fbpx

ଆଇପିଏଲକୁ ନେଇ ସୌରଭ ଗାଙ୍ଗୁଲିଙ୍କ ବଡ ବୟାନ: କହିଲେ- ଏଥର ଭୁଲିଯାଅ ଟୁର୍ଣ୍ଣାମେଣ୍ଟ

Advertisement

ଆଇପିଏଲକୁ ନେଇ ଖୁବଶୀଘ୍ର ବଡ ଘୋଷଣା କରିପାରେ ବିସିସିଆଇ । କରୋନା ଯୋଗୁଁ ୱିମ୍ବଲଡନ ଓ ଅଲିମ୍ପିକ୍ ଗେମ୍ସରେ ଗ୍ରହଣ ଲାଗିସାରିଛି । ବର୍ତ୍ତମାନ ଦେଶରେ ଚାଲିଥିବା ଲକ୍-ଡାଉନ୍ ଏପ୍ରିଲ ୩୦କୁ ବୃଦ୍ଧି ପାଇବ ବୋଲି ଆଶା କରାଯାଉଛି । ଏହାରି ମଧ୍ୟରେ ଆଇପିଏଲ ୧୩ର ଆୟୋଜନ ହାତରୁ ଖସିଯିବାକୁ ଲାଗିଛି । ଭାରତୀୟ କ୍ରିକେଟ ବୋର୍ଡର ଅଧ୍ୟକ୍ଷ ସୌରଭ ଗାଙ୍ଗୁଲୀ ଆଇପିଏଲକୁ ନେଇ ବଡ ବୟାନ ଦେଇଛନ୍ତି ।

ସେ କହିଛନ୍ତି ଯେ, ଏଭଳି ପରିସ୍ଥିତିରେ ଟୁର୍ଣ୍ଣାମେଣ୍ଟ ବିଷୟରେ ଚିନ୍ତା ବି କରିହେଉନାହିଁ । ଆଇପିଏଲ ଆୟୋଜନ କରିବା ଅସମ୍ଭବ । ବର୍ତ୍ତମାନର ପରିସ୍ଥିତି ଦେଖି କିଛି ବି କହିହେଉନାହିଁ । ଏୟାରପୋର୍ଟ ବନ୍ଦ ହେବା ସହ ଲୋକମାନେ ଘରେ ବନ୍ଦୀ ଭାବେ ଅଛନ୍ତି । କେହି ବି କୁଆଡେ ଯାଇ ଆସିପାରୁ ନଥିବା ବେଳେ ମ୍ୟାଚ୍ କିପରି ହେବ ବୋଲି ସେ କହିଛନ୍ତି ।

Get real time updates directly on you device, subscribe now.