fbpx

ମାତ୍ର ୫୦ ଟଙ୍କା ପାଇଁ ବୃଦ୍ଧ ବାପାଙ୍କୁ ହତ୍ୟା କଲା ପୁଅ

ନୂଆଦିଲ୍ଲୀ, ୧୭ା୪: ସାମାନ୍ୟ କିଛି ଟଙ୍କା ପାଇଁ ଯେ ମଣିଷ ରକ୍ତର ସମ୍ପର୍କକୁ ବି ଭୁଲିଯାଏ, ତା’ର ଏକ ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି । ଦେଶର ରାଜଧାନୀ ନୂଆଦିଲ୍ଲୀରେ ଏଭଳି ଘଟଣା ଘଟିଛି । ଜଣେ ବେରୋଜଗାର ପୁଅ ମାତ୍ର ୫୦ ଟଙ୍କା ପାଇଁ ନିଜର ୭୦ ବର୍ଷୀୟ ପିତାଙ୍କୁ ଛୁରି ଭୁସି ହତ୍ୟା କରିଛି ।

ସୂଚନା ଅନୁଯାୟୀ, ୫୦ ଟଙ୍କାକୁ ନେଇ ଦୁହିଁଙ୍କ ମଧ୍ୟରେ କଳହ ଲାଗିଥିଲା । ଅଭିଯୁକ୍ତ ପୁତ୍ର ଅନିଲ ବେରୋଜଗାର ଥିବାର ବାପାଙ୍କୁ ପଇସା ମାଗିଥିଲେ । ମାତ୍ର ବାପା ପଇସା ଦେବାକୁ ମନା କରିବାରୁ ଉଭୟଙ୍କ ମଣ୍ଡରେ ଝଗଡ଼ା ହୋଇଥିଲା । ଏଥିରେ ଉତକ୍ଷିପ୍ତ ହୋଇ ପୁତ୍ର ଏକ ଧାରୁଆ ଅସ୍ତ୍ରରେ ବାପାଙ୍କୁ ହତ୍ୟା କରିଥିଲା । ତେବେ ପୋଲିସ ଅଭିଯୁକ୍ତକୁ ଗିରଫ କରିଥିବା ଜଣାପଡ଼ିଛି ।

Get real time updates directly on you device, subscribe now.