fbpx

ବୈଜ୍ଞାନିକ ବାପାଙ୍କୁ କାହିଁକି ହତ୍ୟା କଲା ପୁଅ ?

ଗୋପଳପୁର୧୬ ।୪(ଓଡିଶା ଭାସ୍କର) : ପାରିବାରିକ କଳହକୁ ନେଇ ବୀଭତ୍ସ ହତ୍ୟାକାଣ୍ଡ । ବାପାକୁ ହତ୍ୟା କରିଛି ପୁଅ । ଏଭଳି ଘଟଣା ଗଞ୍ଜାମ ଜିଲ୍ଲା ଗୋପାଳପୁର ଅଞ୍ଚଳରେ ଘଟିଛି । ସୂଚନା ଅନୁସାରେ ଅବସରପ୍ରାପ୍ତ କୃଷି ବୈଜ୍ଞାନିକ ସରୋଜ କୁମାର ନନ୍ଦ ପଞ୍ଜାବର ଲୁଧିଆନାରେ କୃଷି ବୈଜ୍ଞାନିକ ଭାବେ ଚାକିରୀ କରିଥିଲେ । ୨୦୧୭ ମସିହାରେ ଚାକିରୀରୁ ଅବସର ନେଲା ପରେ ସେ ନିଜ ପରିବାର ସହ ଗୋପାଳପୁର ଭକ୍ତ ସାଲବେଗ ଅଂଚଳରେ ରହୁଥିଲେ । ପରିବାର କହିଲେ ସେ ତାଙ୍କ ପତ୍ନୀ ଏବଂ ପୁଅ ଆଶିଷ ନନ୍ଦ । ଆଶିଷ ଏକ ସଫ୍ଟୱେରା କମ୍ପାନୀରେ ଚାକିରୀ କରନ୍ତି । ଗତବର୍ଷ କରୋନା ଯୋଗୁ ଲାଗୁ ହୋଇଥିବା କଟକଣା ପାଇଁ ସେ ଘରକୁ ଫେରିଆସି ‘ୱାର୍କ ଫ୍ରମ୍ ହୋମ’ ମାଧ୍ୟମରେ ନିଜର କାମ ଜାରି ରଖିଥିଲେ ।

ଗତ କିଛିମାସ ହେବ ବାପା ପୁଅଙ୍କ ମଧ୍ୟରେ କଳହ ଲାଗି ରହିଥିଲା । ଗତକାଲି ଦିନ ୧୧ ଟା ବେଳେ କୌଣସି କାରଣକୁ ନେଇ ଦୁଇ ଜଣଙ୍କ ଭିତରେ ପ୍ରବଳ ବାଦବିବାଦ ହୋଇଥିଲା । ଏଥିରେ ରାଗିଯାଇ ଆଶୀଷ ଏକ ଛୁରୀରେ ନିଜ ବାପାଙ୍କ ବେକକୁ ଭୂସି ଦେଇଥିଲେ । ରକ୍ତାକ୍ତ ଅବସ୍ଥାରେ ବାପା ସରୋଜ ନନ୍ଦ ତଳେ ପଡି ଯାଇଥିଲେ । ଏହା ଦେଖି ଆଶୀଷ ତୁରନ୍ତ ଆମ୍ବୁଲାନ୍ସ ଡାକି ବାପାଙ୍କୁ ବ୍ରହ୍ମପୁର ବଡ ମେଡିକାଲକୁ ନେଇଥିଲେ । ଡାକ୍ତର ସେଠୀ ତାଙ୍କୁ ମୃତ ଘୋଷଣା କରିବା ସହିତ ପୋଲିସକୁ ଖବର ମଧ୍ୟ ଦେଇଥିଲେ । ଘଟଣାସ୍ଥଳରେ ପୋଲିସ୍ ପହଞ୍ଚି ରକ୍ତ ଜୁଡୁବୁଡୁ ଛୁରୀ ସହିତ କପଡା ଓ ଚପଲ ଜବତ କରିଛି । ଏହାସହ ପୁଅ ଆଶୀଷ ନନ୍ଦଙ୍କୁ ଅଟକ ରଖି ପଚରାଉଚରା ଜାରି ରଖିଛି । ପୋଲିସର ପ୍ରଥମିକ ତଦନ୍ତ ଅନୁସାରେ , ସରୋଜେ ନନ୍ଦ ଚାକିରୀ ଜୀବନ ମଧ୍ୟରେ ଯେଉଁସବୁ ସାମଗ୍ରୀ କିଣିଥିଲେ ତାହାକୁ ନେଇ ବାପା ଓ ପୁଅ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା । ଯାହାକି ଉଗ୍ରରୂପ ନେଇ ଏଭଳି ହତ୍ୟାକାଣ୍ଡ ଘଟିଛି ।

Get real time updates directly on you device, subscribe now.