fbpx

ସପ୍ତାହରେ ୨ ଦିନ ବନ୍ଦ ରହିବ ଶ୍ରୀମନ୍ଦିର

ପୁରୀ ୧୬ ।୪ (ଓଡିଶା ଭାସ୍କର) : ଆଜି ପୁରୀ ଶ୍ରୀମନ୍ଦିର ପକ୍ଷରୁ ଛତିଶା ନିଯୋଗ ବୈଠକରେ ନିଆଯାଇଛି ଏକ ବଡ ନିଷ୍ପିତ୍ତି । କରୋନା କଟକଣାକୁ ନେଇ ସପ୍ତାହରେ ଦୁଇ ଦିନ ବନ୍ଦ ରହିବ ଶ୍ରୀମନ୍ଦିର । ଶନିବାର ଓ ରବିବାର ମହାପ୍ରଭୁ ଜଗନ୍ନାଥଙ୍କୁ ଦର୍ଶନ କରିପାରିବେ ନାହିଁ ଭକ୍ତ । ଏଥିସହ ବାହାର ଭକ୍ତଙ୍କ ପାଇଁ RTPCR ନେଗେଟିଭ୍ ରିପୋର୍ଟ ବାଧ୍ୟତାମୂଳକ କରାଯାଇଛି । ଏହି ନିୟମ ଆସନ୍ତା ୨୪ ତାରିଖରୁ ଲାଗୁ କରାଯିବ । ଏନେଇ ଶ୍ରୀମନ୍ଦରି ଉନ୍ନୟନ ପ୍ରଶାସକ ଅଜୟ କୁମାର ଜେନା ସୂଚନା ଦେଇଛନ୍ତି । ଏହି ବୈଠକଟି ଭର୍ଚୁଆଲ୍ ମାଧ୍ୟମରେ ଅନୁଷ୍ଠିତ ହୋଇଥିଲା । ବଢୁଥିବା କରୋନା ସଂକ୍ରମଣ ଲାଗି ଭାରତ ପ୍ରତ୍ନତ୍ତତ୍ୱ ବିଭାଗ ମେ’ ୧୫ ଯାଏ ଦେଶର ସମସ୍ତ ଐତିହ୍ୟସ୍ଥଳ ବନ୍ଦ ରଖିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଏନେଇ ପୁରୀ ଶ୍ରୀମନ୍ଦିର ପରିଚାଳନା ବିଭାଗ ସହ ଆଲୋଚନା ହୋଇ ନିଷ୍ପତ୍ତି ନିଆଯାଇଛି ।

Get real time updates directly on you device, subscribe now.