fbpx

(Video) ୫୦୦ ଲୋକଙ୍କୁ ମୃତ୍ୟୁମୁଖରୁ ଛଡ଼ାଇ ଆଣିଲେ ବୀର ଯବାନ: ବାହାଦୂରୀ ଦେଖାଇଲା Indian Army

ନୂଆଦିଲ୍ଲୀ: ବିଭିନ୍ନ ବିପଦ-ଆପଦରେ ସର୍ବଦା ନିଜର ଶକ୍ତି ଏବଂ ସାହସିକତା ଦେଖାଇଛି ଭାରତୀୟ ସେନାବାହିନୀ । ନିଜ ଜୀବନକୁ ବାଜି ଲଗାଇ ଅନେକ ବିପଦକୁ ସାମ୍ନା କରିଛନ୍ତି ଦେଶର ବୀର ଯବାନ୍ । ଦେଶକୁ ଶତ୍ରୁ କବଳରୁ ରକ୍ଷା କରିବା ହେଉ କି, ଦେଶବାସୀଙ୍କୁ ସମସ୍ୟାରୁ ବାହାର କରିବା ହେଉ, ସବୁ କ୍ଷେତ୍ରରେ ସେନା ଆଗରେ ଛିଡ଼ା ହୋଇଛି । ପଛଘୁଞ୍ଚା ନ ଦେଇ ସମସ୍ତ ବିପଦରେ ଲଢିବା ସହ ବିଜୟ ହାସଲ କରି ସାମର୍ଥ୍ୟ ଦେଖାଇଛନ୍ତି ଦେଶର ବୀର ଯବାନ । ତେବେ ଏଭଳି ଏକ ଘଟଣା ବର୍ତ୍ତମାନ ଦେଖିବାକୁ ମିଳିଛି ସିକିମରେ । ନିଜ ଜୀବନକୁ ବାଜି ଲଗାଇ ଭାରତୀୟ ସେନାର ଯବାନ ପ୍ରାୟ ୫୦୦ ଲୋକଙ୍କୁ ମୃତ୍ୟୁମୁଖରୁ ସୁରକ୍ଷିତ ଭାବରେ ଫେରାଇ ଆଣିଛନ୍ତି ।

ସିକିମର ଭାରତ-ଚୀନ ସୀମା ନାଥୁଲା ଅଞ୍ଚଳରେ ପ୍ରବଳ ତୁଷାରପାତ ଜାରି ରହିଛି । ଏହି ତୁଷାରପାତ ଯୋଗୁଁ ପ୍ରାୟ ୫୦୦ରୁ ଅଧିକ ପର୍ଯ୍ୟଟକ ବରଫ ତଳେ ଫସି ଯାଇଥିଲେ । ତେବେ ଦେବଦୂତ ସାଜି ଘଟଣାସ୍ଥଳରେ ପହଞ୍ଚିବା ସହ ସମସ୍ତଙ୍କୁ ଉଦ୍ଧାର ପାଇଁ ଅପରେସନ୍ ଆରମ୍ଭ କରିଥିଲା ଭାରତୀୟ ସେନା । ସେନାର ତ୍ରିଶକ୍ତି କୋର ଯବାନମାନେ ପୂର୍ବ ସିକିମରେ ଅଚାନକ ହୋଇଥିବା ତୁଷାରପାତରେ ଫସି ରହିଥିବା ୫୦୦ରୁ ଅଧିକ ପର୍ଯ୍ୟଟକଙ୍କୁ ସୁରକ୍ଷିତ ଉଦ୍ଧାର କରିବାରେ ସଫଳ ହୋଇଛନ୍ତି ବୀର ଯବାନ । ସେଠାରୁ ପର୍ଯ୍ୟଟକମାନଙ୍କୁ ଉଦ୍ଧାର କରିବା ସହଜ ନଥିଲେ ମଧ୍ୟ ନିଜ ଜୀବନକୁ ବାଜି ଲଗାଇ ବୀର ଯବାନ୍ ଏହା କରି ଦେଖାଇଛନ୍ତି । ଏଥି ସହ ସେନା ନିଜର ଶକ୍ତି, ସାହସିକତା ଏବଂ ଦେଶପ୍ରେମକୁ ପୁଣିଥରେ ପ୍ରମାଣ କରି ଦେଖାଇଛି ।

ଏ ନେଇ ଜଣେ ଅଧିକାରୀ କହିଛନ୍ତି ଯେ, ତ୍ରିଶକ୍ତି କୋର ଯବାନମାନଙ୍କୁ ଏଠାରେ ସମସ୍ତଙ୍କୁ ଉଦ୍ଧାର କରିବା ପାଇଁ ପଠାଯାଇଥିଲା । ଏହାପରେ ସମସ୍ତ ପର୍ଯ୍ୟଟକଙ୍କୁ ଉଦ୍ଧାର କରି ସେମାନଙ୍କୁ ଗରମ ଖାଦ୍ୟ ଓ ଚିକିତ୍ସା ପ୍ରଦାନ କରିବା ସହ ସେମାନଙ୍କ ପାଇଁ ସୁରକ୍ଷିତ ପରିବହନ ଉପଲବ୍ଧ କରାଯାଇଛି । ଏହି ଘଟଣାର କିଛି ଫଟୋ ଏବଂ ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

Get real time updates directly on you device, subscribe now.