fbpx

କାନ୍ଥ ଭିତରେ ଲୁଚି ରହିଥିଲା ଏକ ବିଷାକ୍ତ କୋବ୍ରା, ସାପକୁ ଧରିବାକୁ ପାଇଁ ଭଙ୍ଗାଗଲା ଘର, ଦେଖନ୍ତୁ Video

ନୂଆଦିଲ୍ଲୀ: ବର୍ଷା ଋତୁରେ ଅନେକ ସମୟରେ ସାପମାନେ ଘର ମଧ୍ୟକୁ ପ୍ରବେଶ କରିଥାନ୍ତି । ତେବେ ଜଣେ ବ୍ୟକ୍ତିଙ୍କ ଘରର କାନ୍ଥ ଭିତରେ ଲୁଚି ରହିଥିଲା ଏକ ଭୟଙ୍କର ସାପ । ଉକ୍ତ କୋବ୍ରାକୁ ଉଦ୍ଧାର କରିବା ପାଇଁ ଶେଷରେ ଘରକୁ ଭାଙ୍ଗିବାକୁ ପଡ଼ିଥିଲା । ପରେ ସାପକୁ ଉଦ୍ଧାର କରିଥିଲେ ସ୍ନେକ ରେସକ୍ୟୁ ଟିମ୍ । ଏନେଇ ଏକ ଭିଡିଓ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି ।

ହରିୟାଣାର ଫତେହାବାଦ ଜିଲ୍ଲାର ଟୋହାନା ଅଞ୍ଚଳରୁ ଏହି ସାପଟି ଉଦ୍ଧାର ହୋଇଛି । ଜଣେ ବ୍ୟକ୍ତିଙ୍କ ଘରର କାନ୍ଥ ଭିତରେ କୋବ୍ରା ଲୁଚିଥିବା ଜଣାପଡ଼ିଥିଲା । ଏହାପରେ ଘଟଣାଟି ଚାରିଆଡ଼େ ବ୍ୟାପି ଯାଇଥିଲା । ଏହାପରେ ସଙ୍ଗେସଙ୍ଗେ ଜଣେ ସାପ ଧରାଳିଙ୍କୁ ଖବର ଦିଆଯାଇଥିଲା । ଯଦି ଘର ଭଙ୍ଗାଯାଇ ନଥାନ୍ତା, ତେବେ ସାପଟି କାନ୍ଥ ଭିତରୁ ବାହାରିବା ମୁସ୍କିଲ ହୋଇଥାନ୍ତା ।

ସ୍ନେକ ହେଲପ ଲାଇନ ଟିମର ସଦସ୍ୟ ସାପକୁ ସୁରକ୍ଷିତ ଭାବେ ଉଦ୍ଧାର କରିବାରେ ସକ୍ଷମ ହୋଇଥିଲେ । ସ୍ପେକ୍ଟେକଲ୍ଡ କୋବ୍ରା ହେଉଛି ଦୁନିଆର ସବୁଠାରୁ ବିଷାକ୍ତ ସାପ । ଏହି ସାପ ଲାଜ ସ୍ୱଭାବର ହୋଇଥିବାରୁ ଏମାନେ ପ୍ରାରମ୍ଭରୁ ଦଂଶନ କରନ୍ତି ନାହିଁ । ମାତ୍ର ବିପଦ ପଡ଼ିଲେ ଏମାନେ କାମୁଡ଼ିବାକୁ ପଛାନ୍ତି ନାହିଁ ବୋଲି ସ୍ନେକ ହେଲ ଲାଇନ ସଦସ୍ୟ କହିଥିଲେ ।

Get real time updates directly on you device, subscribe now.