ବାପାକୁ ପିଟି ପିଟି ମାରିଦେଲା ପୁଅ

ନୂଆପଡା: ବାପାକୁ ପିଟି ପିଟି ମାରିଦେଲା ପୁଅ। ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ନୂଆପଡାର ବେଲଟୁକୁରୀ ଥାନା କୁରୁମୁଣ୍ଡା ଗାଁରେ।

ଜଙ୍ଗଲ ନିକଟରେ ଗଛ ଡାଳରେ ପିଟି ପିଟି ବାପାକୁ ମାରିଦେଲା ପୁଅ। କାହିଁକି ଏପରି ପୁଅ କଲା ତାହା ଜଣାପଡ଼ିନଥିବାବେଳେ ଅଭିଯୁକ୍ତ ପୁଅକୁ ପୋଲିସ ଥାନାରେ ଅଟକ ରଖି ତଦନ୍ତ ଆରମ୍ଭ କରିଛି।

ବାପ ଟିଏ ଛୁଆକୁ ଜନ୍ମ ଦେଇଥାଏ ତାର ବୁଢା ବୟସରେ ସାହାରା ହେବାପାଇଁ। କିନ୍ତୁ ଏଠି ପୁଅ ସାହାରା ହେବା ବଦଳରେ ନୃଶଂସ ପାଲଟିଗଲା। ନିଜ ବାପକୁ ପିଟି ପିଟି ମାରିଦେବାକୁ ମଧ୍ୟ ପଛଘୁଞ୍ଚା ଦେଲା ନାହିଁ।