କିଏ ଏହି ରାଜୁ କଳାକାର? ସୋନୁ ନିଗମଙ୍କ ଗୀତ ଗାଇ ରାତା ରାତି ହୋଇଗଲେ ଷ୍ଟାର, ଏବେ ଫିଲ୍ମ ଇଣ୍ଡଷ୍ଟ୍ରୀରେ କରିବେ ଧମାଲ
ସୋନୁ ନିଗମଙ୍କ ସହ ନଜର ଆସିଲେ ରାଜୁ କଳାକାର
ନୂଆଦିଲ୍ଲୀ: ମୋନାଲିସା, ରାନୁ ମଣ୍ଡଳ, ଅଞ୍ଜଳୀ ଅରୋଡ଼ାଙ୍କ ଭଳି ଅନେକ କଳାକାରଙ୍କ ଭାଗ୍ୟ ସୋସିଆଲ ମିଡିଆରେ ଭାଇରାଲ ପରେ ଚମକି ଥିଲା। ବର୍ତ୍ତମାନ ଏହି ତାଲିକାରେ ଆଉ ଜଣଙ୍କ ନାଁ ସାମିଲ ହୋଇଛି।
ବର୍ତ୍ତମାନ ରାଜୁ କଳାକାରଙ୍କ ନାମ ଚାରିଆଡେ ଚର୍ଚ୍ଚା ହେଉଛି। ସେ ସୋନୁ ନିଗମଙ୍କ ଗୀତ ‘ଦିଲ୍ ପେ ଚଲାଇ ଛୁରିଆଁ’ ଗାଇ ରାତା-ରାତି ସୋସିଆଲ ମିଡିଆରେ ଷ୍ଟାର ହୋଇଯାଇଛନ୍ତି।
ସେ ପଥର ବଜାଇ ଗୀତ ବୋଲିବାରେ ଜନତାଙ୍କୁ ଦିୱାନା କରିଦେଇଛନ୍ତି। ବର୍ତ୍ତମାନ ଏହି ବ୍ୟକ୍ତିଙ୍କ ଭିଡିଓ ଭାଇରାଲ ହେବା ପରେ ପ୍ରସିଦ୍ଧ ବଲିଉଡ ସିଙ୍ଗର ସୋନୁ ନିଗମ ତାଙ୍କ ସହ କାମ କରିବାକୁ ଘୋଷଣା କରିଛନ୍ତି।
ବଲିଉଡର ସବୁଠାରୁ ଲୋକପ୍ରିୟ ଗାୟକ ସୋନୁ ନିଗମ ଏବେ ଭାଇରାଲ ଇଣ୍ଟରନେଟ୍ ସେନସେସନ ରାଜୁ କଳାକାରଙ୍କ ସହିତ କାମ କରିବାକୁ ଯାଉଛନ୍ତି, ଯିଏ ନିଜର Stone-tapping versionର ‘ଦିଲ୍ ପେ ଚଲାଇ ଛୁରିଆଁ’ ଗୀତ ବୋଲି ଲୋକଙ୍କ ହୃଦୟ ଜିତିଛନ୍ତି।
View this post on Instagram
ଟି-ସିରିଜ ଦ୍ୱାରା ସେୟାର କରାଯାଇଥିବା ଏକ ନୂଆ ଭିଡିଓରେ, ସୋନୁ ଏବଂ ରାଜୁ ଏହି ଭାଇରାଲ ଗୀତଟିକୁ ଏକାଠି ଗାଉଥିବାର ଦେଖିବାକୁ ମିଳିଛି। ରାଜୁ ଦୁଇଟି ପଥରକୁ ଟ୍ୟାପିଙ୍ଗ୍ କରୁଥିବା ସମୟରେ, ସୋନୁ ଗୀତରେ ତାଙ୍କର ଯାଦୁକରୀ କଣ୍ଠସ୍ୱର ଦେଇଛନ୍ତି।
ଭିଡିଓର ଶେଷରେ, ଉଭୟ ପରସ୍ପରକୁ ଆଲିଙ୍ଗନ କରୁଥିବାର ଦେଖିବାକୁ ମିଳିଥିଲା। ଭିଡିଓ ସେୟାର କରି ସେ ଲେଖିଛନ୍ତି, ‘ସୋମବାର ସକାଳ 11ଟାରେ ଆସିବାକୁ ଥିବା Surprise ପାଇଁ ଅପେକ୍ଷା କରନ୍ତୁ।’