ନୂଆଦିଲ୍ଲୀ: ଭାରତର ରାସ୍ତାରେ ଆପଣ ପ୍ରାୟତଃ ଅନେକ ଆକର୍ଷଣୀୟ ଷ୍ଟିକର ଥିବା କାର ଓ ତା ଉପରେ ଅଜବ ଜିନିଷ ଲେଖାଥିବାର ଦେଖିଥିବେ । କିନ୍ତୁ ନମ୍ବର ପ୍ଲେଟ ସହ ଏପରି କରିବା ଦ୍ୱାରା ଆଇନଗତ କାର୍ଯ୍ୟାନୁଷ୍ଠାନ ନେଇଥାନ୍ତି ପୋଲିସ । ନମ୍ବର ପ୍ଲେଟ ସହ ଏପରି କରିବା ଆଇନଗତ ଅପରାଧ ଓ ଯଦି କେହି ଏପରି ପରିସ୍ଥିତିରେ ଧରାପଡ଼ନ୍ତି ତେବେ ଜୋରିମାନା ଦେବାକୁ ପଡିପାରେ । ଉତ୍ତରପ୍ରଦେଶରେ ମଧ୍ୟ ଏପରି ଏପ ଘଟଣା ସାମ୍ନାକୁ ଆସିଛି, ଯାହାର ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।
ନିକଟରେ ଏକ କାରର ନମ୍ବର ପ୍ଲେଟରେ ‘ପାପା’ ଲେଖାହୋଇଥିଲା, ଯାହା ଉପରେ ଜୋରିମାନା ଆଦାୟ କରିଛି ଉତ୍ତରାଖଣ୍ଡ ପୋଲିସ । ପୋଲିସ ବିଭାଗ ଟ୍ୱିଟରରେ ନମ୍ବର ପ୍ଲେଟର ଚିତ୍ର ପୂର୍ବ ଓ ପରର ଫଟୋ ସେୟାର ମଧ୍ୟ କରିଛି ।
ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ଫଟୋରେ ଦେଖିବାକୁ ମିଳିଛି କି, ଜଣେ ବ୍ୟକ୍ତି ନିଜ ପିତାଙ୍କ ପ୍ରତି ନିଜର ପ୍ରେମ ବ୍ୟକ୍ତ କରି ନମ୍ବରକୁ ଏପରି ଲେଖିଛନ୍ତି, ଯାହା ‘ପାପା’ ଲେଖାଯାଇଥିବା ପରି ଦେଖିବାକୁ ମିଳିଛି । ବ୍ୟକ୍ତିଙ୍କ ଗାଡିର ନମ୍ବର ୪୧୪୧ ଥିଲା, ଯାହାକୁ ସେ ବୁଦ୍ଧି ଖଟାଇ ହିନ୍ଦୀରେ ‘ପାପା’ ଲେଖିଛନ୍ତି ।
କିନ୍ତୁ ପୋଲିସ ଧରିବା ପରେ ପିତାଙ୍କ ପ୍ରେମ ପୁଅକୁ ମହଙ୍ଗା ପଡିଗଲା । ଏହି ନମ୍ବର ପ୍ଲେଟକୁ ନେଇ ପୋଲିସ ନିକଟରେ ଅଭିଯୋଗ ଆସିଥିଲା । ଅଭିଯୋଗ ପରେ ପୋଲିସ ଗାଡ଼ି ଉପରେ ମୋଟା ଅଙ୍କର ଜୋରିମ।।ନ ଲଗାଇଥିଲା । ଏହା ସହ ଟ୍ୱିଟରେ ଗାଡ଼ିର ନମ୍ବର ପ୍ଲେଟର ଫଟୋ ସେୟାର କରି କ’ଣ କହିଥିଲା, ଦେଖନ୍ତୁ…
पापा कहते हैं बड़ा नाम करेगा,
गाड़ी के प्लेट पर पापा लिखेगा,
मगर ये तो कोई न जाने,
कि ऐसी प्लेट पर होता है चालान..ट्वीट पर शिकायत प्राप्त करने के बाद #UttarakhandPolice ने गाड़ी मालिक को यातायात ऑफिस बुलाकर नम्बर प्लेट बदलवाई और चालान किया। pic.twitter.com/oL4E3jJFAV
— Uttarakhand Police (@uttarakhandcops) July 12, 2022