fbpx

(Video) ATM ରୁ ଟଙ୍କା କାଢିବା ବେଳେ ସାବଧାନ୍: ନୋଟ୍ ବଦଳରେ ବାହାରୁଛି ବିଷଧର ସାପ

Advertisement

ନୂଆଦିଲ୍ଲୀ: ଏଟିଏମ ମେସିନରୁ ଟଙ୍କା କାଢିବା ବେଳେ ସାବଧାନ୍ ରୁହନ୍ତୁ । ନଚେତ୍ ଟଙ୍କା ପାଇବା ତ ଦୂରର କଥା ଆପଣ ନିଜ ଜୀବନ ହରାଇ ପାରନ୍ତି । କାରଣ ଏବେ ଏଟିଏମରୁ ଟଙ୍କା ବାହାରିବା ଜାଗାରେ ବାହାରୁଛନ୍ତି ବିଷଧର ସାପ । ଏମିତି କଥା ହୁଏତ ବିଶ୍ୱାସ କରିବା ସମ୍ଭବ ହୋଇ ନପାରେ । କିନ୍ତୁ ଏହା ସତ ଏବଂ ବର୍ତ୍ତମାନ ଏହି ଘଟଣା ସମସ୍ତଙ୍କୁ ଭୟଭୀତ କରାଇ ଦେଇଛି । ପଞ୍ଜାବ ନେସନାଲ ବ୍ୟାଙ୍କର ଏଟିଏମ ମେସିନ ଭିତରୁ ଟଙ୍କା ବଦଳରେ ବାହାରିଛି ଏକ ବିଶାଳକାୟ ସାପ । ଯାହାର ରୂପ ଦେଖିଲେ ହିଁ ଭୟ ଲାଗୁଛି । ଏହାର ଏକ ଭିଡିଓ ମଧ୍ୟ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

ତେବେ ମିଳିଥିବା ସୂଚନା ଅନୁସାରେ ଦିଲ୍ଲୀ ଗ୍ରେଟର ନୋଏଡାର ଜାରଚା ଥାନା ଅଞ୍ଚଳରେ ଏଭଳି ଏକ ଦୃଶ୍ୟ ଦେକିବାକୁ ମିଳିଛି । ଦାଦରୀ ଏନଟିପିସି ପ୍ଲାଣ୍ଟ ଗେଟ୍ ସାମନରେ ଥିବା ପଞ୍ଜାବ ନେସନାଲ ବ୍ୟାଙ୍କରୁ ଏହି ଭିଡିଓ ଭାଇରାଲ ହେଉଛି । ସେଠାରେ ଥିବା ଏଟିଏମ ମେସିନରୁ ଏକ ବିଷଧର ସାପ ବାହାରିଥିବାର ଦେଖିବାକୁ ମିଳିଛି । ତେବେ ଲୋକ ଏହି ସାପକୁ ଦେଖିବା ପରେ ଏଟିଏମ ଗେଟ୍ ବନ୍ଦ କରି ବାହାରକୁ ଚାଲି ଆସିଥିଲେ । ଫଳରେ ସେମାନେ ଏକ ବିରାଟ ଅଘଟଣରୁ ରକ୍ଷା ପାଇ ଯାଇଛନ୍ତି । ତେବେ ଏହାପରେ ଏଟିଏମ କାଉଣ୍ଟରରେ ଆଉ ଏକ ଆଶ୍ଚର୍ଯ୍ୟଜନକ ଘଟଣା ଘଟିଗଲା । ସାପଟି ବନ୍ଦ କୋଠରୀ ଭିତରେ ଏଣେତେଣେ ବୁଲିବା ସହ ବାହାରିଯିବାକୁ ଚେଷ୍ଟା କରିଥିଲା । କିନ୍ତୁ ସବୁ ରାସ୍ତା ବନ୍ଦ ଥିବାରୁ ସେ ବାହାରକୁ ଆସି ପାରି ନଥିଲା । ଏହାପରେ ସାପଟି ଅଚାନକ ଏଟିଏମ ମେସିନ ଉପରେ ଚଢି ତା’ ଭିତରେ ପଶି ଯାଇଛି । ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ଦେଇଛି ।

ଯଦି ଆପଣ ଏଟିଏମ ମେସିନକୁ ଭଲଭାବରେ ଦେଖିଥିବେ, ତେବେ ମେସିନର ଉପରି ଭାଗରେ ଏକ ଛୋଟ କ୍ୟାମେରା ଲାଗିଥିବାର ଦେଖିଥିବେ । ସାପଟି ସେହି ସ୍ଥାନରେ ଫାଙ୍କା ଥିବାର ଦେଖି ମେସିନ ଭିତରକୁ ପଶିଯାଇଛି । ତେବେ ଏତେ ବଡ଼ ଏକ ବିଷଧର ସାପକୁ ଦେଖି ସ୍ଥାନୀୟ ଲୋକେ ବନ ବିଭାଗକୁ ଖବର ଦେଇଥିଲେ । ଏହାପରେ ବନ ବିଭାଗ ଘଟଣାସ୍ଥଳକୁ ଆସି ସାପକୁ ଉଦ୍ଧାର କରିବା ସହ ଜଙ୍ଗଲରେ ଛାଡ଼ି ଦେଇଥିବା ଜାଣିବାକୁ ମିଳିଛି । ତେବେ ଏହି ସମୟରେ ସାପର ସମସ୍ତ କାରନାମାକୁ ଜଣେ ବ୍ୟକ୍ତି ଭିଡିଓ କରି ପୋଷ୍ଟ କରିଛନ୍ତି । ଏହି ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ତେଣୁ ଏଟିଏମ ଭିତରେ ଟଙ୍କା ଉଠାଇବା ବେଳେ ସାବଧାନତା ଅବଲମ୍ବନ କରିବା ଉଚିତ ବୋଲି ବନବିଭାଗ ପକ୍ଷରୁ ସତର୍କ କରାଯାଇଛି ।

Get real time updates directly on you device, subscribe now.