fbpx

ସାପ ଓ ବିଛାର ଏ ଲଢେଇ, କିଏ ବେଶୀ ବିଷାକ୍ତ!

Advertisement

ଓଡିଶା ଭାସ୍କର: ବିଛା ହେଉ ବା ସାପ, ଉଭୟଙ୍କ ବିଷ ମଣିଷକୁ ମୃତ୍ୟୁର ଦ୍ୱାରକୁ ନେବା ପାଇଁ ଯଥେଷ୍ଟ । ଏଭଳି ସ୍ଥିତିରେ ମନରେ ପ୍ରଶ୍ନ ଉଙ୍କିମାରେ କାହାର ବିଷ ଅଧିକ ବିଷାକ୍ତ ! ବିଛା ପାଖରେ କେତେ ବିଷ ଥାଏ ଓ ଏହା ସାପଠୁ ବି ବେଶୀ କ୍ଷତିକାରକ କି । ଜାଣିବା …..
ବିଛାର ଚୋଟ କୌଣସି ବି ବ୍ୟକ୍ତିର ଅଙ୍ଗକୁ ନିଶ୍ଚଳ କରି ଦେବା ପାଇଁ ଯଥେଷ୍ଟ । ଗୋଟିଏ ବିଛା ପାଖରୁ ପ୍ରାୟ ୨ ମିଲିଲିଟର ବିଷ ବାହାରି ଥାଏ । ଉଭୟ ବିଛା ଓ ସାପକୁ ତୁଳନା କରାଗଲେ ଜଣାପଡେ ଯେ କେହି କାହାଠୁ କମ୍ ନୁହନ୍ତି । ତେବେ ବିଛାରୁ ନିର୍ଗତ ହେଉଥିବା ବିଷ ସାପ ତୁଳନାରେ କମ୍ ଥାଏ । ଫଳରେ ବିଛା ଯେତେବେଳେ ଜଣକୁ ଚୋଟ ମାରେ ସେତେବେଳେ ବ୍ୟକ୍ତିର ଶରୀରକୁ କମ୍ ବିଷ ପ୍ରବେଶ କରେ ସାପ ଅପେକ୍ଷା । କିନ୍ତୁ, ସାପ କାମୁଡିଲେ ବ୍ୟକ୍ତିର ଶରୀରକୁ ଅଧିକ ମାତ୍ରାରେ ବିଷ ପ୍ରବେଶ କରେ । ତୁଳନାତ୍ମକ ଭାବରେ ଦେଖାଗଲେ ଏ କ୍ଷେତ୍ରରେ ସାପ ଆଗରେ ହିଁ ରହିବ ।

ବିଶ୍ୱରେ ପ୍ରାୟ ଅନେକ ପ୍ରଜାତିର ବିଛା ଅଛନ୍ତି । ରିପୋର୍ଟ ଅନୁସାରେ, ସାରା ଦୁନିଆରେ ପ୍ରାୟ ୨୫୦୦ରୁ ଅଧିକ ଭିନ୍ନ ଭିନ୍ନ ପ୍ରଜାତିର ବିଛା ଦେଖା ଯାଆନ୍ତି । ଏଥିମଧ୍ୟରୁ ୩୦ ପ୍ରଜାତିର ବିଛା ମଣିଷକୁ ମୃତ୍ୟୁ ବି ଦେଇ ପାରନ୍ତି । ସେମାନଙ୍କ ପ୍ରତି ସତର୍କତା ଅବଲମ୍ବନ କରିବା ଆବଶ୍ୟକ । ବିଶ୍ୱରେ ସାପର ମଧ୍ୟ ଅନେକ ପ୍ରଜାତି ରହିଛନ୍ତି ଯେଉଁମାନଙ୍କ ଦଂଶନରେ ମଣିଷ ମରିବା ଥୟ । ସାରା ବିଶ୍ୱରେ ପ୍ରାୟ ୩ ହଜାରରୁ ଅଧିକ ପ୍ରଜାତିର ସାପ ଅଛନ୍ତି । ଭାରତରେ ପ୍ରାୟ ୩୦୦ ପ୍ରଜାତିର ସାପ ଅଛନ୍ତି, ଯେଉଁଥିରୁ ପ୍ରାୟ ୭ ରୁ ୮ ପ୍ରଜାତିର ସାପ ଅତ୍ୟଧିକ ବିଷାକ୍ତ ଅଟନ୍ତି ।

Get real time updates directly on you device, subscribe now.