fbpx

ଟି-୨୦ ସିରିଜରୁ ବାଦ୍ ପଡ଼ିଲେ ଅଧିନାୟକ ହାର୍ଦ୍ଦିକ-ସୂର୍ଯ୍ୟକୁମାର: Team Indiaକୁ ବଡ଼ ଝଟକା

ନୂଆଦିଲ୍ଲୀ: ଟିମ ଇଣ୍ଡିଆକୁ ଏବେ ଲାଗିଛି ଏକ ଶକ୍ତ ଝଟକା । ଜାନୁୟାରୀ ୧୧ ତାରିଖରୁ ଆରମ୍ଭ ହେବାକୁ ଥିବା ଆଫଗାନିସ୍ତାନ ବିପକ୍ଷ ଟି-୨୦ ସିରିଜରୁ ବାଦ୍ ପଡ଼ିଛନ୍ତି ଦଳର ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା ଏବଂ ଉପ-ଅଧିନାୟକ ସୂର୍ଯ୍ୟକୁମାର ଯାଦବ । ଆହତ ସମସ୍ୟା ଯୋଗୁଁ ଉଭୟ ପ୍ରମୁଖ ଖେଳାଳି ବର୍ତ୍ତମାନ ଦଳରୁ ବାଦ୍ ପଡ଼ିଛନ୍ତି । ଉଭୟ ଖେଳାଳି ଏହି ସରିଜରେ ଚୟନ ପାଇଁ ଉପଲବ୍ଧ ନଥିବା ନେଇ ସୂଚନା ମିଳିଛି । ତେବେ ଆଗାମୀ ଟୁର୍ଣ୍ଣାମେଣ୍ଟ ପୂର୍ବରୁ ସେ ସୁସ୍ଥ ହୋଇପାରନ୍ତି ବୋଲି ଅନୁମାନ କରାଯାଉଛି ।

ରିପୋର୍ଟ ଅନୁସାରେ, ଟିମ ଇଣ୍ଡିଆର ଷ୍ଟାର ଅଲରାଉଣ୍ଡର ତଥା ଟି-୨୦ ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା ଦିନିକିଆ ବିଶ୍ୱକପରେ ଆହତ ହୋଇଥିବା ବେଳେ ବର୍ତ୍ତମାନ ସମ୍ପୂର୍ଣ୍ଣ ଭାବରେ ସୁସ୍ଥ ହୋଇନାହାନ୍ତି । ତେଣ ଆଫଗାନିସ୍ତାନ ବିପକ୍ଷ ସିରିଜରୁ ସେ ବାଦ୍ ପଡ଼ିଛନ୍ତି । ସେହିପରି ଦକ୍ଷିଣ ଆଫ୍ରିକା ବିପକ୍ଷ ଟି-୨୦ ସିରିଜରେ ଆହତ ହୋଇଥିଲେ ଉପ-ଅଧିନାୟକ ସୂର୍ଯ୍ୟକୁମାର ଯାଦବ । ତେଣୁ ସେ ମଧ୍ୟ ଆଫଗାନିସ୍ତାନ ବିପକ୍ଷ ସିରିଜ ପାଇଁ ଉପଲବ୍ଧ ନଥିବା ଜାଣିବାକୁ ମିଳିଛି । ୨୦୨୪ ଟି-୨୦ ବିଶ୍ୱକପ ପୂର୍ବରୁ ଭାରତୀୟ ଦଳ ପାଇଁ ଏହା ଶେଷ ଟି-୨୦ ସିରିଜ ହୋଇଥିବା ବେଳେ ଏହି ସିରିଜରେ ନିୟମିତ ଅଧିନାୟକ ରୋହିତ ଶର୍ମା ଏବଂ ଷ୍ଟାର ବ୍ୟାଟର ବିରାଟ କୋହଲିଙ୍କ କମବ୍ୟାକ ହୋଇପାରେ । ତେବେ ହାର୍ଦ୍ଦିକ ଏବଂ ସୂର୍ଯ୍ୟକୁମାର ଆସନ୍ତା ଆଇପିଏଲ ପୂର୍ବରୁ ଫିଟ୍ ହୋଇପାରିବେ ବୋଲି ବିଶେଷ ସୂତ୍ରରୁ ସୂଚନା ମିଳିଛି ।

ଆଫଗାନିସ୍ତାନ ବିପକ୍ଷ ଟି-୨୦ ସିରିଜ ପରେ ଭାରତ ଇଂଲଣ୍ଡ ବିପକ୍ଷରେ ଟେଷ୍ଟ ସିରିଜ ଖେଳିବ । ଏହାପରେ ଆଇପିଏଲରେ ବ୍ୟସ୍ତ ରହିବେ ଭାରତର ସମସ୍ତ କ୍ରିକେଟର । ତେବେ ଆଇପିଏଲ ପରେ ପରେ ଟି-୨୦ ବିଶ୍ୱକପ ଆୟୋଜନ ହେବାର ସୂଚୀ ରହିଛି । ତେଣୁ ବିଶ୍ୱକପ ପୂର୍ବରୁ ଭାରତ ପାଇଁ ଏହା ଶେଷ ଅନ୍ତର୍ଜାତୀୟ ଟି-୨୦ ସିରିଜ ହୋଇଥିବା ବେଳେ ରୋହିତ ଏବଂ ବିରାଟ ନିଜ ପୁରୁଣା ଲୟ ଫେରି ପାଇବା ପାଇଁ ଦଳକୁ କମବ୍ୟାକ କରିବାର ନିଷ୍ପତ୍ତି ନେଇପାରନ୍ତି । ୨୦୨୨ ଟି-୨୦ ବିଶ୍ୱକପ ପରେ ଉଭୟ ଖେଳାଳି କୌଣସି ଟି-୨୦ ଅନ୍ତର୍ଜାତୀୟ ମ୍ୟାଚ ଖେଳିନାହାନ୍ତି । ତେବେ ଆଇପିଏଲ-୨୦୨୩ରେ ଉଭୟ ଖେଳାଳିଙ୍କ ଦବଦବା ଦେଖିବାକୁ ମିଳିଥିଲା ।

Get real time updates directly on you device, subscribe now.