fbpx

ସିଦ୍ଧି ଯୋଗରେ ଆଜି ଚଳିତ ବର୍ଷର ପ୍ରଥମ ସୋମ ପ୍ରଦୋଷ, ଜାଣନ୍ତୁ ପୂଜା ବିଧି ଏବଂ ମହତ୍ତ୍ୱ

ଓଡ଼ିଶା ଭାସ୍କର: ବୈଶାଖ ମାସର ଶୁକ୍ଲ ପକ୍ଷରେ ସୋମ ପ୍ରଦୋଷର ଶୁଭ ସଂଯୋଗ ୨୦ ମେ ରେ ପଡୁଛି । ସିଦ୍ଧି ଯୋଗ ପାଇଁ ଏହି ଦିନର ମହତ୍ତ୍ୱ ରହିଛି । ଏହି ଦିନ କରାଯାଉଥିବା ବ୍ରତ ଏବଂ ଶିବଙ୍କର ପୂଜା ସମସ୍ତ ସଂକଟରୁ ରକ୍ଷା କରିଥାଏ ଏବଂ ପ୍ରତି ମନସ୍କାମନା ପୂରା ହୋଇଥାଏ । ଚଳିତ ବର୍ଷର ପ୍ରଥମ ସୋମ ପ୍ରଦୋଷ ଶିବ ଭକ୍ତମାନଙ୍କ ପାଇଁ ବିଶେଷ ଲାଭକାରୀ ହୋଇଥାଏ ।

୨୦ ମେ ସୋମବାର ଦିନ ତ୍ରୟଦଶୀ ତିଥି ଦ୍ୱିପ୍ରହର ୩ଟା ୫୮ ରୁ ଆରମ୍ଭ ହେବ । ଏହି ଦିନ ଚିତ୍ରା ନକ୍ଷତ୍ର ଏବଂ ସିଦ୍ଧି ଯୋଗର ସଂଯୋଗ ମଧ୍ୟ ରହିବ । ପ୍ରଦୋଷ ସମୟ ସଂଧ୍ୟା ୭ଟା ୧ରୁ ରାତି ୯.୧୦ ପର୍ଯ୍ୟନ୍ତ ରହିବ।

ଏହି ସମୟରେ ଶିବଙ୍କ ପୂଜା କରିବାକୁ ପଡିବ । ସୋମ ପ୍ରଦୋଷ ଦିନ ଶିବଙ୍କୁ ବିଭିନ୍ନ ଦ୍ରବ୍ୟରେ ପୂଜା କରାଯାଏ । ଏଥିରେ ସମସ୍ତ ସୁଖ ପ୍ରାପ୍ତି ହୋଇଥାଏ । ସିଦ୍ଧି ଯୋଗ ହେବା କାରଣରୁ ସମସ୍ତ ମନସ୍କାମନା ପୂର୍ଣ୍ଣ ହୋଇଥାଏ ।

ସୋମ ପ୍ରଦୋଷ ଦିନ ପ୍ରଦୋଷ ସମୟରେ ଶିବଙ୍କୁ ପୂଜ କରି ପ୍ରଦୋଷ ବ୍ରତ କଥା ପାଠ କରିବା ଆବଶ୍ୟକ
ଶିବଙ୍କୁ ବେଲପତ୍ର, ଦୁଦୁରା ଏବଂ ଧଳା ରଙ୍ଗର ଫୁଲ ଚଢାଇ ଦ୍ୱାରା ଭୋଗ ଏବଂ ମୋକ୍ଷ ପ୍ରାପ୍ତି ହୋଇଥାଏ ।
ଶିବଙ୍କର ଅଭିଶେକ ଫଳର ରସ କରିବା ଦ୍ୱାରା ଧନ ସଂପତ୍ତି ପ୍ରାପ୍ତି ହୋଇଥାଏ ।
ଆଖୁ ରସରେ ଅଭିଶେକ କରିବା ଦ୍ୱାରା ଲକ୍ଷ୍ମୀ ପ୍ରାପ୍ତି ହୋଇଥାଆନ୍ତି ।

ପୂଜା ବିଧି: ଦିନ ସାରା ଉପବାସ ରହି ପ୍ରଭୁଙ୍କୁ ସ୍ମରଣ କରନ୍ତୁ । ସଂଧ୍ୟା ମସୟରେ ବିଭିନ୍ନ ଦ୍ରବ୍ୟ ଦ୍ୱାରା ଶିବ ପରିବାରଙ୍କର ପୂଜା କରନ୍ତୁ । ଅଭିଶେକ ପଞ୍ଚମୃତରେ କରନ୍ତୁ । ଏହାପରେ କ୍ଷୀର, ମିଠା ଏବଂ ପାଞ୍ଚଟି ଫଳରେ ଭୋଗ ଲଗାନ୍ତୁ । ବ୍ରତର କଥା ଶୁଣନ୍ତୁ କିମ୍ବା ପଢନ୍ତୁ । ଏହାପରେ ଆରତୀ କରନ୍ତୁ ଏବଂ ପ୍ରସାଦ ଗ୍ରହଣ କରି ଉପବାସ ଭାଙ୍ଗନ୍ତୁ । ବ୍ରତ ପର ଦିନ ସକାଳେ ଖୋଲାଯିବା ଆବଶ୍ୟକ ।

Get real time updates directly on you device, subscribe now.