fbpx

MTV ରୋଡିଜର ନୂଆ ସିଜନ ପାଇଁ ପ୍ରସ୍ତୁତ ଅଛନ୍ତି ସୋନୁ ସୁଦ: ହୋଷ୍ଟ ଭାବେ କରିବେ ଡେବ୍ୟୁ

ନୂଆଦିଲ୍ଲୀ: MTVରୋଡିଜରୁ ବିଦାୟ ନେଇ ସାରିଛନ୍ତି ଆକ୍ଟର ତଥା ଭି.ଜେ ରଣବିଜୟ ସିଂହ । ୧୮ ବର୍ଷ MTVରୋଡିଜ ସହ ଯୋଡି ହୋଇ ରହିବା ପରେ ଶୋ’କୁ ଅଲବିଦା କହିଛନ୍ତି ରଣବିଜୟ । ଏବେ ତାଙ୍କ ସ୍ଥାନରେ ନଜର ଆସିବେ ସୁପରଷ୍ଟାର ସୋନୁ ସୁଦ । ଯାହାକୁ ନେଇ ଦର୍ଶକ ଏବଂ ସୋନୁ ଖୁବ ଉତ୍ସୁକ ତିବା ଦେଖାଯାଇଛି । ଏ ନେଇ ଏକ ଭିଡିଓ ମାଧ୍ୟମରେ ବାର୍ତ୍ତା ଦେଇଛନ୍ତି ସୋନୁ ।

ରୋଡିଜର ନୂଆ ସିଜନ ଦକ୍ଷିଣ ଆଫ୍ରିକାରେ ଶୁଟ ହେବାକୁ ଯାଉଛି । ତେବେ ଶୋ’ରେ ଯୋଗ ଦେବା ପୂର୍ବରୁ ସିଙ୍ଗଡା ଖାଉଥିବା ବେଳେ ଏକ ଭିଡିଓ କରି ଇନଷ୍ଟାଗ୍ରାମ ଆକାଉଣ୍ଟରେ ଅପଲୋଡ କରିଛନ୍ତି ସୋନୁ । ଏହି ଭିଡିଓରେ ସେ ରୋଡିଜର ନୂଆ ସିଜନ ଉପରେ ମଧ୍ୟ ବାର୍ତ୍ତା ଦେଇଛନ୍ତି ।

 

ରୋଡିଜର ନୂଆ ସିଜନକୁ ହୋଷ୍ଟ କରିବା ପାଇଁ ଖୁବ ଏକ୍ସାଇଟେଡ ଅଛନ୍ତି ଆକ୍ଟର ସୋନୁ ସୁଦ । ଏହାସହିତ ରୋଡିଜର ଏହି ସିଜନ ଖୁବ ରୋମାଞ୍ଚକର ଏବଂ ସୁନ୍ଦର ହେବ ବୋଲି ସେ ଏହି ଭିଡିଓରେ କହିଛନ୍ତି । ଏଭଳି କିଛି ମଜାକିଆ ଅନ୍ଦାଜରେ ସୋନୁ ରୋଡିଜ ଶୋ ହୋଷ୍ଟ କରିବାକୁ ନେଇ ତାଙ୍କ ପ୍ରସ୍ତୁତି ସମ୍ପର୍କରେ ପ୍ରଶଂସକମାନଙ୍କୁ ସୂଚନା ଦେଇଛନ୍ତି । ଭିଡିଓର କ୍ୟାପ୍ସନରେ ସୋନୁ ଲେଖିଛନ୍ତି ଯେ, ରୋଡିଜ ସହିତ ମୋ ଜୀବନରେ ଆଉ ଏକ ନୂଆ ରୋମାଞ୍ଚ ଆରମ୍ଭ ହେବାକୁ ଯାଉଛି ଏବଂ ଏହି ଯାତ୍ରା ଖୁବ ନିଆରା ରହିବ ବୋଲି ସୋନୁ ଆଶା ରଖିଛନ୍ତି ।

Get real time updates directly on you device, subscribe now.