fbpx

କରୋନାକୁ ମାତ୍ ଦେଲେ ସୋନୁ

ମୁମ୍ବାଇ, ୨୩ା୪ (ଓଡିଶା ଭାସ୍କର) : କରୋନାକୁ ମାତ୍ ଦେଲେ ଅଭିନେତା ସୋନୁ ସୁଦ । ତାଙ୍କର କରୋନା ରିପୋର୍ଟ ନେଗେଟିଭ୍ ଆସିଛି । ସୋନୁ ଏପ୍ରିଲ୍ ୧୭ ତାରିଖରେ କରୋନା ଆକ୍ର୍ରାନ୍ତ ଚିହ୍ନଟ ହୋଇଥିଲେ । ହେଲେ ଆଜି ତାଙ୍କ ରିପୋର୍ଟ ନେଗେଟିଭ୍ ଆସିଛି । ସେ ୧୦ ପୁର୍ବରୁ ହିଁ ଟିକା ନେଇଥିଲେ । ତେବେ ନେଗେଟିଭ୍ ଆସିବା ପରେ ସେ ଏବେ ନିଜକୁ ଆଇସୋଲେଟ୍ କରିଛନ୍ତି ଏବଂ ରେଷ୍ଟ ନେଉଛନ୍ତି । ତାଙ୍କ ରିପୋର୍ଟ ନେଗେଟିଭ୍ ଆସିଥିବା ସେ ଟୁଇଟ୍ କରି ସୁଚନା ଦେଇଛନ୍ତି । ସେ ନିଜ ଫଟୋ ସେୟାର କରି କରୋନା ନେଗେଟିଭ୍ ହେବା ନେଇ କହିଛନ୍ତି । ଏହାପରେ ତାଙ୍କ ଫ୍ୟାନ୍ସ ମାନେ ବହୁତ ଖୁସି ଅଛନ୍ତି । ସେମାନେ କମେଣ୍ଡ ମାଧ୍ୟମରେ ନିଜ ନିଜର ଖୁସି ବ୍ୟକ୍ତ କରିଛନ୍ତି । ଫ୍ୟାନ୍ସ ମାନେ ରିଆକ୍ଟ କରି କହିଛନ୍ତି ଯେ, “ବଧାଇ ହୋ ସାର୍” । ସେହିପରି ଆଉ ଜଣେ ୟୁଜର୍ ଲେଖିଛନ୍ତି ଯେ, “ଗଡ୍ ଇଜ୍ ବ୍ୟାକ୍ ” ।

 

View this post on Instagram

 

A post shared by Sonu Sood (@sonu_sood)


ସୁଚନାଯୋଗ୍ୟ, ଅଭିନେତା ଅର୍ଜୁନ୍ ରାମପାଲ ମଧ୍ୟ କରୋନା ପଜିଟିଭ୍ ଆସିବାର ୫-୬ ଦିନ ଭିତରେ କରୋନ।।କୁ ମାତ୍ ଦେଇଥିଲେ । ସେ ମଧ୍ୟ କରୋନାର ପ୍ରଥମ ଡୋଜ୍ ନେଇସାରିଥିଲେ ।

Get real time updates directly on you device, subscribe now.