fbpx

ବାଛୁରୀକୁ ରକ୍ଷା କରିବା ପାଇଁ ଯାଇ ଚାଲିଗଲା ୬ ଜଣ ଲୋକଙ୍କ ଜୀବନ

ଝାରଖଣ୍ଡ : ଝାରଖଣ୍ଡର ରାଞ୍ଚରେ ଦେଖିବାକୁ ମିଳିଛି ଅଭାବନୀୟ ଘଟଣା । ଏଠାରେ କୂଅରେ ପଡିଥିବା ଏକ ବାଛୁରୀକୁ ବଞ୍ଚାଇବା ପାଇଁ ଚେଷ୍ଟା କରିବା ସମୟରେ ଚାଲିଗଲା ୬ ଜଣଙ୍କ ଜୀବନ । ଏଠାରେ ଗୋଟିଏ ଗାଈର ବାଛୁରୀ କୂଅରେ ପଡିଯାଇଥିଲା । ଏହା ପରେ ଏହି ଖବର ଲୋକମାନେ ପାଇବା ପରେ ସେହି କୂଅ ପାଖରେ ଲୋକଙ୍କ ଭିଡ ଦେଖିବାକୁ ମିଳିଥିଲା । ଏହା ପରେ ଲୋକମାନେ ବାଛୁରିକୁ ବଞ୍ଚାଇବାକୁ ଚେଷ୍ଟା କରିଥିଲେ । ଯାହା ଫଳରେ କୂଅ ପାଖରେ ଥିବା ମାଟି ଧସି ପସିଯାଇଥିଲା । ଏହା ପରେ ଏହି ଘଟଣାର ସୂଚନା ପୋଲିସକୁ ଦିଆଯାଇଥିଲା ।

ଘଟଣାସ୍ଥଳରେ ପୋଲିସ ପହଞ୍ଚି ଦେଖିଥିଲା ସେଠାରେ ଲୋକମାନଙ୍କ ଭିଡ ଜମିବା ସହିତ ୬ ଜଣ ଲୋକ କୂଅରେ ପଡିଛନ୍ତି । କୂଅ ପାଖରେ ଭିଡକୁ ଦେଖି ଏହା ମଧ୍ୟରେ ସେମାନେ କାଲି ୨ ଟି ଓ ଆଜି ୪ଟି ଶବକୁ ଉଦ୍ଧାର କରିଛନ୍ତି । ଏହି ଘଟଣାରେ ଜଣେ ବ୍ୟକ୍ତି ଗୁରୁତ୍ୱର ହୋଇଛନ୍ତି । ତାଙ୍କୁ ଗୁରୁତର ଅବସ୍ଥାରେ ମେଡିକାଲକୁ ନିଆଯାଇ ତାଙ୍କର ଚିକିତ୍ସା ଚାଲିଛି ।

ଝାରଖଣ୍ଡର ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ୍ ଗୁରୁବାର ଏହି ଘଟଣା ପାଇଁ ଶୋକ ପ୍ରକାଶ କରିଥିଲେ । ଯାହାର ଏକ ପୋଷ୍ଟ ସେ ଟ୍ୱିଟରରେ ସେୟାର କରିଥିଲେ ।

Get real time updates directly on you device, subscribe now.