fbpx

ବୁଲା କୁକୁରଙ୍କ ଆତଙ୍କ ବଢ଼ିଲା: ୬ଟି ସ୍କୁଲ ଓ ୧୭ଟି ଅଙ୍ଗନବାଡ଼ି କେନ୍ଦ୍ର ଛୁଟି ଘୋଷଣା

ନୂଆଦିଲ୍ଲୀ: ବର୍ତ୍ତମାନ ସମୟରେ ବୁଲା କୁକୁରଙ୍କର ଦୌରାତ୍ମ୍ୟ ବଢ଼ିବାରେ ଲାଗିଛି । କୁକୁର କାମୁଡ଼ାରେ ଅନେକ ଶିଶୁ ମୃତ୍ୟୁବରଣ କରିଥିବାର ଘଟଣା ଦେଖିବାକୁ ମିଳିଛି । ତେବେ କେରଳରେ ବୁଲା କୁକୁରଙ୍କ ଆତଙ୍କ ବଢ଼ିବାରେ ଲାଗିଥିବା ବେଳେ ଏହାକୁ ଦୃଷ୍ଟିରେ ରଖି ୬ଟି ସ୍କୁଲ ଓ ୧୭ଟି ଅଙ୍ଗନବାଡ଼ି କେନ୍ଦ୍ରରେ ତାଲା ପଡ଼ିଛି । କୁକୁରଙ୍କ ଆତଙ୍କରୁ ଶିଶୁଙ୍କ ବଞ୍ଚାଇବା ପାଇଁ ଅଭିଭାବକମାନେ ଚିନ୍ତିତ ରହିବା ସହିତ ସରକାରୀ ଯୋଜନା ପ୍ରଭାବିତ ହେଉଥିବା ଦେଖାଯାଉଛି ।

ଖବର ମୁତାବକ, ବୁଲା କୁକୁରଙ୍କ ଆତଙ୍କ ବଢ଼ିବା କାରଣରୁ ଲୋକମାନେ ଶିଶୁଙ୍କୁ ଘର ବାହାରକୁ ଛାଡ଼ିବାକୁ ଡରୁଛନ୍ତି । ଏହାକୁ ଦୃଷ୍ଟିରେ ରଖି କୋଝିକୋଡ ଜିଲ୍ଲାର କୁଥଲୀ ପଞ୍ଚାୟତ ପକ୍ଷରୁ ଉକ୍ତ ଅଞ୍ଚଳର ୬ଟି ସ୍କୁଲ ଓ ୧୭ଟି ଅଙ୍ଗନବାଡ଼ି କେନ୍ଦ୍ରରେ ଗତ ୧୦ ତାରିଖ ଦିନ ଛୁଟି ଘୋଷଣା କରାଯାଇଥିଲା । ପରବର୍ତ୍ତୀ ସମୟୟରେ ଆସିଷ୍ଟାଣ୍ଟ ଶିକ୍ଷା ଅଧିକାରୀ ଓ ପ୍ରଧାନ ଶିକ୍ଷକଙ୍କ ସହିତ ଆଲୋଚନା କରିବା ପରେ ପଞ୍ଚାୟତର ଅଧ୍ୟକ୍ଷ ଏହି ନିଷ୍ପତ୍ତି ନେଇଥିଲେ । ।

ନିକଟରେ ଗୋଟିଏ କୁକୁର ୪ ଜଣଙ୍କୁ କାମୁଡ଼ି ଦେଇଥିଲା । ସେଥିମଧ୍ୟରେ ଜଣେ ମହିଳା ରହିଥିବା ବେଳେ ତାଙ୍କଠାରେ ରେବିଜର ଲକ୍ଷଣ ଦେଖିବାକୁ ମିଳିଥିଲା । ସବୁ କୁକୁରଙ୍କୁ ଧରିବା ଏକ ସହଜ କାମ ନୁହେଁ । ତେଣୁ ଶିଶୁଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଶିକ୍ଷାନୁଷ୍ଠାନମାନେ ଗୋଟିଏ ଦିନର ଛୁଟି ଘୋଷଣା କରିଥିଲେ । ଅନ୍ୟପକ୍ଷରେ କୁକୁରଙ୍କ ଆତଙ୍କ ବଢ଼ିବା କାରଣରୁ ମହାତ୍ମା ଗାନ୍ଧି ରାଷ୍ଟ୍ରୀୟ ଗ୍ରାମୀଣ ରୋଜଗାର ଗ୍ୟାରେଣ୍ଟି ଯୋଜନା (ଏମଜିଏନଆରଇଜିଏ) କାର୍ଯ୍ୟ ପ୍ରଭାବିତ ହେଉଛି ।

Get real time updates directly on you device, subscribe now.