ଡ୍ରେନରେ ପଡ଼ି ଆଖି ବୁଜିଲା ୩ ବର୍ଷର ପୁଅ, ସ୍ଥାନୀୟ ଅଞ୍ଚଳରେ ଶୋକର ଲହରୀ

ବୈପାରିଗୁଡ଼ା: ବୈପାରିଗୁଡ଼ାରେ ଘଟିଯାଇଛି ଏକ ଅଭାବନୀୟ ଘଟଣା । ଡ୍ରେନରେ ପଡ଼ି ଚାଲିଯାଇଛି ୩ ବର୍ଷ ବୟସର ଶିଶୁର ଜୀବନ ।

ଶିଶୁଟି ଖେଳୁଥିବାବେଳେ ଡ୍ରେନରେ ପଡ଼ିଯାଇଥିବା କୁହାଯାଉଛି । ହେଲେ ଡ୍ରେନରେ ପଡ଼ି ଶିଶୁର ମୃତ୍ୟୁ ଘଯିଛି ।

ବୈପାରିଗୁଡ଼ାର ପୂଜାରୀଗୁଡ଼ା ଗାଁରେ ଏହି ଅଭାବନୀୟ ଘଟଣା ଘଟିଛି । କିଛିଦିନ ପୂର୍ବେ ଭୁବନେଶ୍ୱରରେ ଜଣେ ନାବାଳକ ମୁକୁଳା ଡ୍ରେନରେ ପଡ଼ି ମୃତ୍ୟୁବରଣ କରିଥିଲା ।

ସମାନ ପ୍ରକାର ଘଟଣା ଅନେକ ସମୟରେ ଘଟିବା ସହ ବଡ଼ ଅଘଟଣ ମଧ୍ୟ ଘଟୁଥିବା ଦେଖିବାକୁ ମିଳିଛି । ସରକାର ଏ ଦିଗକୁ ଦୃଷ୍ଟି ଦେଇ କଠୋର ପଦକ୍ଷେପ ଗ୍ରହଣ କରିବା ଆବଶ୍ୟକ ।