ପୁଅ ନିଜକୁ ଦାବି କଲା ଜାରଜ, ଅସଲି ବାପାଙ୍କଠାରୁ ମାଗିଲା ଭରଣପୋଷଣ

୨ ଦଶନ୍ଧିର ପୁରୁଣା ମାମଲାରେ ସୁପ୍ରିମକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ଶୁଣାଣି କରିଛନ୍ତି। ଜଣେ ପୁଅ ଦ୍ୱାରା କୋର୍ଟରେ ପିଟିସନ ଦାଖଲ କରି ନିଜ ବାୟୋଲୋଜିକାଲ ପିତାଙ୍କ ଡିଏନଏ ଟେଷ୍ଟ କରିବାର ଦାବି କରିଥିଲେ, ଯାହାକୁ କୋର୍ଟ ଖାରଜ କରିଛନ୍ତି।

ନୂଆଦିଲ୍ଲୀ: ସୁପ୍ରିମକୋର୍ଟ ପାଖାପାଖି ୨ ଦଶନ୍ଧିର ପୁରୁଣା ମାମଲାରେ ମଙ୍ଗଳବାର ଦିନ ଏକ ଗୁରୁତ୍ୱପୂର୍ଣ୍ଣ ଶୁଣାଣି କରିଛନ୍ତି। ଏହି ଶୁଣାଣି ପିତୃତ୍ୱ ଏବଂ ବୈଧତାର ସ୍ପଷ୍ଟତା ସମ୍ବନ୍ଧୀୟ ଅଟେ। ୨୩ ବର୍ଷୀୟ ଜଣେ ବ୍ୟକ୍ତି ନିଜ ବାୟୋଲୋଜିକାଲ ପିତାଙ୍କର ଡିଏନଏ ଟେଷ୍ଟ କରିବା ପାଇଁ ଦାବି କରିଥିଲେ।

ଅବେଦନକାରୀ ଏହି ଦାବିରେ ନିଜ ମାଆଙ୍କ ଏକ୍ସଟ୍ରା ମ୍ୟାରିଟାଲ ଆଫେୟର୍ସ ବିଷୟରେ କହିଛନ୍ତି। ଏହି ଦାବିକୁ କୋର୍ଟ ଖାରଜ କରି କହିଛନ୍ତି ଯେ, ଅନ୍ୟ ଜଣେ ବ୍ୟକ୍ତିଙ୍କ ମଧ୍ୟ ବ୍ୟକ୍ତିଗତ ଅଧିକାର ରହିଛି।

ସୁପ୍ରିମକୋର୍ଟ କହିଛନ୍ତି ଯେ, ଅସଲି ମାଆ-ବାପାଙ୍କୁ ଜାଣିବାର ଅଧିକାର ଏବଂ ସେହି ବ୍ୟକ୍ତିଙ୍କ ବ୍ୟକ୍ତିଗତ ଅଧିକାର ମଧ୍ୟରେ ସନ୍ତୁଳନ ରହିବା ଆବଶ୍ୟକ।

ସଂପୂର୍ଣ୍ଣ ମାମଲା: କୋର୍ଟରେ ଆବେଦନ କରାଯାଇଥିବା ପିଟିସନ ମୁତାବକ, ୨୩ ବର୍ଷୀୟ ଯୁବକଙ୍କ ମାଆଙ୍କର ବିବାହ ୧୯୮୯ରେ ହୋଇଥିଲା। ୧୯୯୧ରେ ତାଙ୍କର ଏକ ଝିଅ ହୋଇଥିଲା ଏବଂ ୨୦୦୧ରେ ସେ ଏକ ପୁଅକୁ ଜନ୍ମ ଦେଇଥିଲେ। ୨୦୦୬ରେ ତାଙ୍କ ମାଆ ଏବଂ ନିଜ ବାପାଙ୍କର ଛାଡ଼ପତ୍ର ହୋଇଥିଲା।

ଛାଡ଼ପତ୍ର ପରେ ଜନ୍ମପଞ୍ଜିକରଣ ସାର୍ଟିଫିକେଟରେ ପୁଅର ବାପା ନାମ ପରିବର୍ତ୍ତନକୁ ନେଇ ତାଙ୍କ ମାଆ ନଗର ନିଗମରେ ଯୋଗାଯୋଗ କରିଥିଲେ। ସେଠାରେ ଅଧିକାରୀମାନେ କହିଥିଲେ ଯେ, ବିନା କୋର୍ଟଙ୍କ ନିଷ୍ପତ୍ତିରେ ଆମେ ଏହାକୁ ପରିବର୍ତ୍ତନ କରିପାରିବୁ ନାହିଁ। ଏହାପରେ ମାଆ-ପୁଅ ମିଶି କୋର୍ଟରେ କେସ ଲଢିବା ଆରମ୍ଭ କରିଥିଲେ।

୨୦୦୭ରେ କୋର୍ଟରେ ବାୟୋଲୋଜିକାଲ ବାପାଙ୍କର ଡିଏନଏ ଟେଷ୍ଟ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା। କିନ୍ତୁ ୨୦୦୮ରେ ହାଇକୋର୍ଟ ଏହି ମାମଲାରେ ଅବେଦନକାରୀଙ୍କୁ ଚ୍ୟାଲେଞ୍ଜ ଦେଇଥିଲା ଏବଂ ଏଥିରେ ତାଙ୍କ ବାପାଙ୍କୁ ଆଶ୍ୱସ୍ତି ମିଳିଥିଲା।

ହାଇକୋର୍ଟ କହିଥିଲେ ଯେ, ପିତୃତ୍ୱର ପରୀକ୍ଷଣ ଅର୍ଥାତ ଡିଏନଏ ଟେଷ୍ଟର ଆଦେଶ କେବଳ ସେତେବେଳେ ଦିଆଯାଇପାରିବ, ଯେତେବେଳେ ପକ୍ଷକାର ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ଅବୈଧ ସଂପର୍କର ପ୍ରମାଣ କରାଯାଇପାରିବ।

କୋର୍ଟ କ’ଣ କହିଲେ: ଏହି ମାମଲାରେ କୋର୍ଟ ଶୁଣାଣି କରି କହିଛନ୍ତି ଯେ, ବାୟୋଲୋଜିକାଲ ପିତାଙ୍କର ଡିଏନଏ ଟେଷ୍ଟରେ ଆବେଦନକାରୀ ପୁଅର ଡିଏନଏ ଟେଷ୍ଟ କରିବା ଦାବିକୁ ଖାରଜ କରାଯାଉଛି। ଏହି ବ୍ୟକ୍ତି (ପିତା)ଙ୍କର ବ୍ୟକ୍ତିଗତ ଅଧିକାର ରହିଛି। କୋର୍ଟ ପୁଅଙ୍କୁ ତାଙ୍କ ମାଆଙ୍କ ପୂର୍ବ ସ୍ୱାମୀ ଏବଂ ତାଙ୍କ ଆଇନଗତ ବାପାଙ୍କ ବୈଧ ସନ୍ତାନ ବୋଲି କହିଛନ୍ତି।

ଜଷ୍ଟିସ ସୂର୍ଯକାନ୍ତ କହିଛନ୍ତି ଯେ, ପୁଅକୁ ନିଜ ଅସଲି ବାପା-ମାଆଙ୍କୁ ଜାଣିବାର ଅଧିକାର ରହିଛି ଏବଂ ସେହି ବ୍ୟକ୍ତି (ପିତା)ଙ୍କ ବ୍ୟକ୍ତିଗତ ଅଧିକାର ମଧ୍ୟରେ ସନ୍ତୁଳନ ରହିବା ଆବଶ୍ୟକ।।