ଗ୍ରୀଷ୍ମ ତାତି ଯୋଗୁଁ ସ୍ମାର୍ଟଫୋନରେ ବିସ୍ଫୋରଣ ହେବାର ସମ୍ଭାବନା, ଅଧିକ ବ୍ୟବହାର କରୁଥିଲେ ସାବଧାନ !

ସ୍ମାର୍ଟଫୋନ୍ ବିସ୍ଫୋରଣ ହେବାର ଅନେକ ଖବର ଆଜିକା ତାରିଖରେ ପ୍ରକାଶ ପାଉଛି । ଏପରି ଘଟଣାର ଅନେକ କାରଣ ମଧ୍ୟ ରହିଛି । ବିଶେଷକରି ଖରା ଦିନରେ ଫୋନ୍ ଫାଟିବାର ସମ୍ଭାବନା ଅଧିକ ରହିଥାଏ । ସାଧାରଣତଃ ସ୍ମାର୍ଟଫୋନ୍ ଏବଂ ଛୋଟ ଡିଭାଇସରେ ଖୁବ୍ କମ୍ ସ୍ଥାନରେ ଅଧିକ ପାଉରର ବ୍ୟାଟେରୀ ରହିଥାଏ । ଏପରି ସ୍ଥିତିରେ ସ୍ମାର୍ଟଫୋନ୍ ବ୍ୟବହାରକାରୀମାନେ ବହୁତ ସତର୍କ ରହିବା ଉଚିତ ।

ଆସନ୍ତୁ ଜାଣିବା କିପରି ଫୋନ ଫାଟିଥାଏ, ଏହାର କାରଣ କ’ଣ ଏବଂ ଏହାକୁ କିପରି ରୋକାଯାଇପାରିବ ।

ସାଧାରଣତଃ, ମୋବାଇଲ୍ ବିସ୍ଫୋରଣର ବ୍ୟାଟେରି ପାଇଁ ହୋଇଥାଏ । ଯେତେବେଳେ ଫୋନ୍ ସୂର୍ଯ୍ୟ କିରଣରେ ଅଧିକ ସମୟ ପାଇଁ ରହିଥାଏ, ସେତେବେଳେ ବ୍ୟାଟେରୀ ମଧ୍ୟ ଖୁବ୍ ଗରମ ହୋଇଯାଇଥାଏ । ଅତ୍ୟଧିକ ତାପମାତ୍ରା ବୃଦ୍ଧି ହେତୁ ଫୋନ କଭର ପାଇଁ ମଧ୍ୟ ସମସ୍ୟା କରିପାରେ । ଏହା ବ୍ୟତୀତ ଫୋନରେ ଅତ୍ୟଧିକ ଚାପ ପଡିବା ଦ୍ୱାରା କିମ୍ବା ଏହାକୁ ଦୀର୍ଘ ସମୟ ପର୍ଯ୍ୟନ୍ତ ବ୍ୟବହାର କଲେ ଏହା ମଧ୍ୟ ଗରମ ହୋଇଯାଏ ଏବଂ ଫାଟିବାର ଆଶଙ୍କା ମଧ୍ୟ ବୃଦ୍ଧି ପାଇଥାଏ ।

ଶସ୍ତା ଚାର୍ଜର କିମ୍ବା କେବୁଲ ବ୍ୟବହାର କରିବା ଦ୍ୱାରା ବ୍ୟାଟେରୀରେ ସର୍ଟ ସର୍କିଟ ହେବାର ଆଶଙ୍କା ରହିଛି । ଫୋନକୁ ଦୀର୍ଘ ସମୟ ଧରି ଲଗାତାର ଚାର୍ଜ କରିବା ଦ୍ୱାରା ମଧ୍ୟ ଫୋନ୍ ଫାଟିବାର ଆଶଙ୍କା ରହିଥାଏ । ଗ୍ରୀଷ୍ମ ଋତୁରେ ବା ଖରା ଦିନରେ ଅଧିକ ସଂଖ୍ୟାରେ ଫୋନ ଫାଟିବାର ଭୟ ଥାଏ ।

ଯଦି ଆପଣଙ୍କ ଫୋନର ବ୍ୟାଟେରୀ ପୁରୁଣା କିମ୍ବା ନଷ୍ଟ ହୋଇଯାଉଛି ତେବେ ତୁରନ୍ତ ଏହାକୁ ପରିବର୍ତ୍ତନ କରି ନିଅନ୍ତୁ । ଗ୍ରୀଷ୍ମ ଋତୁରେ ବ୍ୟାଟେରୀକୁ ସୁରକ୍ଷିତ ରଖିବା ଅଧିକ ଗୁରୁତ୍ୱପୂର୍ଣ୍ଣ । ଫୋନରେ ଅଧିକ ସମୟ ପର୍ଯ୍ୟନ୍ତ ଗେମ୍ ଖେଳିବା ଉଚିତ୍ ନୁହେଁ କାରଣ ଏପରି କରିବା ଦ୍ୱାରା ବ୍ୟାଟେରି ଉପରେ ଅଧିକ ପ୍ରଭାବ ପଡିଥାଏ ।

ଯଦି ଆପଣ ଦୀର୍ଘ ସମୟ ଧରି ଫୋନରେ ଗେମ୍ ଖେଳନ୍ତି କିମ୍ବା ଭିଡିଓ ଦେଖନ୍ତି, ତେବେ ଆପଣଙ୍କ ଫୋନ୍ ଗରମ ହେବାର ଅଧିକ ଆଶଙ୍କା ରହିଥାଏ । ଖାର ଦିନରେ ସାଧାରଣତଃ ବାହାରର ତାପମାତ୍ରା ଅଧିକ ରହିଥାଏ, ଏପରି ସ୍ଥିତିରେ ଯଦି ଆପମ ଅଧିକ ସମୟ ଫୋନ ବ୍ୟବହାର କରୁଛନ୍ତି ତେବେ ବ୍ୟାଟରି ଖୁବ୍ ଶୀଘ୍ର ଗରମ ହୋଇଯାଇଥାଏ ।

ଫଳରେ ଫୋନରେ ଅତ୍ୟଧିକ ଚାପ ପଡିବା କାରଣରୁ ବିସ୍ଫୋରଣ ହେବାର ଆଶଙ୍କା ଅଧିକ ରହିଥାଏ । ମୋବାଇଲକୁ ତକିଆ, କମ୍ବଳ, ଆଦି ତଳେ ରଖି ଚାର୍ଜ କରନ୍ତୁ ନାହିଁ । ଯଦି ମୋବାଇଲ୍ ଫୋନ୍ ଅତ୍ୟଧିକ ଗରମ ହେଉଛି ତେବେ ଫୋନକୁ ତୁରନ୍ତ ସୁଇଚ୍ ଅଫ୍ କରି ଦିଅନ୍ତୁ ଏବଂ ମୋବାଇଲ୍ କଭର କାଢି ଦିଅନ୍ତୁ ।