fbpx

କୋହଲିଙ୍କ ଫ୍ୟାନ୍ ହେଲେ ବିସିସିଆଇ ଅଧ୍ୟକ୍ଷ: ପ୍ରଶଂସାରେ କହିଲେ ଏମିତି…

ନୂଆଦିଲ୍ଲୀ: ବିରାଟଙ୍କୁ ପ୍ରଶଂସାରେ ପୋତିପକାଇଲେ ବିସିସିଆଇ ସଭାପତି । ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲୀ ଷ୍ଟାର ଖେଳାଳି ବିରାଟ କୋହଲିଙ୍କୁ ଖୁବ୍ ପ୍ରଶଂସା କରିଛନ୍ତି । ଗାଙ୍ଗୁଲି କହିଛନ୍ତି ଯେ କୋହଲି ତାଙ୍କଠାରୁ ମଧ୍ୟ ଅଧିକ ଉକ୍ରୃଷ୍ଟ ଖେଳାଳି । ଗାଙ୍ଗୁଲି ଏହା ମଧ୍ୟ କହିଛନ୍ତି ଯେ କୋହଲି ଖେଳିବା ଜାରି ରଖିବେ ଏବଂ କ୍ୟାରିୟର ଶେଷବେଳକୁ ସେ ତାଙ୍କ ତୁଳନାରେ ଭାରତ ପାଇଁ ଅଧିକ ମୁକାବିଲା ଖେଳିସାରିଥିବେ ।

ସୌରଭ ଗାଙ୍ଗୁଲୀ ଏକ ନ୍ୟୁଜ୍ ଚ୍ୟାନେଲକୁ କହିଛନ୍ତି ଯେ ଜଣେ ଖେଳାଳୀ ଭାବରେ ବିରାଟଙ୍କ ଦକ୍ଷତା ତାଙ୍କ ଠାରୁ ବି ଅଧିକ । ସେ ମୋଠାରୁ ଅଧିକ ଗେମ୍ ଖେଳିପାରିବେ । ସେ ମୋଠାରୁ ମଧ୍ୟ ଆଗକୁ ଯିବେ ।

ତେବେ ଏହା ପ୍ରଥମ ଥର ନୁହେଁ ଯେତେବେଳେ ଗାଙ୍ଗୁଲୀ ବିରାଟଙ୍କୁ ପ୍ରଶଂସା କରିଛନ୍ତି । ଏସିଆ କପ୍ ପୂର୍ବରୁ ଏକ ସାକ୍ଷାତକାରରେ ମଧ୍ୟ ବିରାଟଙ୍କ ପ୍ରଶଂସା କରିବା ସହ କହିଥିଲେ ଯେ ଟୁର୍ଣ୍ଣାମେଣ୍ଟ ସମୟରେ ଫର୍ମକୁ ଆସିବେ । ଗାଙ୍ଗୁଲି କହିଥିଲେ ଯେ ତାଙ୍କୁ ଅଭ୍ୟାସ କରିବାକୁ ଦିଆଯାଉ ଏବଂ ମ୍ୟାଚ୍ ଖେଳିବାକୁ ଦିଆଯାଉ । ସେ ଜଣେ ଉତ୍ତମ ଖେଳାଳୀ ଏବଂ ସେ ବହୁତ୍୍ ରନ୍ କରିଛନ୍ତି । ଆଶା ଛି ସେ ପୁଣି ଫର୍ମକୁ ଆସିବେ । ଯାହା ଏବେ ସତ ହୋଇଛି ।

ଏସିଆ କପ୍ ସମୟରେ ବିରାଟ କୋହଲି ଭଲ ପ୍ରଦର୍ଶନ କରିଥିଲେ । ସେ ନିଜ ସେଞ୍ଚୁରୀ ରେକର୍ଡ ମଧ୍ୟ ଭାଙ୍ଗିଛନ୍ତି । ଆଫଗାନିସ୍ତାନ ବିରୋଧରେ ଫାଇନାଲ ମ୍ୟାଚରେ କୋହଲି ୬୧ ବଲ୍ ରେ ଅପରାଜିତ ୧୨୨ ରନ୍ କରି ନିଜର ସେଞ୍ଚୁରୀ ରେକର୍ଡ ଭାଙ୍ଗିଛନ୍ତି । ୨୦୧୯ ପରଠାରୁ ଏହା କୋହଲିଙ୍କର ପ୍ରଥମ ଅନ୍ତର୍ଜାତୀୟ ସେଞ୍ଚୁରୀ ।

Get real time updates directly on you device, subscribe now.