fbpx

ସାପମାନେ ବି କରିଥାନ୍ତି ‘ସୁଇସାଇଡ୍’: ସାମ୍ନାକୁ ଆସିଲା ରିସର୍ଚ୍ଚ ରିପୋର୍ଟ

ଆମ ପୃଥିବୀ ପୃଷ୍ଠରେ ଅନେକ ପ୍ରକାରର ଜୀବଜନ୍ତୁ, ସରିସୃପ, ବୃକ୍ଷଲତା ରହିଛନ୍ତି । ତେବେ ଅନେକ ସମୟରେ ବୃକ୍ଷଲତା ଓ ସରିପୃପଙ୍କୁ ନେଇ ନୂଆ ନୂଆ ରିସର୍ଚ୍ଚ ତଥ୍ୟ ସାମ୍ନାକୁ ଆସିଥାଏ । ତେବେ ଆପଣମାନେ ଜାଣନ୍ତି ସାପମାନେ ମଧ୍ୟ ସୁଇସାଇଡ୍ କରିଥାନ୍ତି । ଅନେକ ଲୋକ ଏନେଇ ଅଜ୍ଞାତ ଥାଆନ୍ତି । ତେବେ ଏକଥା ସତ ବୋଲି ରିସର୍ଚ୍ଚ ରିପୋର୍ଟରୁ ଖୁଲାସା ହୋଇଛି ।

ସାଧାରଣ ଭାବେ ମଣିଷମାନେ ଅନେକ ସମୟରେ କଠିନ ପରିସ୍ଥିତିକୁ ସାମ୍ନା କରି ନପାରି ଆତ୍ମହତ୍ୟା କରିଥାନ୍ତି । ଅନୁରୂପ ଭାବେ ସାପମାନେ ମଧ୍ୟ ଆତ୍ମହତ୍ୟା କରୁଥିବାର ନେଇ ଅତୀତରେ କରାଯାଇଥିବା ଏକ ରିସର୍ଚ୍ଚରୁ ଜଣାପଡ଼ିଥିଲା । ତେବେ ଏହି ଖବରକୁ ନେଇ ପ୍ରଥମେ ଗବେଷକମାନେ ଦ୍ୱନ୍ଦ୍ୱରେ ପଡ଼ିଯାଇଥିଲେ । ଗୋଟିଏ ବିଷାକ୍ତ ସାପ ଆତ୍ମହତ୍ୟା କରିଥିବା ନେଇ ଅଷ୍ଟ୍ରେଲିଆର ରିସର୍ଚ୍ଚରମାନେ ସ୍ପଷ୍ଟ ହୋଇଥିଲେ ।

ତେବେ ଜଣାପଡ଼ିଥିଲା ଯେ, ଆତ୍ମହତ୍ୟା କରିଥିବା ବିଷାକ୍ତ ସାପର ନାମ ହେଉଛି ଟ୍ରି ବ୍ରାଉନ । ତାହା ସାଧାରଣ ଭାବେ ଅଷ୍ଟ୍ରେଲିଆରେ ଦେଖାଯାଇଥାଏ । କେର୍ନସ ସହରରେ ରହୁଥିବା ମୈଟ ହେଗନ ନାମକ ଜଣେ ସାପ ଧରାଳି ଏହି ଘଟଣାକୁ ଦେଖିଥିଲେ । ହେଗନ ଏକ ୱେବସାଇଟରେ ଏହା ଉଲ୍ଲେଖ କରିଥିଲେ ଯେ, ଜଣେ ମହିଳାଙ୍କ ଘର ବାହାରେ ଏକ ଟ୍ରି ବ୍ରାଉନ ସାପ ଥିବା ସେ ଖବର ପାଇଥିଲେ । ମାତ୍ର ମହିଳାଙ୍କ ସୂଚନା ମୁତାବକ ସାପଟି ଦୁଇ ଘଣ୍ଟା ଧରି ଗୋଟିଏ ସ୍ଥାନରେ ପଡ଼ି ରହିଥିଲା । ସେ ସାପଟି ପାଖକୁ ଯାଇ ଦେଖିଲେ ଯେ, ସାପଟି ନିଜ ପାଟିରେ ବେକକୁ ଦବାଇ ଦେଇଥିଲା । ଫଳରେ ତା’ର ମୃତ୍ୟୁ ଘଟିଥିଲା ।

ସାପଟି ଏଭଳି ଅବସ୍ଥାରେ ମୃତ୍ୟୁବରଣ କରିବା ହେଗନଙ୍କୁ ସନ୍ଦେହରେ ପକାଇ ଦେଇଥିଲା । ତେଣୁ ସେ ଏହାର ସତ୍ୟାସତ୍ୟ ଜାଣିବା ପାଇଁ ସାପଟିକୁ ପରୀକ୍ଷାଗାରକୁ ନେଇ ପରୀକ୍ଷା କରାଇଥିଲେ । ସାପଟିର ବିଷ ନିଜ ଶରୀରରେ ପହଞ୍ଚିବା ଦ୍ୱାରା ତା’ର ମୃତ୍ୟୁ ହୋଇଥିବା ପରୀକ୍ଷଣରୁ ସ୍ପଷ୍ଟ ହୋଇଥିଲା ।

Get real time updates directly on you device, subscribe now.