fbpx

Video: ଇଣ୍ଡୋ-ୟୁଏସ ମିଳିତ ସାମରିକ “ଯୁଦ୍ଧ ଅଭ୍ୟାସ’ ମଧ୍ୟରେ ସୈନିକମାନଙ୍କର “ରକ’ କନସର୍ଟ

ନୂଆଦିଲ୍ଲୀ: “ଯୁଦ୍ଧ ଅଭ୍ୟାସ’ ହେଉଛି ଭାରତ ଏବଂ ଆମେରିକାର ମିଳିତ ଦ୍ୱିପାକ୍ଷିକ ଅଭ୍ୟାସ ଯାହା ପ୍ରତିବର୍ଷ ଦୁଇ ଦେଶ ମଧ୍ୟରେ ହୋଇଥାଏ । ଏହି ଯୁଦ୍ଧ ତାଲିମର ୧୮ତମ ସଂସ୍କରଣ ନଭେମ୍ବର ୧୯ରେ ଆରମ୍ଭ ହୋଇଥିଲା । ଯେଉଁଠାରେ ଦୁଇ ଦଳ ମିଳିତ ଭାବେ ଦୁଇ ସପ୍ତାହ ମଧ୍ୟରେ ବିଭିନ୍ନ ଅଭ୍ୟାସ କରିଥିଲେ । ତେବେ ବର୍ତ୍ତମାନ ଇଣ୍ଡୋ- ଆମେରିକାର ମିଳିତ ଯୁଦ୍ଧ ଅଭ୍ୟାସ ପରେ “ରକ’ କନସର୍ଟର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଆମେରିକା ସେନାର ଏକାଦଶ ଏୟାରବୋର୍ନ ଡିଭିଜନ ଗୁରୁବାର ଦିନ ଏହି ଭିଡିଓ ସେୟାର କରିଛି ଯେଉଁଥିରେ ସୈନିକମାନେ ଏକ “ରକ ଅନ୍’ ମୋଡରେ ରହିଛନ୍ତି । ସେମାନେ ଏହି ମ୍ୟୁଜିକାଲ ଟ୍ୱିଷ୍ଟକୁ ଦୁଇ ସପ୍ତାହ ଧରି ଚାଲିଥିବା କଠିନ ପରିଶ୍ରମକୁ ଉତ୍ତରାଖଣ୍ଡର ଔଲିରେ ଶେଷ କରିଥିଲେ ।

ଦୁଇ ଦଳ ମଧ୍ୟରେ ହୋଇଥିବା ୨୦ ସେକେଣ୍ଡର ଏହି ଭିଡିଓରେ ସୈନ୍ୟମାନେ ରୋଲ ଡ୍ରମ ଏବଂ ଗିଟାର ବଜାଉଥିବା ଦେଖିବାକୁ ମିଳିଛି । ଆର୍କଟିକ ଏଞ୍ଜଲ୍ସର ଏହି ଗୋଟିଏ ଦିନ କାର୍ଯ୍ୟକ୍ରମକୁ ଆମେରିକା ସେନାର ଏକାଦଶ ଏୟାରବୋର୍ନ ଟ୍ୱିଟ ମାଧ୍ୟମରେ ଏହି ଭିଡିଓ ସେୟାର କରିଛନ୍ତି ।
ତେବେ ଯୁଦ୍ଧ ଅଭ୍ୟାସ ହେଉଛି ଭାରତ ଏବଂ ଆମେରିକାର ମିଳିତ ଦ୍ୱିପାକ୍ଷିକ ଅଭ୍ୟାସ ଯାହା ଦୁଇ ଦେଶ ମଧ୍ୟରେ ପ୍ରତିବର୍ଷ ହୋଇଥାଏ । ଯୁଦ୍ଧ ଅଭ୍ୟାସର ଏହି ୧୮ ତମ ସଂସ୍କରଣ ନଭେମ୍ବର ୧୯ରେ ଆରମ୍ଭ ହୋଇଥିଲା । ଯେଉଁଥିରେ ସୈନ୍ୟମାନେ ଡ୍ରିଲ, ବିପର୍ଯ୍ୟୟ ସମୟର ରିଲିଫ, ଅସ୍ତ୍ର ଚାଳନା ଏବଂ ଯୁଦ୍ଧସ୍ଥିତିରେ ଚିକିତ୍ସା ଭଳି ସହାୟତାର ତାଲିମ ନେଇଥିଲେ । ଲାଇନ ଅଫ ଆକ୍ଚୁଆଲ କଣ୍ଟ୍ରୋଲ ନିକଟରେ ଅନୁଷ୍ଠିତ ହୋଇଥିବା ଏହି ପ୍ରଶିକ୍ଷଣକୁ ଚୀନ ବିରୋଧ କରିବା ପରେ ଏହି ଯୁଦ୍ଧ ଅଭ୍ୟାସ ଚର୍ଚ୍ଚାର ବିଷୟ ପାଲଟିଥିଲା ।

Get real time updates directly on you device, subscribe now.