ଥକ୍କାପଣ ଦୂର ପାଇଁ ଆପଣାନ୍ତୁ ଏହି ଟିପ୍ସ

ଅଧିକ କାମ ପ୍ରେସର ଦ୍ଵାରା ଲୋକଙ୍କୁ ଥକ୍କାପଣ, ଆଳସ୍ୟ ଅନୁଭବ ହୋଇଥାଏ। ଏଭଳି ସମସ୍ୟା ସମ୍ମୁଖୀନ ହେଉଥିଲେ ନିଜ ଖାଦ୍ୟରେ ଏହି ଜିନିଷ ସାମିଲ କରନ୍ତୁ। ଯାହା ଆପଣଙ୍କ ଥକ୍କାପଣ ଦୂର କରିବା ସହ କାର୍ଯ୍ୟ କରିବାକୁ ଶକ୍ତି ଯୋଗାଇଥାଏ…

ଦହି – ଦହି ଖାଇବା ଦ୍ୱାରା ଶରୀର ସୁସ୍ଥ ରହିବା ସହ ଦିନଯାକ କାର୍ଯ୍ୟ କରିବାକୁ ଏହା ଶକ୍ତି ଯୋଗାଇଥାଏ।

ପାଣି – ନିୟମିତ ୩ ରୁ ୪ ଲିଟର ପାଣି ପିଇବା ସ୍ୱାସ୍ଥ୍ୟ ପାଇଁ ନିତ୍ୟାନ୍ତ ଆବଶ୍ୟକ। ସଠିକ ପରିମାଣରେ ପାଣି ପିଇବା ଦ୍ୱାରା ଆଳସ୍ୟ ଅନୁଭବ ହୋଇନଥାଏ।

ଗ୍ରୀନ ଟି – ଥକ୍କାପଣ ଓ ଆଳସ୍ୟକୁ ଦୂର କରିବା ପାଇଁ ଗ୍ରୀନ ଟି ବେଶ ଲାଭଦାୟକ। ଏହା ଶରୀରକୁ ଶକ୍ତି ଯୋଗାଇଥାଏ। ରୋଗପ୍ରତିରୋଧକ ଶକ୍ତି ବୃଦ୍ଧି କରିଥାଏ। ଓଜନ ହ୍ରାସ କରିବାରେ ସହାୟକ ହୋଇଥାଏ।

ଚକୋଲେଟ – ମାନସିକ ଶାନ୍ତି ପ୍ରଦାନ କରିବାରେ ଚକୋଳେଟ ବେଶ ସହାୟକ ହୋଇଥାଏ।

ଦହି – ଦହି ଖାଇବା ଦ୍ୱାରା ଶରୀର ସୁସ୍ଥ ରହିବା ସହ ଦିନଯାକ କାର୍ଯ୍ୟ କରିବାକୁ ଏହା ଶକ୍ତି ଯୋଗାଇଥାଏ।

ପାନମଧୁରୀ – ଦିନ ଭିତରେ ଅଳ୍ପ କିଛି ପରିମାଣରେ ପାନମଧୁରୀ ନିଶ୍ଚୟ ଖାଆନ୍ତୁ, ଏହା ଥକ୍କାପଣ ଦୂର କରିଥାଏ।

ଦଲିୟା – ଦଲିୟା ଖାଇବା ଦ୍ୱାରା ମଧ୍ୟ ଶରୀରକୁ ଆବଶ୍ୟକ ପରିମାଣରେ ଶକ୍ତି ମିଳିଥାଏ।