fbpx

କଟକ ବାରବାଟୀରୁ ଏଥର ମୋକିମ୍ ନୁହଁନ୍ତି ଲଢିବେ ସୋଫିଆ !

କଟକ:ଏଥର କଟକ ବାରବାଟୀରୁ ମୋକିମଙ୍କ ବଦଳରେ ମୋକିମଙ୍କ ଝିଅ ଲଢିବା ନେଇ ଚର୍ଚ୍ଚା ହେଉଛି । ବାପାଙ୍କ ଆସନରୁ ସୋଫିଆ ଫିର୍ଦ୍ଦୋସ ଲଢିବେ ବୋଲି କୁହାଯାଉଛି । ଦିଲ୍ଲୀରୁ ଫେରିବା ପରେ କର୍ମୀଙ୍କ ସହ ଏ ବିଷୟରେ ଆଲୋଚନା କରିଛନ୍ତି ମୋକିମ୍ । ବାପାଙ୍କ ଆସନରୁ ଝିଅ ଲଢିବା ନେଇ ସହମତି ହୋଇଥିବା ସୂଚନା ମିଳିଛି । ଓଆରଏଚ୍‌ଡିସି ମାମଲାରେ ଛନ୍ଦି ହୋଇଛନ୍ତି ମହମ୍ମଦ ମୋକିମ୍ । ସୁପ୍ରିମକୋର୍ଟରେ ଶୁଣାଣୀ ପରେ ମୋକିମ୍ ନିର୍ବାଚନ ଲଢିବା ନେଇ ସନ୍ଦେହ ସୃଷ୍ଟି ହୋଇଛି ।

କୋର୍ଟଙ୍କ କଟକଣା ଯୋଗୁ ଏଥର ନିର୍ବାଚନ ଲଢିପାରିବେନି ମୋକିମ୍ । ତେବେ ତାଙ୍କ ଝିଅ ନିର୍ବାଚନ ଲଢିବାକୁ ନେଇ ସେ ଏଆଇସିସି ସହ ଆଲୋଚନା କରିବେ ବୋଲି କହିଛନ୍ତି ।

Get real time updates directly on you device, subscribe now.