ମୃତଦେହ ପଡିଥିବା ଦେଖିବାକୁ ମିଳିଛି । ମୃତଦେହ ନିକଟରେ ଏକ ଟାଙ୍ଗିଆ ପଡିଛି, ଯାହାକୁ ଦେଖି ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି । କିନ୍ତୁ ୬ ଜଣଙ୍କର ମୃତ୍ୟୁର କାରଣ ବର୍ତ୍ତମାନ ସୁଦ୍ଧା ଜଣାପଡି ନାହିଁ । ଘଟଣାସ୍ଥଳରେ ପାଟଣାଗଡ ପୋଲିସ ପହଞ୍ଚି ତନାଘନା ଜାରି ରଖିଛି । ଘଟଣାକୁ ନେଇ ବଲାଙ୍ଗୀର ପାଟଣାଗଡ ସଅଁରାପଡାରେ ଚାଞ୍ଚଲ୍ୟ ଖେଳିଯାଇଛି । ଏହା ସହ ଘରେ ଆଉ ମୃତ ଦେହ ପଡିଥିବା ବିଶେଷ ସୂତ୍ରରୁ ସୂଚନା ମିଳିଛି ।

Get real time updates directly on you device, subscribe now.