ଅଲଗା ହେବେ ବଲିଉଡର ପ୍ରେମପକ୍ଷୀ! ପିଲା ଜନ୍ମ କରିବା ସୋନାକ୍ଷୀଙ୍କ ପାଇଁ ଅଶୁଭ

ପଡକାଷ୍ଟରେ ଜ୍ୟୋତିଷଙ୍କ ବଡ଼ ଘୋଷଣା । ବେଶୀଦିନ ତିଷ୍ଟିବନି ସୋନାକ୍ଷୀଙ୍କ ବାହାଘର! ଜହିରଙ୍କ ସହ ବିବାହ ବିଚ୍ଛେଦ ସୁନିଶ୍ଚିତ!

ମୁମ୍ବାଇ: ବାହାଘରକୁ ହୋଇନି ଗୋଟିଏ ବର୍ଷ କିନ୍ତୁ ବିବାହ ବିଚ୍ଛେଦ ନେଇ ଚାରିଆଡ଼େ ବ୍ୟାପୀଗଲାଣି ଖବର । ପରସ୍ପରଠାରୁ ଅଲଗା ହେବେ ବଲିଉଡ୍ କପୁଲ ସୋନାକ୍ଷୀ ସିହ୍ନା ଏବଂ ଜହିର ଇକବାଲ୍ । ଏ କଥାକୁ ନେଇ ଏବେ ଚାରିଆଡ଼େ ଚର୍ଚ୍ଚା । କାରଣ ଦୁହେଁ ଗତବର୍ଷ ଜୁନରେ ବିବାହବନ୍ଧନରେ ବାନ୍ଧି ହୋଇଛନ୍ତି । ବର୍ତ୍ତମାନ ସୁଦ୍ଧା ସେମାନଙ୍କ ହନିମୁନ୍ ସରି ନ ଥିବାବେଳେ ଜହିର ଏବଂ ସୋନାକ୍ଷୀଙ୍କ ଦାମ୍ପତ୍ୟ ଜୀବନକୁ ନେଇ କିଛି ଏମିତି କହିଛନ୍ତି ଜ୍ୟୋତିଷ ।

ପିଲା ଜନ୍ମ କାଳ :ଜ୍ୟୋର୍ତିବିଦ୍ ସୁଶୀଲ କୁମାର ସିଂ ନିକଟରେ ଆୱାରା ମୁସାଫିର ପଡକାଷ୍ଟର ଅତିଥି ସାଜିଥିଲେ । ଯେଉଁଠାରେ ସୁଶୀଲ କହିଥିଲେ, ବଲିଉଡ୍ର ଦୁଇ ପାୱାରପ୍ୟାକ୍ କପୁଲ ଐଶ୍ୱର୍ଯ୍ୟା ରଏ – ଅଭିଷେକ ବଚ୍ଚନ ଏବଂ ଜହିର- ସୋନାକ୍ଷୀଙ୍କ ବିବାହ ବିଚ୍ଛେଦ ଖୁବ୍ଶୀଘ୍ର ହେବାକୁ ଯାଉଛି । ପିଲା ଜନ୍ମ ହେବା ପରେ ସୋନାକ୍ଷୀ ସ୍ୱାମୀଙ୍କଠାରୁ ଅଲଗା ହେବେ । ସେମାନଙ୍କର ଗୋଟେ ଛୁଆ ହେବ । ଯାହାପରେ ଦମ୍ପତିଙ୍କ ମଧ୍ୟରେ କଳିଗୋଳ ଲାଗିବ ଯାହାକୁ କେନ୍ଦ୍ର କରି ସେମାନେ ଅଲଗା ହୋଇଯିବେ ।

ସରିନି ହନିମୁନ: ସୋନାକ୍ଷୀ ଏବଂ ଜହିର ବେଶ୍ ଖୁସିରେ ଏବେ ଦିନ କାଟିବାରେ ଲାଗିଛନ୍ତି । ଦୁହେଁ ପରସ୍ପର ସହ ବେଶ୍ ଖୁସି ଥିବା ମଧ୍ୟ ଖବର ପ୍ରକାଶ ପାଇବାରେ ଲାଗିଛି । ଦୁହେଁ ଏବେ ବିଦେଶରେ ଛୁଟି କାଟୁଛନ୍ତି । ଯେଉଁଠାରେ ସେମାନେ ସ୍କାଏ ଡାଇଭିଂ, କ୍ରିକେଟ୍ ମ୍ୟାଚ୍, ସଫାରି ସାଙ୍ଗକୁ ବଙ୍ଗି ଜମ୍ପିଂ କରୁଥିବା ଦେଖିବାକୁ ମିଳିଛି ।