fbpx

ପାହାଡିଆ ଅଞ୍ଚଳରେ ତୁଷାରପାତ: ୨୦ ଡିଗ୍ରୀ ତଳକୁ ଖସିଲା ତାପମାତ୍ରା, ଜାଣନ୍ତୁ କେଉଁଠାରେ କିପରି ରହିଛି ପାଗ

Advertisement

ନୂଆଦିଲ୍ଲୀ : ପଶ୍ଚିମରେ ଜଳବାୟୁ ସକ୍ରିୟ ଥିବାରୁ ଉତ୍ତରାଖଣ୍ଡରେ ତୁଷାରପାତ ହୋଇଛି । ଯାହାଫଳରେ ଏଠାରେ ଶୀତ ଆରମ୍ଭ ହୋଇଛି । ତେବେ ପାହାଡ ଅଞ୍ଚଳରେ ଶୀତର ଲହରୀ ଦେଖା ଦେଇଛି । ହିମାଳୟ ଅଞ୍ଚଳରେ ହୋଇଥିବା ତୁଷାରପତ ଯେଗୁଁ ଏଠାରେ ଶିତ ବଢିବାରେ ଲାଗିଛି ଏଠାରେ ପରଦ ୨୦ ଡିଗ୍ରୀ ତଳକୁ ଖସିଛି । ଏହା ଛଡା ହିମାଞ୍ଚଳ ପ୍ରଦେଶରେ ଉଚ୍ଚ ପର୍ବତରେ ବରଫ ପଡିଛି । ସିମଲାରେ ଏବଂ ନାରକଂଣ୍ଡାରେ ଏ ବର୍ଷର ପ୍ରଥମ ତୁଷାର ପାତ ହୋଇଛି । ଏହା ଛଡା ଜାମ୍ମୁ କାଶ୍ମୀର ଉଚ୍ଚା ଅଞ୍ଚଳରେ ତୁଷାର ପାତ ହେବା ସହ ସମତଳ ଅଞ୍ଚଳରେ ବର୍ଷା ଲାଗି ରହିଛି ।

ଉତ୍ତରାଖଣ୍ଡ ପିଥୋରାଗଡ ଜିଲ୍ଲାରେ ଦାରମା ଅଞ୍ଚଳରେ ତୁଷାରପାତ ହୋଇଛି । ପାଣିପାଗର ଏପରି ପରିବର୍ତ୍ତନ କରାରଣରୁ ଏଠାରେ ସର୍ବ ନିମ୍ନ ତାପମାତ୍ରା ୪ ଡିଗ୍ରୀ ଥିବା ବେଳେ ସର୍ବାଧିକ ତାପମାତ୍ରା ୧୨ ଡିଗ୍ରୀ ସେଲସିୟସ ରହିଛି । ହିମାଳୟରେ ୫୦ ବର୍ଷ ପରେ ଅକ୍ଟୋବର ମାସରେ ତୁଷାରପାତ ହୋଇଛି । ଏହା ଛଡା ଅନେକ ସୀମାନ୍ତ ଜିଲ୍ଲାରେ ତୁଷାର ପାତ ହୋଇଛି । ସୀମାନ୍ତ ଜିଲ୍ଲାରେ ତାପମାତ୍ରା ୨୨ ଡିଗ୍ରୀ ରହିଛି । ଯାହା ମଙ୍ଗଳବାର ୨୦ ଡିଗ୍ରୀ ହୋଇଥିଲା, ଏଠାରେ ସର୍ବନିମ୍ନ ତାପମାତ୍ରା ୧୦ ଡିଗ୍ରୀ ରହିଛି ।

ବାଗେଶ୍ୱର ଜିଲ୍ଲାରେ ସୋମବାର ଦିନ ବର୍ଷା ଏବଂ କୁଆପଥର ବର୍ଷା ହୋଇଥିଲା । ଯାହା ଫଳରେ ଏଠାରେ ଶୀତର ଲହରି ଦେଖା ଦେଇଛି । ଏଠାରେ ମଧ୍ୟ ବର୍ଷର ପ୍ରଥମ ହିମପାତ ହୋଇଛି । ଘାଟି ଅଞ୍ଚଳରେ କୁହୁଡି ଦେଖିବାକୁ ମିଳିଛି । ଏହି ଜିଲ୍ଲାରେ ସର୍ବାଧିକ ତାପମାତ୍ରା ୧୬ ଡିଗ୍ରୀ ରହିଛି ।

ଜାମ୍ମୁ-କାଶ୍ମୀରର ରାମବନ ଜିଲ୍ଲାରେ ଭୁସ୍ଖଳନ ହେବା ଦ୍ୱାରା ଏଠାରେ ରାଷ୍ଟ୍ରିୟ ରାଜମାର୍ଗ ମଙ୍ଗଳବାର ଦିନ ଯାତାୟତ ବାଧାପ୍ରପ୍ତ ହୋଇଥିଲା । ଏଥିରେ ୨୦୦ରୁ ଅଧିକ ଗାଡି ଜାମ ହୋଇଥିଲା । ଅଧିକାରୀଙ୍କ କହିବା ଅନୁସାରେ ଏଠାରେ ରାସ୍ତା ସଫ କରିବା କାମ ଲାଗି ରହିଛି । କିନ୍ତୁ ଏଠାରେ ଅଧିକ ବର୍ଷା ଯେଗୁଁ ରାସ୍ତା ସଫା କାମରେ ବାଧା ସୃଷ୍ଟି ହେଉଛି ।

Get real time updates directly on you device, subscribe now.