fbpx

ସୋନାକ୍ଷୀ ନିଜ ବାହାଘରକୁ ନେଇ କହିଥିଲେ ସେ ବହୁତ ନାଚିବେ….

ମୁମ୍ବାଇ: ହଟ ଆଣ୍ଡ ବୋଲ୍ଡ ଅଭିନେତ୍ରୀ ତଥା ଶତ୍ରୁଘ୍ନ ସିହ୍ନା ତନୟାଙ୍କ କଥା ଏବେ ଚାରିଆଡେ ଚର୍ଚ୍ଚାରେ, ଆଉ ଏହି ଚର୍ଚ୍ଚାର କାରଣ ହେଉଛି ତାଙ୍କ ବାହାଘର । ଏକ୍ଟ୍ରେସ ସୋନାକ୍ଷୀ ସିହ୍ନା ନିଜର ବୟଫ୍ରେଣ୍ଡ ଜହିର ଇକବାଲଙ୍କ ସହ ହାତକୁ ଦି ହାତ ହେବେ ମାନେ ବିବାହ କରିବେ । ଉଭୟଙ୍କ ପରିବାର ସମେତ ତାଙ୍କର ପ୍ରଶଂସକମାନେ ବି ତାଙ୍କ ବାହାଘରକୁ ଚାତକ ଭଳି ଚାହିଁ ରହିଛନ୍ତି ସୋନାକ୍ଷୀ କେବେ ବାହା ହେବ ତାକୁ ନେଇ । ବିବାହ ପୂର୍ବରୁ ତାଙ୍କ ଘରକୁ ରାମାୟଣର ଥିମ୍ ରେ ସଜା ଯାଇସାରିଲାଣି । ତାଙ୍କ ଘରେ ମଧ୍ୟ ପୂଜା ରଖା ଯାଇଛି । ଇତିମଧ୍ୟରେ ସୋନାକ୍ଷୀଙ୍କ ଏକ ବୟାନ ସୋସିଆଲ ମିଡିଆରେ ବେଶ୍ ଭାଇରାଲ ହେଉଛି । ୨୦୨୨ ମିସିହାରେ ସୋନାକ୍ଷୀ ‘ବମ୍ବେ ଟାଇମ୍‌ସ’ ଦେଇଥିବା ଏକ ସାକ୍ଷାତକାର ଭିଡିଓକୁ ନେଇ ତାଙ୍କ ଫ୍ୟାନ୍ସଙ୍କ ମନରେ ଢେର ଉତ୍ସାହ ଲାଗି ରହିଛି । ଏହି ସାକ୍ଷାତକାରରେ ସୋନାକ୍ଷୀ କହିଥିଲେ ଯେ, ତାଙ୍କ ବାହାଘରରେ ସେ ବହୁତ ନାଚିବେ ।
ଭିଡିଓଟିକୁ ଫ୍ୟାନ୍ସ ବହୁଳ ମାତ୍ରାରେ ସେୟାର କରୁଛନ୍ତି । ଦବଙ୍ଗ ଗାର୍ଲଙ୍କ ଏହି ଦମଦାର ଭିଡିଓରେ ସେ କହୁଛନ୍ତି, ‘ ମୁଁ ଚାହେଁ ମୋ ବାହାଘରରେ ମୁଁ ବହୁତ ନାଚିବି’ । ଯେତେବେଳେ ତାଙ୍କୁ ପ୍ରଶ୍ନ କରାଯାଇଥିଲା ବିବାହ କେବେ କରୁଛନ୍ତି । ପ୍ରତ୍ୟୁତ୍ତରରେ ଅଭିନେତ୍ରୀ ସୋନାକ୍ଷୀ କହିଥିଲେ ଯେ ଚିନ୍ତା କରନ୍ତୁ ନି ବାହାଘର ହୋଇଯିବ । ଯେବେ ହେବ ତାହା ଆପଣମାନଙ୍କୁ ଜଣା ପଡିଯିବ ଯେ! ଆଉ ଏବେ ତାଙ୍କର ବାହାଘର ହେବାକୁ ଯାଉଛି ।
ଉଭୟ ବର ଓ କନ୍ୟା ମାନେ ଅଭିନେତ୍ରୀ ସୋନାକ୍ଷୀ ଓ ତାଙ୍କ ହୃଦୟର ପ୍ରେମିକ ଜହିର ଇକବାଲଙ୍କ ଘରେ ବାହାଘରକୁ ନେଇ ପ୍ରସ୍ତୁତି ଜୋରସୋରରେ ଚାଲିଛି । ଜୁନ ୨୧ ତାରିଖରେ ହୋଇଥିବା ତାଙ୍କ ମେହେନ୍ଦି ଉତ୍ସବ ମଧ୍ୟ ଏବେ ବାହାରକୁ ଆସିସାରିଛି । ଯେଉଁଥିରେ ସୋନାକ୍ଷୀ ନିଜ ବୟଫ୍ରେଣ୍ଡ ଜହିର ଏବଂ ତାଙ୍କ ବନ୍ଧୁଙ୍କ ସହ ନଜର ଆସିଛନ୍ତି । ଏଥିରେ ଉଭୟ ଲବ ବାର୍ଡ ଭିନ୍ନ ଭିନ୍ନ ପୋଜରେ ଫଟୋସୁଟ କରିଛନ୍ତି । କହିରଖୁ, ଜୁନ ୨୨ ତାରିଖରେ ସୋନାକ୍ଷୀଙ୍କ ବାସଭବନରେ ରାମାୟଣ ପୂଜାର ମଧ୍ୟ ଆୟୋଜନ କରାଯାଇଥିଲା । ଯେଉଁଥିରେ ଦବଙ୍ଗ ଗାର୍ଲଙ୍କ ସହ ତାଙ୍କ ମା’ ପୁନମ ଓ ପିତା ଶତ୍ରୁଘ୍ନ ସିହ୍ନା ଉପସ୍ଥିତ ଥିଲେ । ସେପଟେ ଜହିର ନିଜର ସାଙ୍ଗମାନଙ୍କ ସହ ବାନ୍ଦ୍ରାରେ ଡିନରର ମଜା ନେଉଥିଲେ । ଫ୍ୟାନ୍ସ ସୋନାକ୍ଷୀଙ୍କ ବାହାଘରର ପ୍ରତିଟି ମୁହୂର୍ତ୍ତକୁ ଉପଭୋଗ କରୁଛନ୍ତି ।

Get real time updates directly on you device, subscribe now.