ମୋହନଙ୍କ ବଡ଼ ଘୋଷଣା: ରାଜ୍ୟରେ ନିଯୁକ୍ତ ହେବେ ୨୦୦୦ ଟ୍ରାଫିକ୍ ପୋଲିସ… ବସକୁ ଜଗିବ ସ୍ମାର୍ଟ ଡିଭାଇସ୍
ଡ୍ରାଇଭର ମଦ ପିଇ ଗାଡ଼ି ଚଲେଇଲେ କିମ୍ବା ଆଖି ଲାଗିଗଲେ ଜାଣିପାରିବ ସ୍ମାର୍ଟ ଡିଭାଇସ୍ । ଦୁର୍ଘଟଣା କମାଇବାର ରାଜ୍ୟ ସରକାରଙ୍କ ନୂଆ ପଣ୍ଡା ।
ଭୁବନେଶ୍ୱର: ସଡ଼କ ସୁରକ୍ଷା ଏବଂ ଯାତ୍ରୀଙ୍କ ସୁରକ୍ଷାକୁ ନେଇ ମୋହନ ସରକାର ନେଇଛନ୍ତି ବଡ଼ ନିଷ୍ପତ୍ତି । ଏଣିକି ରାଜ୍ୟରେ ଚାଲୁଥିବା ପ୍ରତିଟି ବସ୍ରେ ଲାଗିବାକୁ ଯାଉଛି ସ୍ମାର୍ଟ ଡିଭାଇସ୍ ।
ଜାତୀୟ ସଡ଼କ ସୁରକ୍ଷା ମାସ କାର୍ଯ୍ୟକ୍ରମରେ ସାମିଲ ହୋଇ ମୁଖ୍ୟମନ୍ତ୍ରୀ ଏହି ବଡ଼ ଘୋଷଣା କରିଛନ୍ତି । ଉଭୟ ସରକାରୀ ଓ ଘରୋଇ ବସ୍ ପାଇଁ ଏହି ଡିଭାଇସରେ ବ୍ୟବହାର କରାଯିବ । ଏ ନେଇ ପ୍ରାଇଭେଟ୍ ବସ ମାଲିକଙ୍କୁ ରାଜ୍ୟ ସରକାର ସହଯୋଗ ମଧ୍ୟ କରିବେ ।
ଡ୍ରାଇଭର ମଦ ପିଇ ଗାଡ଼ି ଚଲାଉଥିଲେ କିମ୍ବା ଡ୍ରାଇଭରଙ୍କ ଆଖି ଲାଗିଯିବା କାରଣରୁ ଘଟିବାକୁ ଥିବା ଦୁର୍ଘଟଣାକୁ ରୋକିବା କ୍ଷେତ୍ରରେ ସାହାଯ୍ୟ କରିବ ଏହି ସ୍ମାର୍ଟ ଡିଭାଇସ୍ ।
ନିଯୁକ୍ତ ହେବେ ଟ୍ରାଫିକ ପୋଲିସ: ବସରେ ହେଉଥିବା ଯାନ୍ତ୍ରୀକ ତ୍ରୁଟିକୁ ମଧ୍ୟ ଏହି ଡିଭାଇସ୍ ଚିହ୍ନଟ କରିପାରିବ ।
ରାଜ୍ୟରେ ବଢ଼ିଚାଲିଥିବା ସଡ଼କ ଦୁର୍ଘଟଣାକୁ ରୋକିବା କ୍ଷେତ୍ରରେ ରାଜ୍ୟ ସରକାରଙ୍କ ପକ୍ଷରୁ ଏ ପ୍ରକାର ଆଖିଦୃଶିଆ ପଦକ୍ଷେପ ନେଇଛନ୍ତି ।
ଏହାଛଡ଼ା ଆସନ୍ତା ଦିନରେ ରାଜ୍ୟରେ ୨୦୦୦ ଟ୍ରାଫିକ୍ ପୋଲିସ ନିଯୁକ୍ତ କରାଯିବ । ଯେଉଁମାନଙ୍କ ଭିତରୁ ୫୦୦ ଟ୍ରାଫିକ ପୋଲିସଙ୍କୁ ଚଳିତ ବର୍ଷ ନିଯୁକ୍ତି ପାଇବେ । ଏଥିସହ ରାଜ୍ୟ ସଡ଼କ ସୁରକ୍ଷା ବ୍ୟବସ୍ଥାକୁ ବ୍ୟାପକ କରାଯିବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ।