fbpx

ଆଉ ସଜେଇ ହୋଇପାରିବେନି ମହିଳା, ବନ୍ଦ କରିଦିଆଗଲା ଦେଶର ସବୁ ବିୟୁଟି ସେଲୁନ, ଜାଣନ୍ତୁ କାରଣ

Advertisement

ନୂଆଦିଲ୍ଲୀ: ଆଫଗାନିସ୍ଥାନରେ ଯେବେଠାରୁ ତାଲିବାନ କ୍ଷମତାକୁ ଆସିଛି ସେବେଠାରୁ ମହିଳାଙ୍କ ଉପରେ ନୂଆ ନୂଆ କଠୋର ଅନୁଶାସନ ଲାଗୁ କରିଆସୁଛି । ଏବେ ତାଲିବାନରେ ସମସ୍ତ ବ୍ୟୁଟି ସେଲୁନ୍ ବନ୍ଦ ହେବାକୁ ଯାଉଛି । ଫଳରେ ଆଉ ସେଠିକାର ମହିଳାମାନେ ସଜେଇ ହୋଇପାରିବେ ନାହିଁ ।
ତାଲିବାନ ଦ୍ୱାରା ସଞ୍ଚାଳିତ ସଦାଚାର ଓ ଉପମନ୍ତ୍ରଣାଳୟ ପ୍ରବକ୍ତା ସାଦିକ ଅକିଫ ମହଜେର ଏହା କହିନାହାନ୍ତି ଯେ, ନିୟମ ଅନୁପାଳନ କରୁ ନ ଥିବା ସେଲୁନ ବିରୋଧରେ ବଳ ପ୍ରୟୋଗ କରିବେ । ତେବେ ଏହି ନିଷ୍ପତ୍ତି

ଆଫଗାନ ମହିଳା ଓ ଯୁବତୀଙ୍କ ଶିକ୍ଷା, ସାର୍ବଜନିକ ସ୍ଥାନ ଓ ଅଧିକାଂଶ ପ୍ରକାରର ରୋଜଗାରକୁ ପ୍ରତିବନ୍ଧିତ କରିବ । ଏହା ମହିଳାମାନଙ୍କ ଅଧିକାର ଓ ସ୍ୱତନ୍ତ୍ରତା ଉପରେ ଏକ ନୂଆ ଅଙ୍କୁଶ । ନିଜର ଏହି ନିୟମ ପଛରେ ତାଲିବାନ ଯୁକ୍ତି କରିଛି ଯେ, ସେଲୁନମାନଙ୍କରେ ଇସଲାମ ଦ୍ୱାରା ପ୍ରତିବନ୍ଧିତ ସେବା ପ୍ରଦାନ କରାଯାଉଥିଲା ଏବଂ ବିବାହ ସମୟରେ ଏମାନେ କନ୍ୟାର ପରିବାର ଲାଗି କଠିନ ପରିସ୍ଥିତି ସୃଷ୍ଟି କରୁଥିଲେ ।
ତେବେ ତାଲିବାନର ଏହି ନିଷ୍ପତ୍ତି ବିରୁଦ୍ଧରେ ବହୁ ବ୍ୟୁଟିସିଆନ ଓ ମେକଅପ୍ କଳାକାର ଏକତ୍ରୀତ ହୋଇ ରାଜଧାନୀ କାବୁଲରେ ବିରୋଧ ପ୍ରଦର୍ଶନ କରିଥିଲେ । କିନ୍ତୁ ସୁରକ୍ଷା ବଳ ଗୁଳିଗୋଳା ବନ୍ଧୁକର ଭୟ ଦେଖାଇ ଏମାନଙ୍କ ଆନ୍ଦୋଳନକୁ ବନ୍ଦ କରି ଦେଇଛନ୍ତି ।

ତେବେ ତାଲିବାନମାନଙ୍କ ଏହି କଠୋର ନିଷ୍ପତ୍ତି ବିରୁଦ୍ଧରେ ଅନ୍ତଃରାଷ୍ଟ୍ରୀୟ ସ୍ତରରେ ବି ଚିନ୍ତା ପ୍ରକାଶ ପାଇଛି । ଜାତିସଂଘ ଏହି ପ୍ରତିବନ୍ଧକୁ ଫେରାଇ ନେବାକୁ ଆଫଗାନସ୍ଥାନର ଅଧିକାରୀଙ୍କ ସହ ଆଲୋଚନା କରୁଛି । ଜାତିସଂଘ ପ୍ରବକ୍ତା ଫରହାନ ହକ୍ କହିଛନ୍ତି ମହିଳାଙ୍କ ଅଧିକାର ଉପରେ ଏହି ପ୍ରତିବନ୍ଧ ଅର୍ଥବ୍ୟବସ୍ଥା ଉପରେ ନକରାତ୍ମକ ପ୍ରଭାବ ପକାଇବ ଏବଂ ମହିଳା ଉଦ୍ୟୋଗୀଙ୍କୁ ହତୋତ୍ସାହିତ କରିବ ।

Get real time updates directly on you device, subscribe now.