ରାହୁଲ ଗାନ୍ଧୀଙ୍କ ରାୟବରେଲିରୁ ନିର୍ବାଚନ ଲଢିବାକୁ ନେଇ ଏପରି ରିଆକ୍ସନ ଦେଲେ ସ୍ମୃତି ଇରାନୀ

ନୂଆଦିଲ୍ଲୀ: ଆମେଥିରେ ବିଜେପି ପ୍ରାର୍ଥୀ ଏବଂ କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ଉପରେ ରାୟବରେଲୀରେ ନିର୍ବାଚନ ଲଢିବାକୁ ନେଇ ଟାର୍ଗେଟ କରିଛନ୍ତି । ସେ କହିଛନ୍ତି ଯେ, କଂଗ୍ରେସ ଆମେଥିରୁ ହାରିବା ସ୍ୱୀକାର କରିନେଇଛି । ଏପରି ଯଦି ହୋଇ ନଥାଆନ୍ତା ତେବେ ରାହୁଲ ଆମେଥିରୁ ନିର୍ବାଚନ ଲଢିଥାଆନ୍ତେ ।

ସ୍ମୃତି ଇରାନୀ କହିଛନ୍ତି ଯେ, ଆମେଥିରୁ ଗାନ୍ଧୀ ପରିବାର ନ ଲଢିବା ଏହି କଥାର ସଂକେତ ଦେଉଛି ଯେ, କଂଗ୍ରେସ ଭୋଟରେ ପ୍ରଥମରୁ ହାର ମାନି ନେଇଛି । ସେମାନଙ୍କୁ ଲାଗୁଛି ଯେ, ଯଦି ଜିତିପାରିବେ ତେବେ ସେ ପ୍ରକ୍ସିକୁ ନିର୍ବାଚନରେ ଲଢାଇ ନଥାଆନ୍ତେ । ସ୍ମୃତି ଇରାନୀ କମେଣ୍ଟ କରି କହିଛନ୍ତି ଯେ, ସମସ୍ତ ଅତୀଥିଙ୍କୁ ସ୍ୱାଗତ ।

Get real time updates directly on you device, subscribe now.