fbpx

ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଛି: ବାପା-ମାଆଙ୍କ ଘରେ ରହିବାକୁ ପୁଅ ଦେଉଛି ମାସିକ ୪୦ ହଜାର ଟଙ୍କା ଘରଭଡ଼ା

ନୂଆଦିଲ୍ଲୀ: ଏ ଦୁନିଆରେ ସବୁ ଜିନିଷର ବିକଳ୍ପ ଥାଇପାରେ, ମାତ୍ର ବାପା-ମାଆଙ୍କର ବିକଳ୍ପ ନାହିଁ । ନିଜ ସନ୍ତାନଙ୍କ ପାଇଁ ବାପା-ମାଆଙ୍କ ସବୁକିଛି ତ୍ୟାଗ କରିବାକୁ ପ୍ରସ୍ତୁତ ଥାଆନ୍ତି । ତେବେ ଏହା ମଧ୍ୟରେ ପିତା-ମାତାଙ୍କୁ ନେଇ ଏକ ବଡ଼ ଖବର ସାମ୍ନାକୁ ଆସିଛି । ଜଣେ ଯୁବକ ତାଙ୍କ ବାପା-ମାଆଙ୍କ ଘରେ ରହିବାକୁ ପ୍ରତି ସପ୍ତାହର ୧୦ ହଜାର ଟଙ୍କା ଘରଭଡ଼ା ଦେଉଛନ୍ତି । ଏପରି ଭାବେ ପୁତ୍ର ଜଣଙ୍କ ତାଙ୍କ ବାପାଙ୍କୁ ପ୍ରତିମାସରେ ୪୦ ହଜାର ଟଙ୍କା ଦେଉଛନ୍ତ ।

ଏହି ଖବର ଶୁଣିବା ପରେ ଯେ କେହି ବି ଆଶ୍ଚର୍ଯ୍ୟ ହେବା ସ୍ୱାଭାବିକ । ଲଣ୍ଡନରୁ ଆସିଛି ଏଭଳି ଏକ ଖବର । ଅଧିକାଂଶ ପଶ୍ଚିମୀ ଦେଶମାନଙ୍କରେ ଏକ ନିର୍ଦ୍ଦିଷ୍ଟ ବୟସରେ ଉପନୀତ ହେବା ପରେ ପିଲାମାନେ ନିଜର ବାପା-ମାଆଙ୍କଠାରୁ ଅଲଗା ରହିଥାନ୍ତି । ବାପା-ମାଆଙ୍କ ସହ ଏକାଠି ରହୁଥିବା କୌଣସି ବୟସ୍କ ଯୁବକଙ୍କୁ କ୍ୱଚିତ ଦେଖିବାକୁ ମିଳିଥାଏ । ଭାରତରେ କିଛି ଯୁବକ ଶିକ୍ଷା ଗ୍ରହଣ ପାଇଁ ବାହାରକୁ ଚାଲିଯାଇଥାନ୍ତି । ମାତ୍ର ବାପା-ମାଆଙ୍କ ସହ ରହିବାକୁ ଏଠାରେ କୌଣସି କଟକଣା ନାହିଁ ।

ଅନଲାଇନ୍ ପ୍ଲାଟଫର୍ମ ମମ୍ସନେଟରେ ଯୁବକ ଜଣଙ୍କ ନିଜ ଜୀବନର କାହାଣୀ ବିଷୟରେ ଶେୟାର କରିଛନ୍ତି । ସେ କହିଛନ୍ତି, ଯେଉଁ ଘରେ ସେ ଛୋଟରୁ ବଡ଼ ହୋଇଥିଲେ ସେହି ଘରେ ରହିବାକୁ ସେ ପିତାମାତାଙ୍କୁ ମାସିକ ୪୦ ହଜାର ଟଙ୍କା ଦେଉଛନ୍ତି । ୪ ଭାଇ-ଭଉଣୀଙ୍କ ମଧ୍ୟରୁ ସେ ସବୁଠାରୁ ବଡ଼ ଅଟନ୍ତି ଓ ଏକୁଟିଆ ଅଟନ୍ତି । ସେଥିପାଇଁ ସେ ଭଡ଼ା ଦେଉଛନ୍ତି । ସେ ଘରେ କାମ କରିବା ସହିତ ଅନଲାଇନ୍ କୋର୍ସ ମଧ୍ୟ କରୁଛନ୍ତି । ପିତାମାତା ତାଙ୍କୁ ୧୫ ମିନିଟରୁ ଅଧିକ ସମୟ ପାଇଁ ଗାଧୋଇବାକୁ ଦେଉନାହାନ୍ତି । ପାଣି ବିଲ୍ କମ୍ ଆସିବା ପାଇଁ ଦୈନିକ ଗାଧୋଇବା ନେଇ ବାରଣ କରାଯାଉଛି ।

Get real time updates directly on you device, subscribe now.