fbpx

୧୨ ସପ୍ତାହରେ ଛାଡିବ ସିଗାରେଟ୍ ଅଭ୍ୟାସ: ଜରୁରୀ ମେଡିସିନରେ ସାମିଲ ହେବ ସ୍ମୋକିଙ୍ଗ୍ ଥେରାପି

ନୂଆଦିଲ୍ଲୀ: ଭାରତର ପ୍ରାୟ ୨୬.୭ କୋଟି ଲୋକ ଧୁମ୍ରପାନ କରିଥାନ୍ତି । ସେଥିମଧ୍ୟରୁ ୯.୯ କୋଟି ସ୍ମୋକର ଥିବାବେଳେ ୧୯.୯ କୋଟି ଲୋକ ଧୂଆଁ ବିହିନ ଧୂମ୍ରପାନ କରିଥାନ୍ତି । ତେବେ ଯେଉଁମାନେ ଏହି ଧୁମ୍ରପାନ ପରି ଖରାପ ଅଭ୍ୟାସ ପାଇଁ ଚିନ୍ତିତ ଅଛିନ୍ତି ସେମାନଙ୍କ ପାଇଁ ଆସିଛି ଖୁସି ଖବର । କାରଣ ଏବେ ଧୁମ୍ରପାନ ଛଡାଇବାର ମେଡିସିନ୍ ବା ଥେରାପି ସହଜରେ ପ୍ରତ୍ୟେକ ଜାଗାରେ ଉପଲବ୍ଧ ହେବ । ତେବେ ଖୁବ୍ ଶୀଘ୍ର ଏହି ଥେରାପିକୁ ଭାରତର ଜରୁରୀ ମେଡିସିନରେ ମଧ୍ୟ ସାମିଲ କରାଯିବ ।

ନିକୋଟିନ୍ ରିପ୍ଲେସମେଣ୍ଟ ଥେରାପି ହେଉଛି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଦ୍ୱାରା ଅନୁମୋଦିତ ଥେରାପି । ଯାହା ଦ୍ୱାରା ୧୨ ସପ୍ତାହର କୋର୍ସରେ ସିଗାରେଟ୍ ପରି ଏକ ଖରାପ ଅଭ୍ୟାସକୁ ଧୀରେ ଧୀରେ ଛାଡିହେବ । ସବୁଠାରୁ ବଡ କଥା ହେଉଛି ଏହି ଥେରାପି ପାଇଁ ଆପଣଙ୍କୁ ଖୁବ୍ କମ୍ ଟଙ୍କା ଖର୍ଚ୍ଚ କରିବାକୁ ପଡିବ । ଯଦି କୌଣସି ବ୍ୟକ୍ତି ସିଗାରେଟ୍ ଅଭ୍ୟାସକୁ ଛାଡିବାକୁ ଚାହୁଁଛନ୍ତି, ତେବେ ସେମାନେ ଦିନକୁ ମାତ୍ର ୧୫ ରୁ ୨୦ ଟଙ୍କା ଖର୍ଚ୍ଚ କରି ୯୦ ଦିନ ଭିତରେ ଏହି ଖରାପ ଅଭ୍ୟାସକୁ ଛାଡି ପାରିବେ ।

ଯେଉଁମାନେ ସିଗାରେଟ୍ ଛାଡିବାକୁ ଚାହୁଁଛନ୍ତି ସେମାନଙ୍କୁ ଏନ୍ ଆର୍ ଟି ଅଠା ପରି ଏକ ଦ୍ରବ୍ୟ ଦେଇଥାନ୍ତି ।ଏତତ୍ ବ୍ୟତୀତ ଲୋଜେଞ୍ଜ ଏବଂ ଟ୍ରାନ୍ସର୍ମାଲ୍ ପରି ମଧ୍ୟ ଦ୍ରବ୍ୟ ବଜାରରେ ଉପଲବ୍ଧ ଅଛି । କିନ୍ତୁ ଏହାକୁ ଲୋକେ ଏତେ ପସନ୍ଦ କରି ନଥାନ୍ତି ।
ଏନ୍ ଆର୍ ଟି ଅତ୍ୟାବଶ୍ୟକିୟ ଔଷଧ ତାଲିକାରେ ଅନ୍ତର୍ଭୂକ୍ତ ହେବା ପରେ ଏହାର ଅନେକ ବ୍ରାଣ୍ଡ ବଜାରରେ ଉପଲବ୍ଧ ହେବ । ଯାହାଦ୍ୱାରେ ସିଗାରେଟ୍ ଛାଡିବାକୁ ଚାହୁଁଥିବା ବ୍ୟକ୍ତିମାନେ ଅତି ସହଜରେ ଏହାକୁ ବ୍ୟବହାର କରି ପାରିବେ । ଏଥିସହିତ ସିଗାରେଟ୍ ପରି ଖରାପ ଅଭ୍ୟାସରୁ ଦୁରେଇ ପାରିବେ ।

Get real time updates directly on you device, subscribe now.