fbpx

ଗଞ୍ଜାମରେ ଦକ୍ଷିଣ ଆଫ୍ରିକା ଷ୍ଟ୍ରେନ୍

ଗଞ୍ଜାମ,୨ା୩(ଓଡିଶା ଭାସ୍କର) : ଗଞ୍ଜାମରେ ଜଣେ ଦକ୍ଷିଣ ଆଫ୍ରିକା ଫେରନ୍ତା ବ୍ୟକ୍ତିି କରୋନା ପଜିଟିଭ୍ ହୋଇଛନ୍ତି । ଦକ୍ଷିଣ ଆଫ୍ରିକାରୁ ଫେରିଥିବା ଦିଗପହଣ୍ଡିର ଜଣେ ବ୍ୟକ୍ତି କରୋନାରେ ସଂକ୍ରମିତ ହୋଇଛନ୍ତି । ଏବେ ସମ୍ପୃକ୍ତ ବ୍ୟକ୍ତିଙ୍କର ସ୍ୱାସ୍ଥ୍ୟାବସ୍ଥା ଭଲ ରହିଥିବା ଜଣାପଡିଛି । ଏବେ ଉକ୍ତ ବ୍ୟକ୍ତି ଭୁବନେଶ୍ୱରର ଏକ ହସ୍ପିଟାଲରେ ଚିକିତ୍ସିତ ଅଛନ୍ତି । ଏନେଇ ଜନସ୍ୱାର୍ଥ ନିର୍ଦ୍ଦେଶକ ଡାକ୍ତର ନିରଞ୍ଜନ ମିଶ୍ର ସୂଚନା ଦେଇଛନ୍ତି ।

ତେବେ ଗଞ୍ଜାମର ୪ଟି କେସ୍ ପରିକ୍ଷା ପାଇଁ ଦିଆଯାଇଥିବା ବେଳେ ସେମାନଙ୍କ ମଧ୍ୟରୁ ଜଣଙ୍କର ରିପୋର୍ଟ ପଜିଟିଭ୍ ଆସିଛି । ସମ୍ପୃକ୍ତ ବ୍ୟକ୍ତିଙ୍କ ପରିବାର ହୋମ୍ ଆଇସୋଲେସନରେ ଅଛନ୍ତି । ପଜିଟିଭ୍ ପରେ ଭୂତାଣୁର ଅନୁଧ୍ୟାନ ପାଇଁ ଆଇଏଲଏସ ପଠାଯାଇଛି ।

Get real time updates directly on you device, subscribe now.