fbpx

ପୁଣି ଆପତ୍ତିଜନକ ଭାବରେ ବ୍ୟବହାର ହେଲା ହିନ୍ଦୁ ଦେବାଦେବୀଙ୍କ ଫଟୋ, ସୋସିଆଲ ମିଡିଆରେ ଟ୍ରୋଲ କଲେ ୟୁଜର୍ସ

ହିନ୍ଦୁ ଦେବାଦେବୀଙ୍କ ଚିତ୍ରକୁ ଆପତ୍ତି ଜନକ ଭାବରେ ବ୍ୟବହାର କରି ଚର୍ଚ୍ଚାକୁ ଆସିବା ଏକ ସାଧାରଣ କଥା ହୋଇଗଲାଣି । କେତେବେଳେ ଫିଲ୍ମରେ ତ କେବେ କୌଣସି ପୋଷାକ କିମ୍ବା ଖାଦ୍ୟ ଉତ୍ପାଦକ କମ୍ପାନୀ ଆପତ୍ତିଜନକ ଭାବେ ହିନ୍ଦୁ ଦେବାଦେବୀଙ୍କ ଛବିକୁ ବ୍ୟବହାର କରୁଥିବାର ନଜିର ରହିଛି । ବର୍ତ୍ତମାନ ‘ସାହାରା ରାୟ ସ୍ୱିମ୍’ ନାମକ ଏକ ପୋଷାକ ବ୍ରାଣ୍ଡ ଏହାର ନୂତନ ସ୍ୱିମିୟର ସଂଗ୍ରହ(ବିକିନିରେ)ରେ ହିନ୍ଦୁ ଦେବତାମାନଙ୍କର ଚିତ୍ର ଛାପିବା ସହିତ ବିବାଦ ସୃଷ୍ଟି କରିଛି ।

ଏହି ବ୍ରାଣ୍ଡର ମାଲିକ ହେଉଛନ୍ତି ସୁବ୍ରତ ରାୟ । ଯିଏକି ଭାରତର ଘରେଘରେ ସାହାରା ଇଣ୍ଡିଆର ମାଲିକ ଭାବରେ ପରିଚିତ । ଏହି ବ୍ରାଣ୍ଡ ‘ଓଉରା କଲେକ୍ସନ୍ ୨୦୨୨’ ନାମକ ବିକିନିର ଏକ ନୂତନ ଉତ୍ପାଦ ବଜାରକୁ ଆଣିଛି । ବଜାରକୁ ଆସିଥିବା ଏହି ନୂତନ ଉତ୍ପାଦରେ ଦେଖିବାକୁ ମିଳିଛି ଯେ ଏଗୁଡ଼ିକ ଉପରେ ହିନ୍ଦୁ ଦେବତାମାନଙ୍କର ଚିତ୍ର ରହିଛି । ତେବେ ବିକିନି ଉପରେ ବିବାଦୀୟ ଚିତ୍ର ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ଟ୍ୱିଟରରେ ଏହାର ଫଟୋକୁ ସେୟାର କରି ୟୁଜର୍ସମାନେ କମ୍ପାନୀକୁ କଡ଼ା ଭାଷାରେ ଟ୍ରୋଲ କରୁଛନ୍ତି ।

ଟ୍ୱିଟରରେ ଜଣେ ୟୁଜର୍ସ ଲେଖିଛନ୍ତି ଯେ, ସୁବ୍ରତ ରାୟଙ୍କ କମ୍ପାନୀ କଳା ସୌନ୍ଦର୍ଯ୍ୟ ନାଁରେ ହିନ୍ଦୁ ଦେବାଦେବୀଙ୍କୁ ବିକିନିରେ ବ୍ୟବୟହାର କରୁଛନ୍ତି । ଏହା କେବଳ ଡିଜାଇନ୍ ପାଇଁ ନା ଏହା ପଛରେ ଏକ ଉଦ୍ଦେଶ୍ୟ ଅଛି? କିମ୍ବା ଯଦି ସେମାନେ ଅତ୍ୟଧିକ ଧାର୍ମିକ? ସେମାନେ ଏହାକୁ ଯୀଶୁଙ୍କଠାରୁ ଏହା ଆରମ୍ଭ କରିବା ଉଚିତ୍ ନୁହେଁ କି? ବୋଲି ସେ ପ୍ରଶ୍ନ କରିଛନ୍ତି ।

ସେହିପରି ଅନ୍ୟଜଣେ ୟୁଜର୍ସ ଲେଖିଛନ୍ତୁି ଯେ, ପାଶ୍ଚାତ୍ୟ ହିନ୍ଦୁ ଦେବାଦେବୀଙ୍କୁ ସେମାନଙ୍କ ବିକିନି ଟପ୍ ଏବଂ ବଟମ ପାଇଁ ‘ଫ୍ୟାଶନ୍ ଡିଜାଇନ୍’ ଏବଂ ‘ସୌନ୍ଦର୍ଯ୍ୟକରଣ ସାମଗ୍ରୀ’ ଭାବରେ ବ୍ୟବହାର କରୁଛନ୍ତି। “ସେମାନେ କାହିଁକି ଯୀଶୁଙ୍କୁ ସେମାନଙ୍କର ସୌନ୍ଦର୍ଯ୍ୟମୂଳକ ଡିଜାଇନ୍ ଭାବରେ ରଖିବାକୁ ଚେଷ୍ଟା କରନ୍ତି ନାହିଁ? ବୋଲି ସେ ପ୍ରଶ୍ନ କରିଛନ୍ତି ।

 

Get real time updates directly on you device, subscribe now.