ସୋମବାରରେ ଶିବଙ୍କୁ ଅର୍ପଣ କରନ୍ତୁ ଧଳା ଅରଖ, ପୂର୍ଣ୍ଣ ହେବ ଅଟକିଯାଇଥିବା କାର୍ଯ୍ୟ, ମିଳିବ ଅପାର କୃପା

ଶିବଙ୍କୁ ଧଳା ଅରଖ ଦେଇ ପୂଜା କରନ୍ତୁ, ଦୂର ହେବ ସମସ୍ତ ଦୁଃଖ

ଓଡ଼ିଶା ଭାସ୍କର: ସୋମବାର ଶିବଙ୍କ ବାର। ଏହି ସୋମବାର ବ୍ରତ କରି ସମସ୍ତେ ନିଜ ମନୋସ୍କାମନା ପୂର୍ଣ୍ଣ କରିଥାନ୍ତି। ଶିବ ପୁରାଣ ଅନୁଯାୟୀ, ମହାଦେବଙ୍କର ଫୁଲ ସହ ଏକ ବିଶେଷ ସମ୍ପର୍କ ରହିଛି। ଅରଖ, ଦୁଦୁରା ଭଳି ଅନେକ ଫୁଲ ରହିଛି, ଯାହାକୁ ଅର୍ପଣ କଲେ ମହାଦେବ ଖୁବଶିଘ୍ର ପ୍ରସନ୍ନ ହୋଇଥାନ୍ତି।

ଦୁଦୁରା: ଦୁଦୁରା ଫୁଲକୁ ମହାଦେବ ଖୁବ ପସନ୍ଦ କରନ୍ତି। ଦେବ ଦେବ ମହାଦେବଙ୍କ ପୂଜା କରିବାକୁ ଚାହୁଁଥିଲେ ଦୁଦୁରା ଫୁଲ ଅର୍ପଣ କରନ୍ତୁ। ଏଥିରେ ସମସ୍ତ ଦୁଃଖ ଦୁର୍ଦଶା ଦୂର ହୋଇଥାଏ।

ଚମ୍ପା ଫୁଲ: ଯଦି ଆପଣ ଅବିବାହିତ ଏବଂ ଉତ୍ତମ ଜୀବନସାଥୀ ଚାହୁଁଛନ୍ତି ତେବେ ମହାଶିବରାତ୍ରି ଦିନ ଭଗବାନ ଶିବଙ୍କୁ ତାଙ୍କ ପ୍ରିୟ ଚମ୍ପା ଫୁଲ ଅର୍ପଣ କରନ୍ତୁ। ଏହା ସହ ଭଗବାନ ଶିବଙ୍କ ସାଧନା ଓ ଆରାଧନା କରିବା ଦ୍ବାରା ସୁନ୍ଦର ଓ ଯୋଗ୍ୟ ଜୀବନସାଥୀ ଆବଶ୍ୟ ପ୍ରାପ୍ତି ହେବ।

ଧଳା ଅରଖ: ଅରଖ ଫୁଲ ମହାଦେବଙ୍କ ର ଖୁବ ପସନ୍ଦ। ମୁଖ୍ୟତଃ ଧଳା ଅରଖ ଫୁଲ ଅର୍ପଣ କଲେ ମହାଦେବ ପ୍ରସନ୍ନ ହୋଇଥାନ୍ତି। ତେବେ ସୋମବାର ଦିନ ମହାଦେବଙ୍କୁ ଏହି ଫୁଲ ଅର୍ପଣ କଲେ ସମସ୍ତ ମନୋସ୍କାମନା ପୂରଣ ହୁଏ ବୋଲି ଶାସ୍ତ୍ରରେ ବର୍ଣ୍ଣନା କରାଯାଇଛି। ଏଥିରେ ଦାରିଦ୍ର୍ୟତା ଦୂର ହୁଏ। ଅଟକିଯାଇଥିବା କାର୍ଯ୍ୟ ସିଦ୍ଧି ହୁଏ। ଅବିବାହିତାଙ୍କର ବିବାହ ହୋଇଥାଏ। ମନକୁ ଶାନ୍ତି ମିଳିଥାଏ। ଘରେ ଲାଗିରହୁଥିବା କଳହ ଦୂର ହୁଏ।

ନୀଳ ଏବଂ ଧଳା ରଙ୍ଗର ଅରଖ ଫୁଲ ଭଗବାନ ଶିବଙ୍କ ପୂଜାରେ ବିଶେଷ ଭାବେ ଅର୍ପଣ କରାଯାଏ। କୁହାଯାଏ ଏହି ଫୁଲ ଅର୍ପଣ କରିବା ଦ୍ବାରା ଭଗବାନ ଶିବ ବହୁତ ଶୀଘ୍ର ପ୍ରସନ୍ନ ହୋଇଥାଆନ୍ତି। ଏହି ଫୁଲର ପ୍ରୟୋଗରେ ମୋକ୍ଷ ପ୍ରାପ୍ତି ହୋଇଥାଏ। ବାସ୍ତୁ ଦୃଷ୍ଟିରୁ ଏହି ଫୁଲ ଗଛ ସୁଖ ଓ ସମୃଦ୍ଧିର କାରକ ଅଟେ।