fbpx

ବେଳେ ବେଳେ ଏହି କଥା ଯୋଗୁଁ ଭାଙ୍ଗିଯାଏ ସମ୍ପର୍କ! ଅଲଗା ହୋଇଯାଆନ୍ତି ପ୍ରେମୀଯୁଗଳ

ଦୁଇ ମନର ଉତ୍ତମ ବୁଝାମଣାକୁ ପ୍ରେମ କୁହାଯାଏ । ବିଶ୍ୱାସ ,ଭରସା ଓ ଉତ୍ତମ ବୁଝାମଣା ଉପରେ ନିର୍ଭର କରେ ଏହି ସମ୍ପର୍କର ସମୟସୀମା। ପ୍ରେମରେ ମନୋମାଳିନ୍ୟ ଓ ଛୋଟ ଛୋଟ ଝଗଡ଼ା ଅତି ସାଧାରଣ କଥା। ହେଲେ ଅନେକ ସମୟରେ ଏହି ଭୁଲ ବୁଝାମଣା ହିଁ ସମ୍ପର୍କ ଭାଙ୍ଗିବାର କାରଣ ପାଲଟିଥାଏ । ସାମାନ୍ୟ କଥାରେ ଅଲଗା ହୋଇଯାଆନ୍ତି ପ୍ରେମୀଯୁଗଳ।

ତେବେ ବେଳେ ବେଳେ ବୁଝା ପଡୁନଥିବା ଅନେକ କଥା ସମ୍ପର୍କ ଭାଙ୍ଗିବାର କାରଣ ସାଜିଥାଏ । ଆସନ୍ତୁ ଜାଣିବା କ’ଣ ସେସବୁ…

ବ୍ୟସ୍ତତା:

ନିଜ କାମକୁ ନେଇ ବ୍ୟସ୍ତ ରହିବା କିଛି ଅସ୍ବାଭାବିକ କଥା ନୁହେଁ। ନିଜ କାମକୁ ପ୍ରାଥମିକତା ଦେବା ଜରୁରୀ ହୋଇଥାଏ। ମାତ୍ର ବେଳେବେଳେ ଆବଶ୍ୟକତାଠାରୁ ଅଧିକ ବ୍ୟସ୍ତତା ଆପଣଙ୍କ ସମ୍ପର୍କ ଭାଙ୍ଗିବାର କାରଣ ସାଜିଥାଏ । ଏହାଦ୍ୱାରା ସମ୍ପର୍କରେ ମନୋମାଳିନ୍ୟ ସୃଷ୍ଟି କରିଥାଏ ଯାହାପରେ ବହୁତ ବଡ଼ ରୂପ ନେଇଥାଏ ।

ଆଭଏଡ଼ କରିବା:

ଆଜିକାଲିର ଇଣ୍ଟରନେଟ୍‌ ଯୁଗରେ ଅନ୍‌ଲାଇନ୍‌ ଥାଇ ମଧ୍ୟ ପାର୍ଟନରଙ୍କ ମେସେଜ୍‌କୁ ଦେଖି ଅଣଦେଖା କରିବା ଅଥବା କୌଣସି ମେସେଜ ନ ଦେବା ସମ୍ପର୍କରେ ତିକ୍ତତା ଆସିବାର ଅନ୍ୟତମ ପ୍ରମୁଖ କାରଣ ପାଲଟି ଗଲାଣି। ଯଦି ଆପଣ ମଧ୍ୟ ନିଜ ପାର୍ଟନର ସହ ଏଭକି କରୁଛନ୍ତି ତେବେ ନିହାତି ଭାବେ ସତର୍କ ରୁହନ୍ତୁ ।

ପାର୍ଟନର ର କଥାକୁ ଗୁରୁତ୍ୱ ଦେଉନଥିଲେ:

ଏପରି କେତେଜଣ ଅଛନ୍ତି ଯେଉଁମାନେ ପାର୍ଟନରଙ୍କ କଥାକୁ ଗୁରୁତ୍ୱ ଦେଇ ନଥାନ୍ତି । ସେହିଭଳି ପରିସ୍ଥିତିରେ ଅନେକ ସମ୍ପର୍କରେ ତିକ୍ତତା ଆସିବା ସହ ଭାଙ୍ଗିଯିବାର ନଜିର ରହିଛି। ତେବେ ଆପଣ ଯଦି ଏହିସବୁ ଭୁଲ ନିଜ ସମ୍ପର୍କରେ କରୁଛନ୍ତି ତେବେ ବେଳ ଥାଉଥାଉ ସଜାଗ ହୋଇ ଯାଆନ୍ତୁ।

Get real time updates directly on you device, subscribe now.