fbpx

୯ ବର୍ଷ ପରେ ଆଇସିସିର ବଡ଼ ନିଷ୍ପତ୍ତି, କୁମ୍ବଲେଙ୍କ ପରେ ସୌରଭ ଗାଙ୍ଗୁଲିଙ୍କୁ ମିଳିଲା ଏହି ଦାୟିତ୍ୱ

ନୂଆଦିଲ୍ଲୀ: ବିସିସିଆଇ ଅଧ୍ୟକ୍ଷ ସୌରଭ ଗାଙ୍ଗୁଲିଙ୍କୁ ମିଳିଛି ବଡ଼ ଦାୟିତ୍ୱ । ଏଣିକି ଆଇସିସି କ୍ରିକେଟ କମିଟିର ଅଧ୍ୟକ୍ଷ ଭାବେ ଦାୟିତ୍ୱ ଭାର ସମ୍ଭାଳିବେ ଗାଙ୍ଗୁଲି । ଏହି ନିଷ୍ପତ୍ତି ଦୁବାଇରେ ଅନ୍ତରାଷ୍ଟ୍ରୀୟ କ୍ରିକେଟ ପରିଷଦ ବା ଆଇସିସିର ବୋର୍ଡ ପକ୍ଷରୁ ଦିଆଯାଇଛି । ଗାଙ୍ଗୁଲି ପୂର୍ବତନ ବନ୍ଧୁ ବା ଅଧିନାୟକ ଅନୀଲ କୁମ୍ବେଲଙ୍କ ସ୍ଥାନ ନେଇଛନ୍ତି । ବିଗତ ୯ ବର୍ଷ ଧରି ଆଇସିସିର ଅଧ୍ୟକ୍ଷ ପଦରେ ଥିଲେ ଅନୀଲ କୁମ୍ବଲେ । ଅନୀଲ ନିଜର ୯ ବର୍ଷର କାର୍ଯ୍ୟକାଳ ସମ୍ପୂର୍ଣ୍ଣ କରିବା ପରେ ପଦ ଛାଡିଛନ୍ତି ।

ତେବେ ସୌରଭ ଗାଙ୍ଗୁଲିଙ୍କୁ ଭାରତର ସବୁଠାରୁ ସଫଳ ଅଧିନାୟକ ଭାବେ ଗଣାଯାଏ । ସେ ୪୯ଟି ଟେଷ୍ଟ ଓ ୧୪୭ଟି ଏକଦିବସୀୟରେ କ୍ୟାପଟେନ ଭାବେ ଦାୟିତ୍ୱ ତୁଲାଇ ସାରିଛନ୍ତି । ଗତ ୨୦୧୨ଠାରୁ କୁମ୍ବଲେ ଆଇସିସି କ୍ରିକେଟ କମିଟିର ଅଧ୍ୟକ୍ଷ ପଦରେ ରହିଆସିଥିଲେ । କ୍ରିକେଟ ଖେଳର ପରିସ୍ଥିତି ଓ ନିୟମକୁ ତଦାରଖ କରିବା ଦାୟିତ୍ୱ ଏହି କମିଟି ଉପରେ ନ୍ୟସ୍ତ ଥାଏ । ଆଇସିସି ପକ୍ଷରୁ ଏହି ସୁସମ୍ବାଦ ଘୋଷଣା ହେବା ପରେ ବିସିସିଆଇ ପକ୍ଷରୁ ଦାଦାଙ୍କୁ ଶୁଭେଚ୍ଛା ଜ୍ଞାପନ କରାଯାଇଛି । ସୌରଭ ୧୯୯୬ରେ ଇଂଲଣ୍ଡ ବିପକ୍ଷରେ ନିଜର ପ୍ରଥମ ଟେଷ୍ଟ ଶତକ ହାସଲ କରି କ୍ୟାରିୟରର ଶୁଭାରମ୍ଭ କରିଥିଲେ । ସେ ଦେଶ ଓ ବିଦେଶରେ ଦଳର ବିଜୟ ନେଇ ହାଇଲେବଲ୍ ରଣନୀତିର ମୂଳଦୁଆ ସ୍ଥାପନ କରିଥିଲେ ।

Get real time updates directly on you device, subscribe now.