fbpx

ଛୋଟ ପିଲାମାନେ ଦୈନିକ ୯ ଘଣ୍ଟାରୁ କମ୍ ଶୋଇଲେ ଭୟଙ୍କର ଭାବେ ପ୍ରଭାବିତ ହେବ ମସ୍ତିଷ୍କ, ହ୍ରାସ ପାଇବ ଜ୍ଞାନଶକ୍ତି, ନୂଆ ଗବେଷଣା ତଥ୍ୟ

ନୂଆଦିଲ୍ଲୀ: ଅନେକ ଛୋଟ ପିଲାଙ୍କ ଠାରେ ନିଦ୍ରାଜନିତ ସମସ୍ୟା ଦେଖାଯାଇଥାଏ । ଏହାକୁ କିଛି ଅଭିଭାବକ ଅଣଦେଖା କରିଯାଇଥାନ୍ତି । ତେବେ ଛୋଟ ପିଲାମାନେ ଦୈନିକ ୯ ଘଣ୍ଟା ଶୋଇବା ନିହାତି ଜରୁରୀ । ଏଥିରେ ବ୍ୟାଘାତ ଘଟିଲେ ଜ୍ଞାନଗତ ଦୁର୍ବଳତା, ମାନସିକ ସମସ୍ୟା ଦେଖାଦେଇଥାଏ । ଛୋଟପିଲାଙ୍କୁ ନେଇ ୟୁନିଭରସିଟି ଅଫ୍ ମେରିଲ୍ୟାଣ୍ଡ ସ୍କୁଲ ଅଫ୍ ମେଡିସିନ ପକ୍ଷରୁ କରାଯାଇଥିବା ଏକ ରିସର୍ଚ୍ଚରୁ ଏହା ସ୍ପଷ୍ଟ ହୋଇଛି ।

ରିସର୍ଚ୍ଚ ମୁତାବକ, ସ୍କୁଲରେ ପାଠ ପଢ଼ୁଥିବା ବୟସର ପିଲାମାନେ ଦୈନିକ ରାତିରେ ୯ ଘଣ୍ଟା ଶୋଇବା ନିହାତି ଜରୁରୀ । ଏହାର ଅଭାବରେ ପିଲାଙ୍କ ମସ୍କିଷ୍କର କିଛି ଅଂଶରେ ପରିବର୍ତ୍ତନ ଦେଖିବାକୁ ମିଳିଥାଏ । ଏହା ସ୍ମୃତିଶକ୍ତି ଓ ନିରୋଗ ଉପରେ ପ୍ରଭାବ ପକାଇଥାଏ । ଏହାଫଳରେ ପିଲାଙ୍କ କ୍ଷେତ୍ରରେ ଉଦାସୀନତା, ଚିନ୍ତା ଓ ବ୍ୟବହାରରେ ନାନା ପ୍ରକାରର ସମସ୍ୟା ଦେଖାଯାଇଥାଏ ।

ଆମେରିକାନ୍ ଆକାଡେମୀ ଅଫ୍ ସ୍ଲିପ୍ ମେଡିସିନ ଅନୁଯାୟୀ, ୬ରୁ ୧୨ ବର୍ଷୀୟ ପିଲାମାନେ ରାତିରେ ୯ରୁ ୧୨ ଘଣ୍ଟା ଶୋଇବା ଦରକାର । ଏହା ଦୈନିକ ଜାରି ରଖିଲେ ସେମାନଙ୍କର ସ୍ୱାସ୍ଥ୍ୟ ପାଇଁ ଉପକାରୀ ସାବ୍ୟସ୍ତ ହୋଇଥାଏ । ଏହି ଷ୍ଟଡିରେ ୯ରୁ ୧୦ ବର୍ଷ ବୟସର ୮ ହଜାର ପିଲାଙ୍କୁ ସାମିଲ କରାଯାଇଥିଲା । ଆବଶ୍ୟକ ମାତ୍ରାରେ ନିଦ୍ରା ନେଉ ନଥିବା ପିଲାଙ୍କର ସ୍ୱାସ୍ଥ୍ୟ ଅନ୍ୟମାନଙ୍କ ଅପେକ୍ଷା ବହୁତ ଖରାପ ରହିଥିଲା । ସେମାନଙ୍କଠାରେ ବ୍ରେନ ସମ୍ପର୍କୀୟ ଅନେକ ସମସ୍ୟା ଦେଖା ଦେଇଥିଲା ।

Get real time updates directly on you device, subscribe now.