ଗଣଦୁଷ୍କର୍ମର ଶିକାର ହେଲେ ଆଇନ ଛାତ୍ରୀ, ଅଭିଯୁକ୍ତଙ୍କ ମଧ୍ୟରେ ଜଣେ ଟିଏମସି ନେତା
R G କର ମେଡିକାଲ କଲେଜ ଲଜ୍ଜ୍ୟା ପରେ ଏବେ ସାମ୍ନାକୁ ଆସିଲା ଆଉ ଏକ କଲେଜରେ ଗଣଦୁଷ୍କର୍ମ ଘଟଣା । ଏଥର ଗଣ ଦୁଷ୍କର୍ମର ଶିକାର ହୋଇଛନ୍ତି ଜଣେ ଆଇନ ଛାତ୍ରୀ ।
କୋଲକାତା: R G କର ମେଡିକାଲ କଲେଜ ଲଜ୍ଜ୍ୟା ପରେ ଏବେ ସାମ୍ନାକୁ ଆସିଲା ଆଉ ଏକ କଲେଜରେ ଗଣଦୁଷ୍କର୍ମ ଘଟଣା । ଏଥର ଗଣ ଦୁଷ୍କର୍ମର ଶିକାର ହୋଇଛନ୍ତି ଜଣେ ଆଇନ ଛାତ୍ରୀ । କୋଲକାତାର ଏକ ପ୍ରତିଷ୍ଠିତ ଲ’ କଲେଜରେ ଘଟିଛି ଏହି ଅଘଟଣ । ଏହି ଘଟଣା ଜୁନ୍ 25 ତାରିଖରେ ଘଟିଛି ।
ପୀଡିତାଙ୍କ ଅଭିଯୋଗ ଆଧାରରେ 3 ଜଣ ଅଭିଯୁକ୍ତଙ୍କୁ ଗିରଫ କରି ଜେରା କରିଛି ପୋଲିସ । ଅଭିଯୁକ୍ତଙ୍କ ମଧ୍ୟରେ ଜଣେ ପୂର୍ବ ଛାତ୍ର ଯିଏ ବର୍ତ୍ତମାନ ରାଜନୀତିରେ ସକ୍ରିୟ ଏବଂ ତୃଣମୂଳ କଂଗ୍ରେସ ଛାତ୍ର ପରିଷଦର ଜିଲ୍ଲା ମହାସଚିବ । ଘଟଣାର ଗମ୍ଭୀରତାକୁ ଦୃଷ୍ଟିରେ ରଖି ପୋଲିସ ଯାଞ୍ଚ କରୁଥିବା କହିଛି ।
ସୂଚନା ଅନୁସାରେ, କୋଲକାତାର ପ୍ରତିଷ୍ଠିତ ସାଉଥ୍ କୋଲକାତା ଲ’ କଲେଜ କ୍ୟାମ୍ପସ ପରିସରରେ 25 ତାରିଖ ସନ୍ଧ୍ୟା ପାଖାପାଖିରୁ ସାଢ଼େ 7ଟାରୁ 10ଟା 50 ମଧ୍ୟରେ ଛାତ୍ରୀଙ୍କ ସହ ଗଣଦୁଷ୍କର୍ମ ହୋଇଛି । ଘଟଣାର ପ୍ରଥମ ଅଭିଯୁକ୍ତ 31 ବର୍ଷୀୟ ମଣୋଜିତ୍ ମିଶ୍ରା, ଯିଏ ଏବେ ଟିଏମସି ଛାତ୍ର ସଂସଦ ନେତା , ଦ୍ବିତୀୟ ଅଭିଯୁକ୍ତ 19 ବର୍ଷୀୟ ପ୍ରଥମ ବର୍ଷ ଛାତ୍ର । ଅନ୍ୟ ଅଭିଯୁକ୍ତ ପ୍ରମିତ ମୁଖାର୍ଜୀ ।
ପୀଡିତାଙ୍କ କହିବା ଅନୁସାରେ, ମୁଖ୍ୟ ଅଭିଯୁକ୍ତ ତାଙ୍କୁ ବିବାହ କରିବାକୁ ପ୍ରସ୍ତାବ ଦେଇଥିଲା । ହେଲେ ଏହାକୁ ଛାତ୍ରୀ ପ୍ରତ୍ୟାଖ୍ୟାନ କରିବାରୁ ରାଗରେ ଏଭଳି କାଣ୍ଡ ଘଟାଇଛନ୍ତି ।
ପୋଲିସ ସୂତ୍ର ଅନୁଯାୟୀ ଏହି ଅଭିଯୋଗ କଲେଜ କ୍ୟାମ୍ପସ ଭିତରେ ଘଟିଥିଲା। ପୀଡିତାଙ୍କ ପ୍ରାଥମିକ ଡାକ୍ତରୀ ମାଇନା କରାଯାଇଛି ଏବଂ ଅନେକ ସାକ୍ଷୀଙ୍କ ବୟାନ ରେକର୍ଡ କରାଯାଇଛି। ତିନି ଅଭିଯୁକ୍ତ ବର୍ତ୍ତମାନ ପୋଲିସ ହେପାଜତରେ ଅଛନ୍ତି ।