fbpx

ରିସର୍ଚ୍ଚ କହୁଛି: ‘୬ ସେକେଣ୍ଡ କିସ୍’ ଫର୍ମୂଲା ଆପଣଙ୍କ ସମ୍ପର୍କକୁ ଆହୁରି ସୁଦୃଢ଼ କରିବ, ସବୁ ସ୍ୱାମୀମାନେ ଏହା ଜାଣିବା ନିହାତି ଆବଶ୍ୟକ

Advertisement

ନୂଆଦିଲ୍ଲୀ: ସମସ୍ତଙ୍କ ପାଇଁ ନିଜର ପାର୍ଟନର ବହୁତ ଗୁରୁତ୍ୱପୂର୍ଣ୍ଣ ହୋଇଥାନ୍ତି । ମାତ୍ର ସାଥୀଙ୍କୁ ସେଫ ଓ ସିକ୍ୟୁଅର ଫିଲ କରାଇବା ପାଇଁ ଆମେ କ’ଣ କରୁଛେ ତାହା ଏକ ବଡ଼ ପ୍ରଶ୍ନ । ରିଲେସନଶିପରେ ରହୁଥିବା ଅନେକ ବ୍ୟକ୍ତି ନିଜର ସମ୍ପର୍କକୁ ବହୁଦିନ ପର୍ଯ୍ୟନ୍ତ ସୁଦୃଢ଼ ରଖିବା ପାଇଁ ନାନା ଉପାୟ ଅବଲମ୍ବନ କରିଥାନ୍ତି । ତେବେ ଏନେଇ ଏକ ରିସର୍ଚ୍ଚ ରିପୋର୍ଟ ସାମ୍ନାକୁ ଆସିଛି । ନିଜର ପତ୍ନୀଙ୍କୁ ୬ ସେକେଣ୍ଡ ପର୍ଯ୍ୟନ୍ତ କିସ୍ କରିବା ଫଳରେ ଆପଣଙ୍କ ସମ୍ପର୍କ ଆହୁରି ଅଧିକ ସୁଦୃଢ଼ ହୋଇପାରିଥାଏ ବୋଲି କୁହାଯାଇଛି ।

ତେବେ ଏଠାରେ ପ୍ରଶ୍ନ ଉଠେ କେବଳ ୬ ସେକେଣ୍ଡ ପର୍ଯ୍ୟନ୍ତ କ’ଣ ପାଇଁ? ପାର୍ଟନରଙ୍କ ଦିଲରେ ରାଜ କରିବା ପାଇଁ ହଗ୍ କରିହେବ, ତାଙ୍କର ମନ ପସନ୍ଦର କଥା କହିହେବ, କୌଣସି ଦୂର ସ୍ଥାନକୁ ବୁଲାଇ ନେଇ ହେବ । ପ୍ରକୃତ କଥା ହେଉଛି, ଅଧିକାଂଶ ମହିଳାମାନେ ନିଜର ସମ୍ପର୍କକୁ ନେଇ ଅତ୍ୟଧିକ ମାତ୍ରାରେ ଭାବିଥାନ୍ତି । ଏନେଇ ସେମାନେ ଅନେକ ସମସ୍ୟାରେ ମଧ୍ୟ ଫଶି ଯାଇଥାନ୍ତି । ତେଣୁ ପାର୍ଟନରଙ୍କୁ ସିକ୍ୟୁଅର ଫିଲ କରାଇବା ପାଇଁ ଦୈନିକ ଘରୁ ବାହାରିବା ସମୟରେ ତାଙ୍କୁ ୬ ସେକେଣ୍ଡର କିସ୍ କରିବା ଜରୁରୀ ବୋଲି କୁହାଯାଇଛି । ପୁରୁଷମାନେ ନିଜ କାମକୁ ଯିବା ପୂର୍ବରୁ ନିଜର ପତ୍ନୀଙ୍କୁ କିସ୍ କରିବା ସହିତ ବାଏ ବୋଲି କହିଥାନ୍ତି । ଏପରି କରୁନଥିବା ପୁରୁଷଙ୍କ ତୁଳନାରେ ସେମାନେ ୪ ବର୍ଷ ଅଧିକ ବଞ୍ଚିଥାନ୍ତି ।

ରିସର୍ଚ୍ଚ ମୁତାବକ, ୬ ସେକେଣ୍ଡ କିସରେ ସାଧାରଣ କିସ୍ ତୁଳନାରେ କାହିଁ କେତେ ଗୁଣରେ ଅଧିକ ପୋଟେନସିଆଲ ରହିଥାଏ । ଏହାର ଟାଇମିଂ କ’ଣ ପାଇଁ ଏତିକି ଫିକ୍ସ ହୋଇଛି ସେନେଇ ମଧ୍ୟ ଆପଣଙ୍କ ମନରେ ପ୍ରଶ୍ନ ଉଠୁଥିବ, ଏଥିପାଇଁ ୪ ବା ୫ ସେକେଣ୍ଡ କ’ଣ ପାଇଁ ନୁହେଁ? ଏହା ଏଥିପାଇଁ ଯେ, ଆପଣ ୬ ସେକେଣ୍ଡ ପର୍ଯ୍ୟନ୍ତ କିସ୍ କରିବା ଫଳରେ ଅକ୍ସିଟୋସିନ ନିର୍ଗତ ହୋଇଥାଏ । ତାହା ଆପଣଙ୍କ ପତ୍ନୀଙ୍କ ମନର ମାନସିକ ସୁରକ୍ଷା ଓ ସଂଯୋଗ ସୃଷ୍ଟି କରିଥାଏ । ଏଥିସହିତ ଏହା ବଣ୍ଡିଂକୁ ସୁଦୃଢ଼ କରିଥାଏ । ସେହିପରି ୨୦ ସେକେଣ୍ଡର ହଗ କରିବା ଫଳରେ ପାର୍ଟନରଙ୍କ ମଧ୍ୟରେ ଅକ୍ସିଟୋସିନ ନିର୍ଗତ ହୋଇଥାଏ । ତେଣୁ ଆପଣ ଘରୁ ବାହାରକୁ ଯିବା ସମୟରେ ୬ ସେକେଣ୍ଡର କିସ ବା ୨୦ ସେକେଣ୍ଡର ହଗ୍ କରିବାକୁ ଭୁଲନ୍ତୁ ନାହିଁ ।

Get real time updates directly on you device, subscribe now.