fbpx

ଏୟାର ଇଣ୍ଡିଆ ଏକ୍ସପ୍ରେସ ବିମାନରୁ ବାହାରିଲା ସାପ; ଯାଞ୍ଚ କରିବ ଡିଜିସିଏ

ନୂଆଦିଲ୍ଲୀ: ବିମାନରେ ସାପ ବାହାରିଥିବା କଥା ଶୁଣିଲେ ହୁଏତ ଟିକେ ଆଶ୍ଚର୍ଯ୍ୟ ଲାଗୁଥିବ । କିନ୍ତୁ ଏୟାର ଇଣ୍ଡିଆ ଏକ୍ସପ୍ରେସ ବିମାନରେ ସାପ ମିଳିବା ପରେ ବର୍ତ୍ତମାନ ଉତ୍ତେଜନା ଦେଖା ଯାଇଛି । ସୂଚନା ଅନୁଯାୟୀ ଏୟାର ଇଣ୍ଡିଆ ଏକ୍ସପ୍ରେସ ବିମାନ ଶନିବାର ଦୁବାଇ ବିମାନବନ୍ଦରରେ ଲ୍ୟାଣ୍ଡ କରିଥିଲା, ସେତେବେଳେ ଏହାର କାର୍ଗୋ ହୋଲ୍ଡରେ ଏକ ସାପ ରହିଥିବା ଦେଖିବାକୁ ମିଳିଥିଲା । ବିମାନ ଚଳାଚଳ ନିୟନ୍ତ୍ରକ ଡିଜିସିଏର ଜଣେ ଅଧିକାରୀ ଏ ବିଷୟରେ ସୂଚନା ଦେଇଛନ୍ତି । ବର୍ତ୍ତମାନ ଏହି ଘଟଣାର ତଦନ୍ତ କରାଯିବ ବୋଲି ସେ କହିଛନ୍ତି ।

ଏୟାର ଇଣ୍ଡିଆ ଏକ୍ସପ୍ରେସର ଫ୍ଲାଇଟ୍ ନମ୍ବର ବି୭୩୭-୮୦୦ ବୋଲି ସୂଚନା ରହିଛି । ଏହି ବିମାନ କେରଳର କାଲିକଟରୁ ଦୁବାଇକୁ ଯାଇଥିଲା । ତେବେ ସାପଟି ଯାତ୍ରୀଙ୍କର କୌଣସି କ୍ଷତି କରିନଥିଲା । ଯାତ୍ରୀ ମାନଙ୍କୁ ସୁରକ୍ଷିତ ଭାବେ ବିମାନରୁ ବାହାର କରାଯାଇଥିଲା । ତେବେ ବିମାନରେ କେତେ ଯାତ୍ରୀ ଥିଲେ ତାହାର ସୂଚନା ମିଳିପାରି ନାହିଁ ।

ଡିଜିସିଏର ବରିଷ୍ଠ ଅଧିକାରୀ କହିଛନ୍ତି ଯେ ଦୁବାଇ ବିମାନବନ୍ଦରରେ ପହଞ୍ଚିବା ପରେ ବିମାନର କାର୍ଗୋ ହୋଲ୍ଡରେ ଏକ ସାପ ଦେଖିବାକୁ ମିଳିଥିଲା । ଏହା ପରେ ବିମାନବନ୍ଦରର ଅଗ୍ନିଶମ କର୍ମଚାରୀଙ୍କୁ ସୂଚନା ଦିଆ ଯାଇଥିଲା । ତେବେ ଏହାର ଅନୁସନ୍ଧାନ କରାଯିବ ଏବଂ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଡିଜିସିଏ ପ୍ରକାଶ କରିଛନ୍ତି ।

Get real time updates directly on you device, subscribe now.