ଏହି ଦିନ ପଡିବ ବର୍ଷର ପ୍ରଥମ ସୂର୍ଯ୍ୟ ପରାଗ, ଅନେକ ଅଶୁଭର ଦେଲାଣି ଆଭାସ

ଓଡିଶା ଭାସ୍କର: ମଝିରେ ଆଉ କେଇଟା ଦିନ । ଆସିବ ନୂଆବର୍ଷ ୨୦୨୫ । ନୂଆବର୍ଷ ପାଇଁ ଲୋକଙ୍କ ଭିତରେ ଅନେକ ପ୍ଲାନିଂ ଆରମ୍ଭ ହୋଇଗଲାଣି । ଏଥିସହ ନୂଆବର୍ଷକୁ ନେଇ ଜ୍ୟୋତିଷ ଶାସ୍ତ୍ରରେ କଳ୍ପନା ଜଳ୍ପନା ଆରମ୍ଭ ହୋଇଯାଇଛି । ତେବେ ସୂର୍ଯ୍ୟ ଗ୍ରହଣ ଓ ଚନ୍ଦ୍ରପରାଗର ବିଶେଷ ଗୁରୁତ୍ୱ ରହିଥାଏ କୌଣସି ବି ବର୍ଷ ଉପରେ । ଗୋଟିଏ ବର୍ଷ କେମିତି ଯିବ, ତାହା ସେହି ବର୍ଷ ପଡୁଥିବା ସୂର୍ଯ୍ୟପରାଗ ଓ ଗ୍ରହଣରୁ ଜୋତିର୍ବିଦ ଆକଳନ କରିଥାନ୍ତି । ତେବେ ଆସନ୍ତୁ ଜାଣିବା ୨୦୨୫ରେ ପରାଗ ରହିଛି କି ନାହିଁ? ଏହାର ଭାରତ ଉପରେ କି ପ୍ରଭାବ ରହିଛି ।

ସୂର୍ଯ୍ୟପରାଗର ପ୍ରଭାବ ଦେଶ, ଜାତି ଓ ବ୍ୟକ୍ତିଙ୍କ ଜୀବନ ଉପରେ ପଡିଥାଏ । ଏହି ସୂର୍ଯ୍ୟପରାଗରୁ ଦେଶକୁ କି ପ୍ରକାର ପ୍ରାକୃତିକ ଦୁର୍ବିପାକର ସାମ୍ନା କରିବାକୁ ପଡିବ ତାହା ଜଣାପଡେ । ପରାଗକୁ ଏକ ଅଶୁଭ ସମୟ ଭାବେ ଗ୍ରହଣ କରାଯାଏ । ତେଣୁ ଏହି ସମୟରେ ଶୁଭ କାମ କରିବାକୁ ବାରଣ କରାଯାଇଛି ଶାସ୍ତ୍ରରେ । ଏଥିସହ, ଏହି ସମୟ ବା ସପ୍ତାହରେ ଶୁଭ କାମ ଆରମ୍ଭ କରିବାକୁ ବାରଣ କରାଯାଇଛି । କାରଣ ହିନ୍ଦୁ ଧର୍ମରେ ବର୍ଣ୍ଣନା ହୋଇଛି କି, କେତୁ ସୂର୍ଯ୍ୟଙ୍କୁ ଗ୍ରାସ କରିଥାନ୍ତି ।

୨୦୨୫ ପ୍ରାରମ୍ଭିକ ଭାଗରେ ପଡୁଛି ଗୋଟିଏ ପରାଗ । ମାର୍ଚ୍ଚ ୨୯ରେ ଦୀର୍ଘ ପରାଗ ପଡୁଛି । ଭାରତୀୟ ସମୟ ଅନୁଯାୟୀ ଅପରାହ୍ନ ୨.୨୦ରେ ଗ୍ରହଣ ଆରମ୍ଭ ହୋଇ ସଂଧ୍ୟା ୬ଟା ୧୩ ମିନିଟରେ ସମାପ୍ତ ହେବ । ଏହି ପରାଗ ମୁଖ୍ୟତଃ ୟୁରୋପ, ଏସିଆ, ଆଫ୍ରିକା, ନର୍ଥ ଆମେରିକା, ସାଉଥ ଆମେରିକା, ଅଟଲାଣ୍ଟିକ ମହାସାଗର ଉପରେ ନଜର ଆସିବ । ଏହାର ପ୍ରଭାବ ଭାରତ ଉପରେ ନ ଥିବା ଜଣାପଡିଛି ।