ନୂଆଦିଲ୍ଲୀ: ବର୍ତ୍ତମାନ ଶୀତ ଆରମ୍ଭ ହୋଇଯାଇଥିବା ବେଳେ ଲୋକମାନେ କମ୍ବଳ, ସ୍ୱେଟର ପିନ୍ଧି ଶୀଘ୍ର ଶୋଇପଡ଼ୁଥିବା ଦେଖାଯାଉଛି । ଶୀତଦିନେ ବେଡରେ ଘୋଡ଼ିହୋଇ ଶୋଇବାର ମଜା ନିଶ୍ଚିତ ଭାବେ ନିଆରା । ତେବେ ଆପଣମାନେ ଶୋଉଥିବା ବେଡରେ ଯଦି ଦୁର୍ଭାଗ୍ୟବଶତଃ ସାପଟିଏ ଶୋଇଥିବାର ଆପଣମାନେ ଦେଖିବେ, ତେବେ ଦୁଇ ମିନିଟରେ ଆପଣଙ୍କର ଶୀତ ନିଶା ଛାଡ଼ିଯିବ । ଏହା ମଧ୍ୟରେ ସୋସିଆଲ ମିଡ଼ିଆରେ ଏକ ଭିଡିଓ ଖୁବ୍ ଭାଇରାଲ୍ ହେବାରେ ଲାଗିଛି । ବେଡ ଉପରେ ରଖାଯାଇଥିବା ତକିଆ ତଳେ ସାପଟି ଧୀର ସ୍ଥିର ଭାବେ ଲୁଚି ରହିଥିଲା । ସାପ ଉପରେ ବ୍ୟକ୍ତିଙ୍କର ନଜର ପଡ଼ିବା ମାତ୍ରେ ସେ ଚମକି ପଡ଼ିଥିଲେ ।
ଖବର ମୁତାବକ, ଶୋଇବାକୁ ପ୍ରସ୍ତୁତ ହେଉଥିବା ବେଳେ ଜଣେ ବ୍ୟକ୍ତି ଅଚାନକ ତକିଆ ତଳେ ଏକ ଭୟଙ୍କର କେପ କୋବ୍ରାକୁ ଦେଖିଥିଲେ । ଏହାପରେ ସେ ଚମକି ପଡ଼ିବା ସହ ଡରି ଯାଇଥିଳେ । ଦକ୍ଷିଣ ଆଫ୍ରିକାର ଷ୍ଟେଲିନବଶରେ ରହୁଥିବା ଗୋଟିଏ ପରିବାର ସହ ଏପରି ଅଘଟଣ ଘଟିଛି । ସାପକୁ ଦେଖିବା ପରେ ପରିବାର ସଦସ୍ୟମାନେ ତୁରନ୍ତ ସ୍ନେକ ରିମୁଭଲ୍ସଙ୍କୁ ଫୋନ୍ କରିଥିଲେ । ଖବର ପାଇ ସାପ ଧରାଳି ବିଶେଷଜ୍ଞ ଘଟଣାସ୍ଥଳରେ ପହଞ୍ଚି ସାପକୁ ଉଦ୍ଧାର କରିଥିଲେ । ଏହି ଭିଡିଓକୁ ସାପ ଧରାଳି ସୋସିଆଲ ମିଡ଼ିଆରେ ଶେୟାର କରିବା ସହ ‘ଏପରି ମେହମାନ କେହି ଚାହାନ୍ତି ନାହିଁ’ ବୋଲି ଲେଖିଛନ୍ତି । ସୂଚନାଯୋଗ୍ୟ ଯେ, କେପ କୋବ୍ରା ଦକ୍ଷିଣ ଆଫ୍ରିକାର ସବୁଠାରୁ ବିପଜ୍ଜନକ ସାପ ମଧ୍ୟରୁ ଅନ୍ୟତମ । ଏହି ସାପ କାମୁଡ଼ିବା ପରେ ଶ୍ୱାସକ୍ରିୟା ବନ୍ଦ ହୋଇଯାଇଥାଏ, ଓ ପୀଡ଼ିତଙ୍କର ସଙ୍ଗେସଙ୍ଗେ ମୃତ୍ୟୁ ଘଟିଥାଏ ।
View this post on Instagram